ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

by newsroom OCT-26-2025 5:05 PM IST in ଦେଶ ବିଦେଶ
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି   । ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଏକ ନୂଆ AI- କମ୍ପାନି ରିଲାଏନ୍ସ୍ ଇଣ୍ଟେଲିଜେନ୍ସ୍ ଗଠନ କରିଛି।  ଏହି କମ୍ପାନି ଭାରତର AI ବିକାଶରେ ମୁଖ୍ୟ ଭୂମିକା ନେବ। ଏହା ଭାରତର ପ୍ରଥମ ଏଆଇ କମ୍ପାନି ଯାହା ଗୁଗଲ୍, ମେଟା ଓ ଅନ୍ୟ ଗ୍ଲୋବାଲ୍ ଟେକ୍ ଜାଏଣ୍ଟଙ୍କ ସହ ସହଯୋଗ କରିବ। ଏହି କମ୍ପାନି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉତ୍ପାଦନ ଓ ସେବା କ୍ଷେତ୍ରରେ ସସ୍ତା, ସହଜ ଓ ଭାରତୀୟ ଭାଷାରେ AI ସୋଲ୍ୟୁସନ୍ ପ୍ରଦାନ କରିବ।
ସେପ୍ଟେମ୍ବର ୯, ୨୦୨୫ରେ ଏହାର ଅଫିସିଆଲ୍ ରେଜିଷ୍ଟ୍ରେସନ୍ ହୋଇଛି।ସମ୍ପ୍ରତି, ୨୪ ଅକ୍ଟୋବର ୨୦୨୫ରେ ମେଟା ସହିତ ଏକ ଜଏଣ୍ଟ୍ ଭେଞ୍ଚର୍ ରିଲାଏନ୍ସ୍ ଏଣ୍ଟରପ୍ରାଇଜ୍ ଇଣ୍ଟେଲିଜେନ୍ସ୍ ଲିମିଟେଡ୍ (REIL) ଗଠନ ହୋଇଛି। ଏଥିରେ ରିଲାଏନ୍ସ୍ ୭୦% ଓ ମେଟା ୩୦% ଷ୍କ୍ଟକ୍ ରଖିଛି। ପ୍ରାରମ୍ଭିକ ଇନଭେଷ୍ଟମେଣ୍ଟ ₹୮୫୫ କୋଟି ରହିଛି । ଏହା ଏଣ୍ଟରପ୍ରାଇଜ୍ AI ସର୍ଭିସ୍ ଉପରେ ଫୋକସ୍ କରିବ।ମୁକେଶ ଅମ୍ବାନି କହିଛନ୍ତି, “ରିଲାଏନ୍ସ୍ ଇଣ୍ଟେଲିଜେନ୍ସ୍ ଭାରତ ପାଇଁ AI ନିର୍ମାଣ କରିବ, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।” ଏହା ଭାରତକୁ AI ସୁପରପାୱାର୍ କରିବାର ଏକ ବଡ଼ ପାଦକ୍ଷେପ ହେବ  ।
ମୁକେଶଙ୍କ ଏହି  AI କଂପାନି ସେବା, ବିକାଶ ଉପରେ ଧ୍ୟାନ ଦେବ। ଯେଉଁଥିରେ ଡାଟା ଆନାଲିଟିକ୍ସ, ଅଟୋମେସନ, ପ୍ରୋଡକ୍ଟିଭ ମଡେଲିଂ ଏବଂ ସ୍ମାର୍ଟ ନିଷ୍ପତ୍ତି ସମର୍ଥନ ସିଷ୍ଟମ ରହିବ। ବିଶେଷଜ୍ଞଙ୍କ ଅନୁସାରେ, ଏହି ସହଭାଗିତା ଭାରତୀୟ ଶିଳ୍ପଗୁଡ଼ିକୁ ବିଶ୍ୱସ୍ତରୀୟ AI ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।