• Latest
  • Trending
ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ

ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ

Oct-16-2025 04:56 PM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ

ବିହାର ନିର୍ବାଚନରେ ଜନସୁରାଜ ପାର୍ଟିରୁ ହୋଇଛନ୍ତି ପ୍ରାର୍ଥୀ

by M M
Oct-16-2025 04:56 PM IST
in ଦେଶ ବିଦେଶ, ରାଜନୀତି
0
ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ
491
SHARES
1.4k
VIEWS
Share on FacebookShare on Twitter

 

ନୀରଜ ସିଂହ । ଏହି ନାମକୁ ନେଇ ବିହାର ରାଜନୀତିରେ ଜୋରଦାର ଚର୍ଚା । କାରଣ ଦିନେ ସେ କାମ କରିବା ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲୁଥିଲେ । ଏପରିକି ସିକ୍ୟୁରିଟି ଗାର୍ଡ କାମ କରିଥିଲେ । କିନ୍ତୁ ନିଜ ଦୃଢ଼ ପରିଶ୍ରମ ଫଳରେ ସେ ନିଜର ଭାଗ୍ୟ ବଦଳାଇବା ସହ ଦୁଇ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ସେ ଅନେକ କମ୍ପାନି ଚଲାଉଛନ୍ତି । ଚାରି ଶହ କୋଟି ଟଙ୍କାର ମାଲିକ ବନିଛନ୍ତି।  ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନୀରଜ କହିଛନ୍ତି ଦିନେ ସେ କାମ ପାଇଁ ଦିଲ୍ଲୀର ରାସ୍ତାରେ ବୁଲୁଥିଲେ ।  ରାତିରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲେ ।  ବର୍ତ୍ତମାନ କିନ୍ତୁ ସେ ଅନେକ କମ୍ପାନିର ମାଲିକ । ସେ ଏବେ ସମାଜସେବୀ ହିସାବରେ ଅଧିକ ପରିଚିତ ।  ଦିନେ ଦାରିଦ୍ର୍ୟ ସହ ଲଢ଼େଇ କରୁଥିବା ନୀରଜ ଏବେ ୩୯ ବର୍ଷ ବୟସରେ ବିଧାନସଭା ପ୍ରାର୍ଥୀଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।  ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ।

କୁହାଯାଏ ଇଚ୍ଛାଥିଲେ ମଣିଷ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ଯିଏ ପରିଶ୍ରମ କରେ ଧନ ଲକ୍ଷ୍ମୀ ତାଙ୍କ ଘରେ ବାସ କରନ୍ତି । ଏଭଳି ଏକ କାହାଣୀ ଦେଖିବାକୁ ମିଳିଛି ବିହାରରେ  । ଦିନେ ଯେଉଁ ନୀରଜ ସିଂହ ଅଧାରୁ ପାଠ ଛାଡି କାମ ଖୋଜିବାକୁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ବୁଲୁଥିଲେ । ଶ୍ରମିକ ଭାବେ କାମ କରି ଗୋଟିଏ ଓଳି ଖାଇ ରାତିରେ ଯେଉଁଠି ପାରୁଥିଲେ ସେଠି ଶୋଇପଡ଼ୁଥିଲେ । ସେହି ନୀରଜଙ୍କ ଚର୍ଚା ଏବେ ଜାତୀୟ ଗଣମାଧ୍ୟମରେ ଚାଲିଛି ।

ଶିଓହର ଜିଲ୍ଲାର ମଥୁରାପୁର ଗ୍ରାମର ନୀରଜଙ୍କ କାହାଣୀ ଫିଲ୍ମ ଭଳି ଲାଗୁଛି । ନୀରଜ ସିଂହ, ୧୮ ବର୍ଷ ବୟସରୁ କାମ ପାଇଁ ଘର ଛାଡିଥିଲେ । କିଛି ଟଙ୍କା ରୋଜଗାର କରିବାକୁ ସେ ଦିଲ୍ଲୀରେ ସଂଘର୍ଷ କରିଥିଲେ । ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ,  ମୁମ୍ବାଇ ଏବଂ ପୁଣେ ଯାଇ କାମ ଖୋଜିଥିଲେ । କିନ୍ତୁ କେଉଁଠି ତାଙ୍କୁ ମନ ଲାଗୁଥିବା କାମ ମିଳିନଥିଲା । ସେ କୁହନ୍ତି  ଦିଲ୍ଲୀରେ ଥିବାବେଳେ କାମ ନମିଳିବାରୁ  ସେ ସୁରକ୍ଷା ଗାର୍ଡ ଭାବରେ ବିଭିନ୍ନ ଶିଫ୍ଟରେ କାମ କରିଥିଲେ  । ସେତେବେଳେ ତାଙ୍କୁ ପ୍ରତି ମାସରେ ୨,୨୦୦ ଟଙ୍କା ମିଳୁଥିଲା । ଏତେ କମ ବେତନ ତାଙ୍କୁ ଖୁସି ଦେଇପାରିନଥିଲା  । ୨୦୦୪ରୁ ନୀରଜ ସିଂହ ୨୦୦୯ ସେ ବିଭିନ୍ନ ରାଜ୍ୟ ବୁଲି କାମ ସନ୍ଧାନରେ ଥିଲେ । ସେଷରେ ସେ  ନିଜର ଜେଜେ ମାଙ୍କ ମୃତ୍ୟୁ ପରେ ବିହାରକୁ ଫେରିବା ପରେ ଆଉ ବାହାରକୁ ଯିବାକୁ ଚାହିଁନଥିଲେ ।

କମ୍ ବୟସ ଯୋଗୁଁ ରୋଜଗାର ପାଇବାରେ ଅଧିକ କଷ୍ଟ ମିଳିଥିଲା । ପରେ ସେ ଗାଁକୁ ଫେରିଆସିଥିଲେ । ଗାଁରେ ରହି ସେ କିଛି ବେପାର କରିବାକୁ ଚିନ୍ତା କରିଥିଲେ । ଗାଁ ନିକଟରେ ଥିବା ଏକ ସ୍ଥାନରେ ପେଟ୍ରୋଲ ଏବଂ ଡିଜଲ୍ ବିକ୍ରି ଆରମ୍ଭ କରିଥିଲେ। ନିଜ ପରିବାର, ବିଶେଷକରି ନିଜର ଛୋଟ ଭାଇମାନଙ୍କ ଶିକ୍ଷାର ଭରଣ-ପୋଷଣ କରିବାର ଦାୟିତ୍ବ ତାଙ୍କ ଉପରେ ଥିଲା ।

୨୦୧୦ରେ, ସେ ଏକ କମ ଦରମାରେ ମୋତିହାରୀରେ ଚାକିରି କଲେ । ସେଥିରେ ତାଙ୍କ ମନ ବୁଝୁନଥିଲା । ସେ କିଛି ବେପାର କରିବାକୁ ଚାହୁଁଥିଲେ , କିନ୍ତୁ ତାଙ୍କ ପାଖରେ ମୂଳ ଧନ ନଥିଲା । ଏହାରି ଭିତରେ ସେ ଏକ ଜମି ବିକ୍ରିକରିବାରେ ସାହାଯ୍ୟ କରିବାରୁ ୨୫,୦୦୦ ଟଙ୍କା କମିଶନ ଭାବରେ ରୋଜଗାର କରିଥିଲେ। ଏହି ଟଙ୍କାକୁ ସେ ଧାନ ବ୍ୟବସାୟରେ ଲଗାଇଥିଲେ । ଚାଷୀଙ୍କଠାରୁ ଧାନ କିଣି ସେ ଚାଉଳ ବେପାର କଲେ । ଯାହା ତାଙ୍କ ଆୟକୁ ଦୁଇଗୁଣ କଲା । ପରେ ସେ ଅଧିକରୁ ଅଧିକ ଧାନ କିଣି ଚାଉଳ କରି ବିକ୍ରିକଲେ । ଏଥିପାଇଁ ସେ ପିଲାଙ୍କୁ ନିଯୁକ୍ତି ଦେଲେ । ଏହି ବେପାର ତାଙ୍କ ରାସ୍ତା ଖୋଲିଦେଲା । ଟଙ୍କା ଅଧିକ ପାଖକୁ ଆସିବାରୁ ସେ ଅନ୍ୟ ବେପାରରେ ମନ ଦେଲେ ।  ଏହା ପରେ ସେ ଦୋକାନମାନଙ୍କରେ ବିଭିନ୍ନ ସାମଗ୍ରୀ ଯୋଗାଇଲେ । ଇଟା ବେପାର କଲେ । କିଛି ଦିନ ପରେ ତାଙ୍କ ବେପାର ବଢ଼ିବଢ଼ି ଚାଲିଲା ।  ବର୍ଷରେ ତାଙ୍କ ବେପାର ୨୦-୩୦ କୋଟି ଟଙ୍କା ଛୁଇଁଲା । ଏହା ପରେ ସେ ଏକ ପେଟ୍ରୋଲ ପମ୍ପ ଚଲାଇଲେ ।  ଏବେ ସେ  ଟାଇଲ୍ ବିଜିନେସ ସହ  ଫାଇବର୍ ବ୍ଲକ୍, ଫ୍ଲାଇ ଆଶ୍ ସହ  ରାସ୍ତା ନିର୍ମାଣ କାମରେ ଶହ ଶହ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତିଦିନ ତାଙ୍କୁ କାମ ମାଗିବାକୁ ଅନେକ ଯୁବକ,ଯୁବତି ତାଙ୍କ ଅଫିସକୁ ଆସୁଛନ୍ତି ଏବଂ ତାଙ୍କ ପାଖରେ କାମ କରୁଛନ୍ତି । ଏପରି ଦେଖୁ ଦେଖୁ 2000 ପିଲା ତାଙ୍କ ପାଖରେ କାମ କରୁଛନ୍ତି ।

ଧାନ ବେପାରରୁ ଆରମ୍ଭ କରିଥିବା ନୀରଜ ଏବେ ରାସ୍ତା ନିର୍ମାଣ ସାମଗ୍ରୀ, ଅଟା କଳ, ଇଟା ନିର୍ମାଣ ସମେତ ଅନେକ ବେପାରରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର କମ୍ପାନୀ ବିହାରରେ ଏତେ ଟ୍ୟାକ୍ସ ଦେଉଛି ଯାହା ବଡ଼ ବଡ଼ କମ୍ପାନି ଦେଇପାରୁନାହାଁନ୍ତି । ସେ ତାଙ୍କ ମା ଉଷାଙ୍କ ନାମରେ କମ୍ପାନି କରି ଅନେକ ଲୋକଙ୍କ ପରିବାର ଚଳାଉଛନ୍ତି । ଏବେ ପ୍ରତିଦିନ ତାଙ୍କ ପାଖକୁ ଶତାଧିକ ଲୋକ କାମ ପାଇବା ଆଶାରେ ଆସୁଛନ୍ତି । ତାଙ୍କର ସାନ ଭାଇକୁ ମଧ୍ୟ ସେ ପାଖରେ ରହି କମ୍ପାନି କାମରେ ଲଗାଇଛନ୍ତି । ଗାଁ ଲୋକମାନେ ବାହାରକୁ ନଯାଇ ନୀରଜଙ୍କ କମ୍ପାନିରେ ଭଲ ଟଙ୍କା ପାଇ ଚାକିରି କରିଛନ୍ତି । ତାଙ୍କ କମ୍ପାନି କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଉଛି । ଯାହା ଫଳରେ ନୀରଜ ସିଂହ ସେହି ଅଞ୍ଚଳରେ ବେଶ ପରିଚୟ ସୃଷ୍ଟି କରିଛନ୍ତି । ଖାଲି ସେତିକି ନୁହେଁ । ସେ ଅନେକ ଜନହିତକର କାର୍ଯ୍ୟରେ ଟଙ୍କା ସହଯୋଗ କରୁଛନ୍ତି । ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେଉ କି ଗରିବ ଯୁବକ ଯୁବତୀଙ୍କ ବିବାହ ପାଇଁ ସେ ଖୋଲା ହାତରେ ଦାନ କରୁଛନ୍ତି । କାହାର ସୁବିଧା ଅସୁବିଧାରେ ସହଯୋଗ କରୁଥିବାରୁ ତାଙ୍କୁ ସମସ୍ତେ ସମାଜସେବୀ ବୋଲି ସମ୍ମାନ ଦେଉଛନ୍ତି । ଏସବୁ ଭିତରେ ସେ ଏବେ ଜନସୁରାଜ ପାର୍ଟିରୁ ଟିକେଟ ପାଇ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

ଦିନେ ବାହାରକୁ ଶ୍ରମିକ ଭାବେ କାମ ଖୋଜିବାକୁ ଯାଉଥିବା ନୀରଜ ସିଂହ ୨,୦୦୦ରୁ ଅଧିକ ଲୋକଙ୍କୁ କାମ ଦେଇ ଚର୍ଚାରେ ଅଛନ୍ତି । ତାଙ୍କର କମ୍ପାନୀର ମୋଟ ବ୍ୟବସାୟ ୪୦୦ କୋଟି ଟପିଛି ।  ତାଙ୍କର କାହାଣୀ ବିହାରର ଯୁବକମାନଙ୍କ ନିକଟରେ ଲୁଚି ରହିଥିବା ଆତ୍ମବିଶ୍ୱାସ, ଦୃଢ଼ତା ଏବଂ କଠିନ ପରିଶ୍ରମକୁ ଦର୍ଶାଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
February 8, 2026, 12:42 AM
 

ESE
Mainly clear
20°C
0.7 m/s
Apparent: 23°C
Pressure: 1016 mb
Humidity: 94%
Winds: 0.7 m/s ESE
Windgusts: 6.5 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom