ରାଜ୍ୟସଭା ପାଇଁ କସରତ? ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ

by newsroom JAN-24-2026 1:15 PM IST in ବଡ଼ ଖବର

ଭୁବନେଶ୍ୱର: ରାଜ୍ୟ ରାଜନୀତିର ହେଭିୱେଟ୍ ନେତା ଦିଲ୍ଲୀପ ରାୟ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଧରି ରୁଦ୍ଧଦ୍ୱାର ଆଲୋଚନା ହୋଇଥିବା ବେଳେ ଏହା ପଛରେ ରାଜ୍ୟସଭା ନିର୍ବାଚନ ରଣନୀତି ଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି। ସାକ୍ଷାତକାର ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଏକ ବ୍ୟକ୍ତିଗତ ଓ ପାରିବାରିକ ସମ୍ପର୍କର ନାଁ ଦେଇଛନ୍ତି। ସେ କହିଛନ୍ତି: ଦିଲ୍ଲୀପ ବାବୁଙ୍କ ସହ ଆମର ବହୁ ପୁରୁଣା ପାରିବାରିକ ସଂପର୍କ ରହିଛି। ସେ କେବଳ ମୋତେ ନୁହେଁ, ବରଂ ବାପା (ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ)ଙ୍କୁ ମଧ୍ୟ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା।”