ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

by newsroom JAN-14-2026 5:59 AM IST in ବଡ଼ ଖବର

ଭୁବନେଶ୍ୱର, ୧୩/୦୧: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତିକ୍ଷିତ ‘ସୁଭଦ୍ରା’ ଯୋଜନାର ଟଙ୍କା ପ୍ରଦାନ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୮ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପଠାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏକାଥରକେ ମିଳିବ ଦୁଇଟି କିସ୍ତି ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ପର୍ଯ୍ୟାୟରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ଉପକୃତ ହେବେ। ସେମାନଙ୍କ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୮ ହଜାର ୩୯୮ ଜଣ ନୂଆ ମହିଳା ପ୍ରଥମ କିସ୍ତି ପାଇବେ। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ମହିଳା ମଧ୍ୟ ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ବାଦ୍ ପଡ଼ିଥିବା ମହିଳାମାନେ ଏକାଥରକେ ଦୁଇଟି କିସ୍ତିର ଟଙ୍କା ନିଜ ଖାତାରେ ପାଇବେ।