• Latest
  • Trending
ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ !

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ !

Jan-02-2026 06:46 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ !

by M M
Jan-02-2026 06:46 AM IST
in ବଡ଼ ଖବର, ରାଜନୀତି
0
ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ !
494
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ଓଡ଼ିଶାର ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଏକ ବିସ୍ଫୋରକ ମୋଡ଼ରେ ଠିଆ ହୋଇଛି। ଦଳର ପରାଜୟ ପରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉନାହିଁ। ବିଶେଷ କରି ଭିକେ ପାଣ୍ଡିଆନଙ୍କ ‘ରାଜନୈତିକ ସନ୍ନ୍ୟାସ’କୁ ନେଇ ଏବେ ଦଳ ଭିତରେ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏହା କୁଆଡ଼େ ଏକ ପରିକଳ୍ପିତ ନାଟକ ଏବଂ ଏହାର ଶେଷ ଲକ୍ଷ୍ୟ ହେଉଛି— ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ସର୍ବେସର୍ବା କରିବା।

ବର୍ଷିଲେ ବଦ୍ରି ଓ ଦେବାଶୀଷ

ବରିଷ୍ଠ ବିଧାୟକ ବଦ୍ରି ପାତ୍ର ଏବଂ ସାଂସଦ ଦେବାଶୀଷ ସାମନ୍ତରାୟଙ୍କ ବୟାନ ବିଜେଡିରେ ଚାଲିଥିବା ମହାଭାରତକୁ ସ୍ପଷ୍ଟ କରୁଛି। ହେଲିକପ୍ଟରରେ ବୁଲି ନବୀନଙ୍କ ଭଳି ଅଭିନୟ କରିଥିବା ନେତାମାନେ ଦଳକୁ ବୁଡ଼ାଇ ଦେଲେ ବୋଲି ବଦ୍ରି ପାତ୍ର ସିଧାସଳଖ ଆକ୍ରମଣ କରିଛନ୍ତି। ସେହିପରି ଦେବାଶୀଷ ସାମନ୍ତରାୟ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି, ତେବେ ସେ କେଉଁ ଆଧାରରେ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି?

ସୁଜାତାଙ୍କ ପାଇଁ ‘ଲବି’ ଓ ସ୍ନେହାଙ୍ଗିନୀଙ୍କ ଭୂମିକା

ଦଳର ମହିଳା ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣି ଥରେ ଦାୟିତ୍ୱ ଦେବା ପଛରେ ପାଣ୍ଡିଆନ ଦମ୍ପତିଙ୍କ ବଡ଼ ରଣନୀତି ଥିବା କୁହାଯାଉଛି। ନୂଆପଡ଼ା ଉପନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସିଥିଲେ ମଧ୍ୟ ସ୍ନେହାଙ୍ଗିନୀଙ୍କୁ ପୁରସ୍କୃତ କରାଯିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଅଭିଯୋଗ ହେଉଛି ଯେ, ସ୍ନେହାଙ୍ଗିନୀଙ୍କ ମାଧ୍ୟମରେ ଦଳର ମହିଳା ନେତ୍ରୀମାନଙ୍କୁ ଏକଜୁଟ କରାଯାଇ ସୁଜାତାଙ୍କ ପାଇଁ ‘ଲବି’ କରିବାକୁ ପ୍ରୟାସ କରାଯାଉଛି, ଯେପରି ଭବିଷ୍ୟତରେ ସୁଜାତାଙ୍କ ଏଣ୍ଟ୍ରିକୁ କେହି ବିରୋଧ କରିବେ ନାହିଁ।

୧୮ ମାସର ଖେଳ ଏବଂ ନବୀନଙ୍କ ‘ବିବଶତା’

ଚର୍ଚ୍ଚା ହେଉଛି ଯେ, ଗତ ୧୮ ମାସ ଧରି ପାଣ୍ଡିଆନ ନିଜର ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ଗଢ଼ିବାରେ ବ୍ୟସ୍ତ ଥିଲେ। ନବୀନ ପଟ୍ଟନାୟକଙ୍କୁ ଏକ ପ୍ରକାର ବିବଶ କରାଇ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ କମିଟିରେ ନିଜର ଆନୁଗତ୍ୟ ସ୍ୱୀକାର କରୁଥିବା ନେତାମାନଙ୍କୁ ସାମିଲ କରାଯାଇଛି। ରାଜନୈତିକ ବ୍ୟାପାର କମିଟି (PAC) ହେଉ କିମ୍ବା ବିଭିନ୍ନ ଛାମୁଆ ସଂଗଠନ, ବରିଷ୍ଠ ନେତାଙ୍କୁ ‘ଆବାହକ’ ଭଳି ନଗଣ୍ୟ ପଦବୀ ଦେଇ ଅପମାନିତ କରାଯାଇଥିବା ଅଭିଯୋଗ ହେଉଛି। ପାଣ୍ଡିଆନଙ୍କ ଭୟରେ ବରିଷ୍ଠ ନେତାମାନେ ଚୁପ୍ ରହିଥିଲେ ମଧ୍ୟ ଏବେ ସେମାନଙ୍କ ଧୈର୍ଯ୍ୟର ବାନ୍ଧ ଫାଟିଛି।

୭୦୦ କୋଟିର ପାଣ୍ଠି ଓ ‘ଆନୁଗତ୍ୟ’ର ରାଜନୀତି

ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଦଳର ପାଣ୍ଠି ପରିଚାଳନା। ବିଜେଡି ପାଖରେ ୭୦୦ କୋଟିରୁ ଅଧିକ ଟଙ୍କା ଥିଲେ ମଧ୍ୟ ଜିଲ୍ଲା ସ୍ତରୀୟ ସଂଗଠନ ପାଇଁ ମାତ୍ର ୩ ରୁ ୪ ଲକ୍ଷ ଟଙ୍କା ଦିଆଯାଉଛି। ପାଣ୍ଠିକୁ ଚାପି ରଖି ଜିଲ୍ଲା ସଭାପତି ଓ ନେତାମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ କରାଯାଉଛି, ଯେପରି ସେମାନେ ପାଣ୍ଡିଆନଙ୍କ ଆନୁଗତ୍ୟ ସ୍ୱୀକାର କରିବାକୁ ବିବଶ ହେବେ। ଦଳକୁ ବଞ୍ଚାଇବା ପରିବର୍ତ୍ତେ ନିଜର ‘ଇକୋ ସିଷ୍ଟମ’ ବଞ୍ଚାଇବାକୁ ପାଣ୍ଡିଆନ ଅଧିକ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।

ବିଜେଡି ଏବେ ଏକ ଅଘୋଷିତ ‘ସର୍ବେସର୍ବା’ଙ୍କ ନିୟନ୍ତ୍ରଣରେ ରହିଛି, ଯିଏ ପରଦା ପଛରେ ରହି ନିଜ ପରିବାରର ରାଜନୈତିକ ସ୍ୱାର୍ଥ ସାଧନ କରୁଛନ୍ତି। ଯଦି ବରିଷ୍ଠ ନେତାମାନେ ଏବେ ମୁହଁ ନଖୋଲନ୍ତି, ତେବେ ଶଙ୍ଖ ଭବନ କେବଳ ଏକ ନିର୍ଦ୍ଦିଷ୍ଟ ପରିବାରର ‘ରିଜର୍ଟ’ ହୋଇ ରହିଯିବ ଏବଂ ଦଳର ଅସ୍ତିତ୍ୱ ବିପଦରେ ପଡ଼ିବ।

Share198Tweet124
M M

M M

ଆଜିର ପାଗ

Bhubaneswar
January 15, 2026, 5:32 AM
 
N
Fog
13°C
0.8 m/s
Apparent: 13°C
Pressure: 1014 mb
Humidity: 99%
Winds: 0.8 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom