ପୁଣି ହେବ ଯୁଦ୍ଧ, ପାକିସ୍ତାନ କଲା ଏୟାର ଷ୍ଟ୍ରାଇକ୍

by newsroom NOV-26-2025 10:32 AM IST in ଦେଶ ବିଦେଶ

ପାକିସ୍ତାନର ପେଶାୱରରେ ଥିବା ଅର୍ଦ୍ଧସାମରିକ ବାହିନୀ ମୁଖ୍ୟାଳୟ ସାମ୍ନାରେ ଆତ୍ମଘାତୀ ଆକ୍ରମଣ ପରେ  ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ବୋମା ମାଡ଼ କରାଯାଇଛି। ପେଶାୱର ଆକ୍ରମଣ ପାଇଁ ଟିଟିପିର ଗୋଟିଏ ଚ୍ଛାୟା ସଂଗଠନ  ନିଜକୁ ଦାୟୀ କରିଥିଲା। ଏହାପରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରାଯାଇଛି।

ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ପକ୍ଷରୁ ମଧ୍ୟରାତ୍ରରେ ଖୋସ୍ତ ପ୍ରଦେଶର ଗୁରବଜ ଜିଲ୍ଲାରେ ବୋମା ମାଡ଼ ହୋଇଛି। ବୋମା ମାଡ଼ରେ ୱାଲିତ ଖାନ ନାମକ ଜଣେ ବ୍ୟକ୍ତିଙ୍କ ଘର ଧ୍ୱଂସ ହୋଇ ଯାଇଛି। ଏଥିରେ ୫ ଜଣ ଛୋଟ ପିଲା(୫ ଜଣ ପୁଅ ଓ ୪ ଜଣ ଝିଅ) ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି।

ଏହାବାଦ ପାକିସ୍ତାନ ପକ୍ଷରୁ କୁନାର ଓ ପାକଟିକା ଅଞ୍ଚଳରେ ମଧ୍ୟ ଏୟାରଷ୍ଟ୍ରାଇକ(Pakistan Air Strike ) କରାଯାଇଛି। ଏଥିରେ ଆଉ ୪ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ପକ୍ଷରୁ ସାଧାରଣ ଲୋକଙ୍କ ଠିକଣାରେ ଏୟାର ଷ୍ଟ୍ରାଇକ କରାଯାଇଥିବା ତାଲିବାନ ସ୍ପଷ୍ଟ କରିଛି।

ଯଦିଓ ପାକିସ୍ତାନ ଏଯାଏ ଏୟାର ଷ୍ଟ୍ରାଇକ ସମ୍ପର୍କରେ କିଛି ବି କହି ନାହିଁ, କିନ୍ତୁ ପୂର୍ବରୁ ଇସଲାମାବାଦ ଏପରି ବୋମା ମାଡ଼କୁ ଯୁକ୍ତିଯୁକ୍ତ ଦର୍ଶାଇଥିଲା। ଆଫଗାନିସ୍ତାନରେ ତେହରିକ ଇ ତାଲିବାନ ପାକିସ୍ତାନ(ଟିଟିପି) ସକ୍ରିୟ ଥିବାରୁ ଏହାର ଠିକଣାରେ ଏପରି ହମଲା କରାଯାଇଥିଲା ବୋଲି ଇସଲାମାବାଦ କହିଥିଲା।

ଏହାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବେଶ କିଛି ଦିନ ଧରି ସାମରିକ ବିବାଦ ଦେଖାଯାଇଥିଲା। ପରେ ଉଭୟ ଦେଶ ଯୁଦ୍ଧ ବିରତି ଲାଗୁ କରିଥିଲେ। ଏହା ସତ୍ତ୍ୱେ ପାକିସ୍ତାନ ପୁଣି ମଙ୍ଗଳବାର ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ କରିଛି।