କାଲି ସରୁଛି ସିଜ୍ ଫାୟାର୍ ଡେଡଲାଇନ…ପୁଣି ଆରମ୍ଭ ହେବ ଘମାଘୋଟ ଯୁଦ୍ଧ !

by newsroom APR-21-2026 9:59 AM IST in ଦେଶ ବିଦେଶ

ଯୁଦ୍ଧବିରତିର ସମୟ ଶେଷ ହେବାକୁ ଯାଉଥିବା ବେଳେ ସାନି ଶାନ୍ତି ଆଲୋଚନା ପାଇଁ ମନା କରିଦେଇଛି ଇରାନ। ଏଭଳି ପରିସ୍ଥିରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସେପଟେ ଇରାନ ସିଧାସଳଖ ଅଭିଯୋଗ କରିଛିଯେ, ଆତଙ୍କ ବଢାଇବାକୁ ଉଦ୍ୟମ କରୁଛନ୍ତି ଟ୍ରମ୍ପ ।

ଆମେରିକା ଓ ଇରାନ, ଉଭୟଙ୍କ ଜିଦ୍ ରେ ଜଳୁଛି ହର୍ମୁଜ୍। ଚରମ ସୀମାରେ ଆମେରିକା-ଇରାନ୍ ସଂଘର୍ଷ। ଶାନ୍ତି ଆଲୋଚନାରେ କଣ୍ଟା ସାଜିଛି ଟ୍ରମ୍ପଙ୍କ ବ୍ଲକେଡ୍ ନୀତି। ଓମାନ ସାଗରରେ ଇରାନ ଜାହାଜକୁ ଆକ୍ରମଣ କରି ଆମେରିକା ଜବତ କରିବା ପରେ ଆହୁରି ବଢିଯାଇଛି ଉତ୍ତେଜନା। ଜବାବରେ ଆମେରିକା ସାମରିକ ଜାହାଜ ଉପରେ ଇରାନ କରିଛି ଡ୍ରୋନ୍ ଆଟାକ୍। 

ଏପଟେ ଶାନ୍ତି ଆଲୋଚନାକୁ ଇରାନ ମନା କରିଦେଇଥିବାବେଳେ ଦିନକ ପରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯିବା ଆଶଙ୍କା ବଢିଛି। ଚୁକ୍ତି ନହେବା ପର୍ଯ୍ୟନ୍ତ ବ୍ଲକେଡ୍ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଜବାବରେ ଇରାନ ମଧ୍ୟ ପୁଣିଥରେ ହର୍ମୁଜକୁ ବନ୍ଦ କରିଦେଇଛି। ବିନା ଅନୁମତିରେ ଏହି ଅଞ୍ଚଳ ଦେଇ ଯାଉଥିବା ଯେକୌଣସି ଜାହାଜ ବା ଟ୍ୟାଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସିଧା ଧମକ ଦେଇଛି। 

ଆସନ୍ତା ୨୨ରେ ସରୁଛି ଇରାନ-ଆମେରିକା ସିଜ୍ ଫାୟାର୍ । ଏହାରି ଭିତରେ ଚୁକ୍ତି ନହେଲେ ପୁଣି ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯିବ ମହାଯୁଦ୍ଧ। ଏପରିକି ଚୁକ୍ତି ନକଲେ ଇରାନ ଉପରେ ଭୀଷଣ ଆକ୍ରମଣ କରିବାକୁ ଟ୍ରମ୍ପ ଚେତାଇ ସାରିଲେଣି। ସେପଟେ ଜଟିଳ ସ୍ଥିତିକୁ ଦେଖି ବିଶ୍ବ ବଜାର ବି ଅଶାନ୍ତ। ପୁଣିଥରେ ବଢିଛି ଅଶୋଧିତ ତୈଳ ଦର। ଏଣୁ ଯୁଦ୍ଧ ବନ୍ଦ ନହେଲେ ଆଗକୁ ସ୍ଥିତି ଆହୁରି ସଂଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି।