ମେଷ: ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ଆପଣଙ୍କ ବୁଦ୍ଧି ବିବେକ ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। କୌଣସି ନୂଆ ଲୋକଙ୍କ ସହିତ ପରିଚୟ ହେବ।
ବୃଷ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। କୌଣସି ଲୋକ ଆର୍ଥିକ ସହାୟତା ପ୍ରଦାନ କରିବେ।
ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧିର ସମ୍ଭାବନା ଅଛି। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଖର୍ଚ୍ଚ ବଢ଼ିପାରେ।
କର୍କଟ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ ଲୋକଙ୍କ ଠାରୁ ଶୁଭ କାମରେ ସାହାଯ୍ୟ ପାଇପାରନ୍ତି। ଅଫିସରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ପାଇବେ।
ସିଂହ: କ୍ୟାରିଅର ଲାଗି ଦିନଟି ବହୁତ ଭଲ ରହିବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସାଙ୍ଗ ସହିତ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ।
କନ୍ୟା: ସବୁ କାମରେ ଆପଣ ସଫଳ ରହିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ପରିଣାମ ମିଳିବ।
ତୁଳା: ଆପଣଙ୍କର ସବୁ କାମ ସଫଳ ହେବ। ପତିପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ। ଅଫିସରେ କାମର ବୋଝ ବଢ଼ିପାରେ।
ବିଛା: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ଢଳି ରହିବ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ଧନୁ: କୌଣସି ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ।
ମକର: ଭାବିଥିବା କାମ ଗତିଶୀଳ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବ ନେଇ ଖୁସି ହେବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ଆପଣଙ୍କର ପ୍ରଶଂସା ହେବ।
କୁମ୍ଭ: ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାରର କାହାରି ସହିତ ମହତ୍ତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।
ମୀନ: ଘରୋଇ କାମ ସଂପୂର୍ଣ୍ଣ କରିବା ଲାଗି ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ସ୍କୁଲ ସମୟର ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ। ପ୍ରେମିକ ପ୍ରେମିକଙ୍କ ଲାଗି ଦିନଟି ଭଲ ରହିବ।



/odishatv/media/media_files/2026/03/17/gemini_edited_2x_sou-2026-03-17-13-54-33.jpeg?w=640&resize=640,427&ssl=1)







