• Latest
  • Trending
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,  ମମତାଙ୍କୁ ଘେରିଲା ବିଜେପି

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,  ମମତାଙ୍କୁ ଘେରିଲା ବିଜେପି

Oct-12-2025 09:12 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,  ମମତାଙ୍କୁ ଘେରିଲା ବିଜେପି

ପୋଲିସ ତିନି ଜଣଙ୍କୁ ଗିରଫ କରିଛି

by M M
Oct-12-2025 09:12 AM IST
in ବଡ଼ ଖବର, ସର୍ବଶେଷ ଖବର
0
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା,  ମମତାଙ୍କୁ ଘେରିଲା ବିଜେପି
491
SHARES
1.4k
VIEWS
Share on FacebookShare on Twitter

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଗତ ୧୦ ଅକ୍ଟୋବର (ଶୁକ୍ରବାର) ରାତିରେ ଜଣେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କ ସହ ଜଘନ୍ୟ ଗଣଦୁଷ୍କର୍ମ ଘଟିଛି। ଏହି ପୀଡ଼ିତାଙ୍କ ଘର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର । ସେ  ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ୍ କଲେଜରେ ପଢ଼ୁଥିଲେ ।  ଏହାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ମମତା ସରକାରଙ୍କ ଉପରେ ବର୍ଷିଛି । କହିଛି ମହିଳାଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ସୁରକ୍ଷିତ ନାହିଁ । ଦୁଷ୍କର୍ମକାରୀଙ୍କୁ ଭୂସ୍ବର୍ଗ ପାଲଟିଛି ପଶ୍ଚିମବଙ୍ଗ । ଅପରାଧିମାନଙ୍କୁ ସରକାର ସୁରକ୍ଷା ଦେଉଥିବାରୁ ଏପରି ଘଟଣା ବାରମ୍ବାର ହେଉଥିବା ବିଜେପି ଅଭିଯୋଗ କରିଛି ।

ମାମଲା ଅନୁସାରେ ପୀଡ଼ିତା ସେଦିନା ସନ୍ଧ୍ୟାରେ କ୍ୟାମ୍ପସ ବାହାରକୁ ଖାଇବାକୁ ଯାଇଥିଲେ । ତାଙ୍କ ସହ ପୁରୁଷ ବନ୍ଧୁ ଥିଲେ । ପରେ କିଛି ଅଜଣା ଲୋକମାନେ ତାଙ୍କୁ ବଳପୂର୍ବକ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ ।  ଏହାପରେ ସେମାନେ ତାଙ୍କ ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟି ପଳାଇଯାଇଥିଲେ। ଘଟଣା ପରେ ପୀଡ଼ିତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗୁରୁତର ଅବସ୍ଥାରେ ରହିଛନ୍ତି। ପୋଲିସ ଓ ହସ୍ପିଟାଲ୍ ପ୍ରଶାସନ ସବୁ ସୁବିଧା ପ୍ରଦାନ କରୁଛନ୍ତି।

ଦୁର୍ଗାପୁର ନ୍ୟୁ୍ ଟାଉନସିପ୍ ପୋଲିସ୍ ଘଟଣା ପରେ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ପୋଲିସ ତିନି ଜଣଙ୍କୁ ଗିରଫ କରିଛି , ପୀଡ଼ିତାଙ୍କ ବନ୍ଧୁଙ୍କୁ ଅଟକ ରଖିଛି ।  ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ୍ କଲେଜ୍ ପ୍ରଶାସନଙ୍କୁ ରିପୋର୍ଟ ପାଇଁ ନୋଟିସ୍ ଦେଇଛନ୍ତି। ଏହି ଦୁଃଖଦ ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୀଡ଼ିତାଙ୍କ ବାପାଙ୍କୁ ଫୋନ୍ କରି କଥା ହୋଇଛନ୍ତି। ସେ ବାପାଙ୍କୁ ସମବେଦନା ପ୍ରକାଶ କରି ସମସ୍ତ  ସହାୟତାର ଆଶ୍ୱାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହି ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖୀତ ।  ପରିବାରର ମାନସିକ ଅବସ୍ଥାକୁ ବୁଝୁଛି। ଓଡ଼ିଶା ସରକାର ପୀଡ଼ିତାଙ୍କ ଶୀଘ୍ର ସୁସ୍ଥତା ପାଇଁ ସମସ୍ତ ସହଯୋଗ କରିବେ । ପଶ୍ଚିମବଙ୍ଗ ସରକାରଙ୍କୁ ଅଭିଯୁକ୍ତମାନଙ୍କୁ କଡ଼ା ଶିକ୍ଷା ଦେବାକୁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗ କରି ଆଇନଗତ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱର ଏସ୍‌ପିଙ୍କୁ ଦୁର୍ଗାପୁର ପୋଲିସ୍ ସହ ଯୋଗାଯୋଗ ରଖିବାକୁ କହିଛନ୍ତି।

ଏହି ଘଟଣାକୁ ନେଇ ବିଜେପି ପଶ୍ଚିମବଙ୍ଗ ସରକାରଙ୍କୁ (ଟିଏମ୍‌ସି) ସମାଲୋଚନା କରିଛି । କେନ୍ଦ୍ରମନ୍ତ୍ରୀ  ସୁକାନ୍ତ ମଜୁମଦାର୍ କହିଛନ୍ତି, “ମମତା ସରକାର ଅଧୀନରେ ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନାହିଁ । ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ପୀଡ଼ିତାଙ୍କ ପରିବାରଙ୍କୁ ସହଯୋଗର ଆଶ୍ୱାସନା ଦେଇଛନ୍ତି । ପୀଡ଼ିତାଙ୍କ ବାପା ମିଡ଼ିଆକୁ କହିଛନ୍ତି, “ମୋ ଝିଅକୁ ଡାକ୍ତରୀ କରିବାର ସ୍ୱପ୍ନ ନେଇ ମେଡିକାଲ୍‌ରେ ପଠାଇଥିଲି। ହେଲେ ଏଭଳି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି ।  ପଶ୍ଚିମବଙ୍ଗ ପ୍ରଶାସନରୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ। ମୋ ଝିଅ ଏଠି ନିରାପଦ ନାହିଁ, ମୁଁ ତାଙ୍କୁ ଘରକୁ ଆଣିବାକୁ ଚାହୁଁଛି। ମୋ ଝିଅଙ୍କ ପାଇଁ ନ୍ୟାୟ ଦରକାର । ଯେପରି ଅନ୍ୟ ଝିଅମାନଙ୍କ ସହ ଏମିତି ନହେଉ ।

ଏହି ଘଟଣା ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ଉପରେ ପୁଣି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଯଦିଓ ଏହା ୨୦୨୪ର RG Kar ମେଡିକାଲ୍ ଘଟଣାଙ୍କ ପରେ ଆହୁରି ଏକ ବଡ଼ ଉଦାହରଣ । ଯାହା କି ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଉଠାଇଥିଲା ।

Tags: West Bengal Durgapur rape case
Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 9:41 AM
 
S
Clear sky
32°C
2.1 m/s
Apparent: 32°C
Pressure: 1006 mb
Humidity: 85%
Winds: 2.1 m/s S
Windgusts: 11.3 m/s
UV-Index: 0
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom