• Latest
  • Trending
ନୂଆପଡ଼ାରେ କିଏ ଜିତିବ ? ଚର୍ଚାରେ ଢ଼ୋଲକିଆ ପରିବାର

ନୂଆପଡ଼ାରେ କିଏ ଜିତିବ ? ଚର୍ଚାରେ ଢ଼ୋଲକିଆ ପରିବାର

Sep-23-2025 09:59 AM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Monday, March 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନୂଆପଡ଼ାରେ କିଏ ଜିତିବ ? ଚର୍ଚାରେ ଢ଼ୋଲକିଆ ପରିବାର

by M M
Sep-23-2025 09:59 AM IST
in ବଡ଼ ଖବର, ରାଜନୀତି
0
ନୂଆପଡ଼ାରେ କିଏ ଜିତିବ ? ଚର୍ଚାରେ ଢ଼ୋଲକିଆ ପରିବାର
491
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିଜେପି ଜିତିବ କି ବିଜେଡି ଜିତିବ । ତାକୁ ନେଇ ଏବେ ରାଜନୀତି ମହଲରେ ଚର୍ଚା ଜୋର ଧରିଛି । ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ହେବ । ବିଜେଡିର ବିଧାୟକ ଥିବା ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ଏହି ନିର୍ବାଚନ 6 ମାସ ଭିତରେ କରିବାକୁ ପଡ଼ିବ । ତାଙ୍କ ପୁଅ ଜୟ ଢ଼ୋଲକିଆ ଏବେ ପ୍ରାର୍ଥୀ ହେବା ନେଇ ବେଶୀ ଆଲୋଚନା ହେଉଛି । କିନ୍ତୁ ସେ କେଉଁ ଦଳରୁ ଲଢ଼ିବେ ତାହା ସ୍ପଷ୍ଟ ହୋଇଫାରୁନାହିଁ । ତାଙ୍କ ବାପା ବିଜେଡିରେ ଥିବାରୁ ବିଜେଡି ତାଙ୍କୁ ଟିକେଟ ଦେବା ଥୟ । କିନ୍ତୁ ବିଜେପିର ବରିଷ୍ଠ ନେତାମାନେ ତାଙ୍କ ସହ ଆଲୋଚନା କରୁଥିବାରୁ ସେ ଯଦି ବିଜେପିକୁ ଆସିବାକୁ ଚାହାଁନ୍ତି ତେବେ ତାଙ୍କୁ ବିଜେପି ଟିକେଟ ଦେବ ବୋଲି ମଧ୍ୟ ଆଲୋଚନା ହେଉଛି । 

ତେବେ ଯାହା ହେଉ , ପ୍ରାର୍ଥୀ ଯିଏ ବି ହୁଅନ୍ତୁ ଏହି  ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି । ସରକାରୀ ଦଳର ସଦସ୍ୟ ସଦାବେଳେ ଉପନିର୍ବାଚନରେ ବିଜୟୀ ହେବା ଦେଖାଯାଇଛି । ତେବେ ବିଜେଡି ଏହି ଆସନର ଢ଼ୋଲକିଆଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାର ସଂଭାବନା ଅଧିକ ରହିଛି ।  ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା, ବିଜେପିର ଲୋକପ୍ରିୟତା, ସୁଭଦ୍ରା ଯୋଜନା, ଚାଷୀଙ୍କୁ ଏମଏସପି, ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାର ସଂଭାବନା ଅଧିକ ରହିଛି ।

2024 ବିଧାନସଭା ନିର୍ବାଚନରେ ବିଜେଡି ଆସନରୁ ରାଜେନ୍ଦ୍ର ଢୋଲକିଆ ଲଢି 61,822 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ସେ 44,814 ଭୋଟ ପାଇ ତୃତୀୟ ସ୍ଥାନରେ ରହି ହାରି ଯାଇଥିଲେ । କିନ୍ତୁ ଏବେ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦରେ । ସେହିପରି କଂଗ୍ରେସ ପକ୍ଷରୁ 2024 ନିର୍ବାଚନରେ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର 15,501 ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ଘାସିରାମ ମାଝି ଏହି ଆସନରେ ଇଣ୍ଡିପେଣ୍ଡେଣ୍ଟ ପ୍ରାର୍ଥୀ ଭାବେ ଛିଡା ହୋଇ ଦିତୀୟ ସ୍ଥାନରେ ରହିଥିଲେ ।

2024 ନିର୍ବାଚନରେ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ନୂଆପଡାରେ କଂଗ୍ରେସରୁ ଲଢ଼ି ହାରିଥିବାରୁ ତାଙ୍କୁ ଆଉଥରେ ଦଳ ଟିକେଟ ଦେବା ସଂଭାବନା କମ । କଂଗ୍ରେସରୁ ଟିକଟ ନ ପାଇ ଘାସିରାମ ମାଝୀ ନିର୍ଦ୍ଦଳୀୟ ଲଢ଼ି 50 ହଜାରରୁ ଅଧିକ ଭୋଟ ପାଇବା ସହ ଦ୍ଵିତୀୟରେ ରହିଥିବାରୁ ଦଳ ତାଙ୍କୁ ଟିକେଟ ଦେଇପାରେ। ଭକ୍ତ ଦାସ ସଭାପତି ହେବା ପରେ ଘାସିରାମ କଂଗ୍ରେସକୁ ଫେରିଛନ୍ତି। ଘାସିରାମଙ୍କ ଗତ ପ୍ରଦର୍ଶନ ଦେଖିଲେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି “ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପୁରା ପ୍ରସ୍ତୁତ ଅଛି । ଆମେ ଏହାକୁ ନେଇ ଆଲୋଚନା ବି କରିଛୁ । ଜଣେ ଭଲ ପ୍ରାର୍ଥୀ ଦେବ କଂଗ୍ରେସ । ଏବେ କଂଗ୍ରେସ ଦଳ ଚଳ ଚଞ୍ଚଳ ହୋଇଛି ।

୨୦୨୪ରେ ବିଜେପି ଓଡ଼ିଶାରେ ୭୮ଟି ଆସନ ଜିତି ସରକାର ଗଠନ କରିଛି। ଏହି ଉପନିର୍ବାଚନକୁ ମୋହନ ମାଝିଙ୍କ ସରକାରର ପ୍ରତି ଲୋକମାନଙ୍କର ଆକଳନର ପରୀକ୍ଷା ଭାବେ ଦେଖାଯାଉଛି, ଯାହା ବିଜେପିଙ୍କୁ ଲାଭ ଦେବାର ସଂଭାବନା ରହିଛି ।

ଓଡ଼ିଶାରେ ମୋଦୀଙ୍କ ବିପୁଳ ଲୋକପ୍ରିୟତା ରହିଛି, ଯାହା ପଶ୍ଚିମ ଓଡ଼ିଶାରେ ବିଜେପିଙ୍କୁ ଆହୁରି ମଜବୁତ କରିବ। ମୋଦିଙ୍କ ନାମରେ ବିଜେପି ପ୍ରାର୍ଥୀ ଏଠାରେ ବିଜୟୀ ହୋଇପାରନ୍ତି ।

୨୦୨୪ରେ ବିଜେଡି 10,881 ମାର୍ଜିନ ଭୋଟରେ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ଜିତିଥିଲା । ଏଥର କଂଗ୍ରେସରୁ ଠିଆ ହେବେ ଘାସୀରାମ ମାଝୀ । ଯାହାକି ବିଜେପିକୁ ସୁହାଇପାରେ ।

 ନୂଆପଡ଼ା ପଶ୍ଚିମ ଓଡ଼ିଶାରେ ଥିବାରୁ ବିଜେପିର ସେଠାରେ ସ୍ଥିତି ଭଲ ରହିଛି । ଲୋକସଭା ଆସନରେ ବିଜେପି ବିପୁଳ ଭୋଟ ପାଇଛି । ଯାହା ଦଳକୁ ଭଲ ଫଳ ଦେବ ।  ନୂଆପଡ଼ାରେ ଆଦିବାସୀ ଓ କୃଷକମାନଙ୍କର ବଡ଼ ସଂଖ୍ୟା ରହିଛି।  ଯେଉଁମାନେ ମୋଦିଙ୍କୁ ପସନ୍ଦ କରନ୍ତି । ବିଜେପିର କେନ୍ଦ୍ରୀୟ ଯୋଜନାଗୁଡ଼ିକ (ଯଥା PM-KISAN) ଏବଂ ରାଜ୍ୟ ସ୍ତରୀୟ ଯୋଜନା, ସୁଭଦ୍ରା ଯୋଜନାର ଲାଭ ବିଜେପିକୁ ମିଳିପାରେ ।

ସବୁଠୁ ବଡ଼ କଥା ହେଲା  ନବୀନ ପଟ୍ଟନାୟକଙ୍କ ଶାସନ ପରେ ବିଜେଡିରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଦଳ ବ୍ୟାକ୍ ଫ୍ରୁଟରେ ରହିଛି । ନୂଆପଡ଼ାରେ ସାଧାରଣ ଲୋକ ଏବେ ବିଜେଡି ପ୍ରତି ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ବିଜେପିଙ୍କୁ ଲାଭ ଦେଇପାରେ।

ଓଡ଼ିଶାରେ କଂଗ୍ରେସର ସ୍ଥିତି ସେତେ ଭଲ ନାହିଁ । ଯାହର ଭୋଟ ଭାଗ ଭାଗ ହୋଇପାରେ ।  ରାଜ୍ୟ ସରକାରର ପଶ୍ଚିମ ଓଡ଼ିଶାରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହର ଲାଭ ବିଜେପିକୁ ଯାଇପାରେ । ପଶ୍ଚିମ ଓଡ଼ିଶାରେ ରେଳପଥ, ସଡ଼କପଥ, ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଜନାଗୁଡ଼ିକ ନୂଆପଡ଼ାରେ ଲୋକମାନଙ୍କୁ ପ୍ରଭାବିତ କରିବ ।  ଯାହା ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ ହୋଇପାରେ ।

ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ 358 ଟି ବୁଥ୍ ଅଛି । ଭୋଟରଙ୍କ ସଂଖ୍ୟା 248256 ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା 122103, ମହିଳା 126132 ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା 21 । ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ 2025, 15 ଅକ୍ଟୋବର ଠାରୁ 29 ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।

ବର୍ତ୍ତମାନ ସୁଦ୍ଧା ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ତାରିଖ ଘୋଷଣା ହୋଇନାହିଁ । ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବା ନେଇ ଆଶା କରାଯାଉଥିବା ବେଳେ ସେହି ସମୟରେ ଉପନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଉପନିର୍ବାଚନକୁ ନେଇ କେହି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ରାଜ୍ୟରେ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସ ମନ୍ଥନ । କେଉଁ ଦଳ କାହାକୁ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇବ ସେନେଇ ଚାଲିଛି ଅଙ୍କକଷା । ସରକାରରେ ଥିବା ବିଜେପି ପାଇଁ ଉପନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ । କାହିଁକିନା ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି ।

ସେପଟେ ବିରୋଧୀ ବିଜେଡି ପାଇଁ ବି ଏହି ଆସନ ସମ୍ମାନ ଜନକ । କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରହିଥିଲା । ନୂଆପଡା ଆସନରେ ବିଜେଡି 2009, 2019 ଓ 2024ରେ ବିଜୟୀ ହୋଇଥିଲା । ତେବେ ବିଜେପି ସରକାରରେ ଥିବାରୁ ବିଜେଡି ପାଇଁ ଏଥର ସେତେ ସହଜ ହେବନାହିଁ । ପ୍ରଚାର, ପ୍ରସାରରେ ବିଜେପି ଆଗୁଆ ରହିଛି । ତେଣୁ ଉପନିର୍ବାଚନରେ ପୁଣି ନିଜ ଆସନରେ ବିଜୟୀ ହେବା ବିଜେଡି ପାଇଁ କଷ୍ଟକର ହୋଇପାରେ ।

ବିଜେପି, ବିଜେଡି, କଂଗ୍ରେସ ଏଥର କାହାକୁ ପ୍ରାର୍ଥୀ କରିବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ବର୍ତ୍ତମାନର ସମୀକରଣ ଅନୁସାରେ ନୂଆପଡ଼ାରେ ବିଜେଡି ଟିକଟ ଢୋଲକିଆ ପରିବାରକୁ ମିଳିବାର ସମ୍ଭାବନା ଅଛି । ବିଧାୟକ ସବୁବେଳେ ନିଜ ପୁଅ ଜୟ ଢୋଲକିଆଙ୍କୁ ରାଜନୀତିରେ ଆଗକୁ ଛାଡ଼ୁଥିଲେ। ତେଣୁ ରାଜେନ୍ଦ୍ରଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଅଧିକ। କାରଣ ତାଙ୍କୁ ସହାନୁଭୂତି ଭୋଟ ମିଳିପାରେ ।

2014ରେ ପ୍ରଥମ ଥର ପାଇଁ ବିଜେପି ନୂଆପଡା ବିଜୟୀ ହୋଇଥିଲା । ପୁଣି ଥରେ ବିଜୟର ସ୍ବାଦ ଚାଖିବାକୁ କୌଣସି ସୁଯୋଗକୁ ଦଳ ହାତଛଡା କରିବ ନାହିଁ । କାହିଁକିନା ବିଜେପି ସରାକରାରେ ଏହା ପ୍ରଥମ ଉପନିର୍ବାଚନ । ସେପଟେ ଉପ ନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 9, 2026, 8:23 AM
 

S
Partly cloudy
26°C
2.2 m/s
Apparent: 30°C
Pressure: 1015 mb
Humidity: 73%
Winds: 2.2 m/s S
Windgusts: 8.4 m/s
UV-Index: 2.75
Precip.: 0mm /0% / Rain
Sunrise: 6:00 AM
Sunset: 5:53 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom