ଖୋର୍ଧା: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୋଡାଇ ଖଣ୍ଡାରେ ହାଣିବାରୁ ତାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ ନିକଟରେ ଏହି ଘଟଣା ଘଟିଛି। ମୃତ ହେଲେ ମୁକୁନ୍ଦପ୍ରସାଦ ର ମହମ୍ମଦ ସାଜୁ(35)। ଏହାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ କହିଛି ଆଇନକୁ କେହି ହାତକୁ ନିଅନ୍ତୁ ନାହିଁ । ଯାହାର କିଛି କହିବାର ଅଛି ସେ ଥାନାକୁ ଆସି କୁହନ୍ତୁ । ଆଇନକୁ ହାତକୁ ନେଲେ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ, ଏସପି ।
ସ୍ଥାନୀୟ ଲୋକଙ୍କ କହିବା କଥା ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ଶତୃତା ଥିଲା । ଏପରିକି ମାଡ଼ପିଟା ମଧ୍ୟ ହୋଇଥିଲା । ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲେ । ସେପଟେ ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ମୁକୁନ୍ଦପ୍ରସାଦ ଛକରେ ଶବ ରଖି ଟାୟର ଜାଲି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ଅବିନାଶ କୁମାର, ଆଇଜି ସଞ୍ଜୟ କୁମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରତିଶୃତି ପରେ ଶବ ଉଠିଲା, ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଘଟଣା ସ୍ଥଳରେ 3ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ ରହିଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ରୁ ଛକାପଞ୍ଝା ଲାଗି ରହିଥିଲା। ଆଜି ଅପରାହ୍ନ ପ୍ରାୟ 1ଟା ବେଳେ ମହମ୍ମଦ ବାଇକରେ ଜଟଣୀରୁ ଘରକୁ ଫେରୁଥିଲେ। ଏହି ସମୟରେ ଏକାଧିକ ଯୁବକ ତାଙ୍କୁ ଘେରି ଯାଇଥିଲେ। ମହମ୍ମଦ ସେଠାରୁ ପ୍ରାଣବିକଳରେ ଦୌଡି ଏକ ଗ୍ୟାରେଜ ରେ ପଶିଯାଇଥିଲେ। ଦୁବୃର୍ତ ମାନେ ତାଙ୍କ ଖଣ୍ଡାରେ ମୁଣ୍ଡ, ହାତ କୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମେଡିକାଲ ନେଇଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

/sambad-english/media/media_files/2026/04/28/skeletal-remains_keonjhar-2026-04-28-15-29-06.jpg?w=640&resize=640,480&ssl=1)






