• Latest
  • Trending
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

ମୁଖ୍ୟ ଭୂମିକାରେ ଶିଶୁ କଳାକାର ସାଇ ଦିବ୍ୟାଂଶୀ ଅଭିନୟ କରିଛନ୍ତି

by M M
Dec-29-2025 01:12 PM IST
in ରାଜ୍ୟ
0
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ
491
SHARES
1.4k
VIEWS
Share on FacebookShare on Twitter

କିମିଆ କରିଛି ‘ହେ କଳା ବାନ୍ଧବ’
-କୁନିଝିଅ କଣ୍ଠରେ କଳା ସାଆନ୍ତଙ୍କ ସଙ୍ଗୀତ
-ମନ ଜିଣୁଛି ମୀରାର କାହାଣୀ…

ଭୁବନେଶ୍ବର: ଆଖି ନଥିବା ମଣିଷ ପାଇଁ ଏ ଦୁନିଆଟା ଅନ୍ଧାର, କଳା କିଟମିଟ । କଳା ବି ଆମ କାଳିଆ ଠାକୁର । ହେଲେ ସେହି କଳା ସାଆନ୍ତଙ୍କୁ କେମିତି ଦେଖେ ଆଖି ନଥିବା ମଣିଷଟି ? ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଟି ଦାରୁଦିଅଁଙ୍କୁ କେଉଁ ରୂପରେ ଦର୍ଶନ କରେ ? ଏ ପ୍ରଶ୍ନର ଗୋଟିଗୋଟି ଉତ୍ତର ନିକଟରେ ରିଲିଜ ହୋଇଥିବା ଏକ ସୁନ୍ଦର ଭାବପୂର୍ଣ୍ଣ ଭଜନ ‘ହେ କଳା ବାନ୍ଧବ’ରେ ପ୍ରତିଫଳିତ ହୋଇଛି ।

ଜଗନ୍ନାଥ- ଅନୁଭବର ଠାକୁର, ଅଭିମାନର ଠାକୁର…ଭକ୍ତଟିଏ ତାଙ୍କୁ ନଦେଖି ପାରିଲେ ତାଙ୍କ ଉପରେ ଅଭିମାନ କରେ । ଜଗନ୍ନାଥଙ୍କ ଉପରେ ଅଭିମାନ କରିବାର ଅଧିକାର ସମସ୍ତଙ୍କର ଅଛି । ଠିକ୍ ଭଜନରେ ଦୃଷ୍ଟିହୀନ ଝିଅର ଅଭିମାନ ପରି… ଜଗାକୁ ନଦେଖି ପାରିବାର ଅଭିମାନ, ତାକୁ ନଧରି ପାରିବାର ଅବସୋସ, ତାସହ ନଖେଳି ପାରିବାର ଅଝଟପଣକୁ ନେଇ ହିଁ ଭଜନର କାହାଣୀ ଗତିଶୀଳ ।

‘ହେ କଳା ବାନ୍ଧବ’ ନାଁକୁ ଏକ ମ୍ୟୁଜିକ ଭିଡିଓ ହେଇଥିଲେ ହେଁ କିନ୍ତୁ ଦେଖିବାକୁ ଗଲେ ଏହା ଏକ ଛୋଟ ସିନେମା ପରି । ଏ କାହାଣୀ ମୀରାର, କାହାଣୀ ଅଭିମାନର, କାହାଣୀ କୌତୁହଳର, କାହାଣୀ ମୀରା ଓ କାଳିଆର ବନ୍ଧୁତ୍ୱର । ‘ଡବି ବବ୍ଲି’ (Dubby Bubbly) ପ୍ରସ୍ତୁତ ଏହି ଗୀତଟି ଶ୍ରୋତାଙ୍କ ମନକୁ ବେଶ୍ ଛୁଇଁପାରିଛି। ମନୋଜ ଏବଂ ସମୀକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବିଶ୍ୱଜିତ ପଟ୍ଟନାୟକଙ୍କ ଦ୍ବାର ପ୍ରଯୋଜିତ ଏହି ଭଜନରେ ଜଣେ କୁନି ଝିଅ (ମୀରା)ର ଜଗା ପ୍ରତି ଥିବା ନିଷ୍କପଟ ଭକ୍ତି ଓ ଆବେଗକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି।

ଏଥିରେ ମୁଖ୍ୟ ଭୂମିକାରେ ଶିଶୁ କଳାକାର ସାଇ ଦିବ୍ୟାଂଶୀ ଅଭିନୟ କରିଥିବା ବେଳେ ଭଜନରେ କଣ୍ଠଦାନ ମଧ୍ୟ କରିଛନ୍ତି । ଭେଟେରାନ ଅଭିନେତ୍ରୀ ଈଶା ବିବର୍ତ୍ତl ଏବଂ ଜମ୍ବେଶ୍ୱର ଖୁଣ୍ଟିଆ ଏଥିରେ ଅଭିନୟ କରିଛନ୍ତି। ଭକ୍ତିର ଏହି ସୁନ୍ଦର ଭଜନକୁ ଗୀତିକାର ପୁଷ୍ପକ ପରିଡ଼ା ଶବ୍ଦରେ ସଜାଇଥିବା ବେଳେ ମ୍ୟୁଜିକ ଅନିଲ ନାଏକ ଦେଇଛନ୍ତି । ତେବେ ପୂରା ଟିମର ଏହି ପ୍ରୟାସକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 8:47 AM
 
SW
Clear sky
30°C
2 m/s
Apparent: 32°C
Pressure: 1006 mb
Humidity: 85%
Winds: 2 m/s SW
Windgusts: 11.3 m/s
UV-Index: 0
Precip.: 0mm /8% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom