• Latest
  • Trending
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST
ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

May-13-2026 09:42 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

by M M
Dec-29-2025 03:22 PM IST
in ବଡ଼ ଖବର
0
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ
491
SHARES
1.4k
VIEWS
Share on FacebookShare on Twitter
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ପୁଣିଥରେ ନିଜ ବିସ୍ଫୋରକ ମନ୍ତବ୍ୟରେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନାଁ ନନେଇ ସେ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି। ବିଜେଡିର ନିର୍ବାଚନରେ ପରାଜୟର କାରଣ ବର୍ଣ୍ଣନା କରି ବଦ୍ରି କହିଛନ୍ତି ଯେ, ପାର୍ଟିର ପରାଜୟର ମୂଳ କାରଣ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ନନେବା। ଏହି ମନ୍ତବ୍ୟ ସହିତ ସେ ପରୋକ୍ଷରେ ପାର୍ଟିର କିଛି ନେତାଙ୍କୁ ଦାୟୀ କରିଛନ୍ତି।ବଦ୍ରି ପାତ୍ର କହିଛନ୍ତି, “ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ଆମ ଦଳ ହାରିଲା। ଏହା କ’ଣ ନବୀନଙ୍କ ଲୋକପ୍ରିୟତା ନୁହେଁ କି? ଲୋକେ ନବୀନଙ୍କୁ ଖୋଜିଲେ, ତାଙ୍କୁ ପାଇଲେ ନାହିଁ। ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ। ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ, ଲୋକେ ଅସନ୍ତୁଷ୍ଟ ହେଲେ। ଲୋକେ ଜଣାଇ ଦେଲେ ଯେ ନବୀନ ନାହିଁ ତ ଭୋଟ୍‌ ନାହିଁ। ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ, ପରାଜୟ ପାଇଁ ସେମାନେ ଦାୟୀ। ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ।”ଏହି ମନ୍ତବ୍ୟ ପରୋକ୍ଷରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଭି.କେ. ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରିଥିବା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିର୍ବାଚନ ପରେ ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ ପ୍ରକାଶ ପାଉଥିବା ଏହା ପ୍ରଥମ ଘଟଣା ନୁହେଁ। ବଦ୍ରିଙ୍କ ଏହି ବୟାନ୍‌ ପାର୍ଟିର ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ଉତ୍ତପ୍ତ କରିବ ବୋଲି ଆକଳନ କରାଯାଉଛି। ଏହାର ପ୍ରତିକ୍ରିୟାରେ ପାର୍ଟିର ଅନ୍ୟ ନେତାମାନେ କ’ଣ କହିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 9:53 AM
 
S
Clear sky
32°C
2.1 m/s
Apparent: 32°C
Pressure: 1006 mb
Humidity: 85%
Winds: 2.1 m/s S
Windgusts: 11.3 m/s
UV-Index: 0
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom