ଆଗତ ହେଲା ନୂଆ ଆୟକର ବିଲ୍

by nwradmin FEB-13-2025 10:52 AM IST in ଦେଶ ବିଦେଶ

ନୂଆ ଆୟକର ବିଲ୍ ଗୁରୁବାର ଲୋକସଭାରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ଏହା ପୂର୍ବରୁ ୨୦୨୫ ଫେବ୍ରୁଆରି ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲା। ଏହି ନୂତନ ଆଇନ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନର ସ୍ଥାନ ନେବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ଅଧିକ ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ ।