କଳିକା ଓ ଅନୀତା: ଚାକିରି ପାଇଁ ୨ଟି କାହାଣୀ

by newsroom JAN-02-2026 6:31 AM IST in ବଡ଼ ଖବର

ଶିକ୍ଷା ଅଛି, ଯୋଗ୍ୟତା ଅଛି, ଆଉ ଅଛି ଆଖିରେ ଅନେକ ସ୍ୱପ୍ନ। କିନ୍ତୁ ବାଧକ ସାଜିଛି ବେକାରୀ ସମସ୍ୟା। ଓଡ଼ିଶାର ଦୁଇ ଜଣ ଶିକ୍ଷିତ ଯୁବତୀ କଳିକା ଏବଂ ଅନୀତା। ସେମାନଙ୍କ କାହାଣୀ କେବଳ ଦୁଇଜଣ ବ୍ୟକ୍ତିଙ୍କ କଥା ନୁହେଁ, ବରଂ ଏହା ଆଜିର ସମୟରେ ଚାକିରି ପାଇଁ ସଂଘର୍ଷ କରୁଥିବା ହଜାର ହଜାର ଯୁବପିଢ଼ିଙ୍କ ପ୍ରତିନିଧିତ୍ୱ କରୁଛି।