ମୋକିମଙ୍କୁ ଭରସା କରିପାରିବ କି ଓଡ଼ିଶା ? ଆସୁଛି ନୂଆ ଦଳ

by newsroom JAN-05-2026 4:59 AM IST in ବଡ଼ ଖବର

କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବଂ ବିଜେଡି-ବିଜେପିର ସମୀକରଣ ମଝିରେ ମୋହମ୍ମଦ ମୋକିମ ଏବେ ଏକ ‘ସ୍ୱତନ୍ତ୍ର ପରିଚୟ’ ଖୋଜୁଛନ୍ତି। କଟକରୁ କ୍ରେଜ୍ ଆରମ୍ଭ କରିଥିବା ମୋକିମ କ’ଣ ଏକ ନୂଆ ଆଞ୍ଚଳିକ ଦଳର ମଙ୍ଗ ଧରି ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିପାରିବେ?ମୋକିମ କଂଗ୍ରେସରେ ଥାଇ ମଧ୍ୟ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ଗୋଷ୍ଠୀ ବା ‘ମୋକିମ ଫ୍ୟାନ୍ କ୍ଲବ’ ଗଢ଼ିବାରେ ସଫଳ ହୋଇଛନ୍ତି। ତାଙ୍କର ସ୍ପଷ୍ଟବାଦୀ ଆଭିମୁଖ୍ୟ ଏବଂ ନିଜ ଅଞ୍ଚଳରେ ଥିବା ସଂଗଠନ ତାଙ୍କୁ ଜଣେ ଶକ୍ତିଶାଳୀ ନେତା ଭାବେ ଉଭା କରିଛି। ଏବେ ଯେତେବେଳେ ସେ କୌଣସି ଦଳରେ ନାହାଁନ୍ତି, ସେତେବେଳେ ଏକ ନୂଆ ଦଳ ଗଠନ କରି ନିଜକୁ ‘ଓଡ଼ିଶାର ବିକଳ୍ପ’ ଭାବେ ଦେଖାଇବାକୁ ସେ ଚେଷ୍ଟା କରୁଛନ୍ତି।