୧୧ ଜିଲ୍ଲାରେ ୩୮୭୮ କୋଟିର ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର

by nwradmin JUN-13-2025 1:59 PM IST in ବଡ଼ ଖବର

୧୩ ଜୁନ ୨୦୨୫ରେ ଓଡ଼ିଶା ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ୩୮୭୮.୮୬ କୋଟି ଟଙ୍କାର ୧୭ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପ୍ଲାଷ୍ଟିକ୍, ଟେକ୍ସଟାଇଲ୍, ପର୍ଯ୍ୟଟନ, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ ଆକର୍ଷଣ କରିବ ଏବଂ ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।