• Latest
  • Trending
ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

Oct-23-2025 06:43 PM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

by M M
Oct-23-2025 06:43 PM IST
in ଖେଳ
0
ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ
492
SHARES
1.4k
VIEWS
Share on FacebookShare on Twitter

ଅଷ୍ଟ୍ରେଲିଆଠୁ ଦ୍ବିତୀୟ ମ୍ୟାଚରେ ପରାସ୍ତ ହୋଇଛି ଭାରତ ।  ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇ ୨-୦ରେ ସିରିଜ ହାତେଇଛି ଅଷ୍ଟ୍ରେଲିଆ । ତିନିଟିକିଆ ସିରିଜରେ ଏହା ଭାରତର ଦ୍ବିତୀୟ ପରାଜୟ । ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୬.୨ ବଲରେ ୮ ଓ୍ବିକେଟ ହରାଇ ୨୬୫ ରନ୍ କରିଥିଲା । ସବୁଠୁ ବଡ଼ କଥା ହେଲା ଏହି ମ୍ୟାଚରେ ବିରାଟ କୋହଲି ଶୂନରେ ଆଉଟ ହୋଇଥିଲେ । ଯାହାକୁ ନେଇ ତାଙ୍କ ବିଷୟରେ ଅନେକ କଥା କୁହାଯାଉଛି । ଏପରିକି ସେ ଏହି ସିରିଜରେ ଅବସର ନେବା କଥା ଆଲୋଚନା ହେଉଛି ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତୀୟ ଏଡିଲେଡରେ ପ୍ରଥମରୁ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ରୋହିତ ଶର୍ମା, ଶୁଭମନ ଗିଲ ପ୍ରଥମରୁ ଧିମା ଆରମ୍ଭ କରିଥିଲେ । ତେବେ ଶୁଭମନ ଗିଲ ନଅ ରନ୍ କରି ଆଉଟ ହେବା ପରେ ପଡ଼ିଆକୁ ଆସିଥିଲେ ବିରାଟ କୋହଲି । ବିରାଟ ଚାରିଟି ବଲ ଖେଳି ଶୂନରେ ଆଉଟ ହୋଇଥିଲେ । ଏହାପରେ ସ୍କୋର ପୁରା ଧିମା ହୋଇଯାଇଥିଲା ।

ଦଳୀୟ ସ୍କୋର ୧୭ ଥିବା ବେଳେ ଅଧିନାକୟ ଶୁବଭନ ଗିଲ ୯ ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ଜେବିୟର ବିରାଟ କୋହଲିଙ୍କୁ ଆଉଟ କରି ଭାରତୀୟ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଥିଲେ । କୋହଲି ଖାତା ଖୋଲିବାକୁ ବି ସକ୍ଷମ ହୋଇ ନଥିଲେ । ଏହାସହ ଦ୍ବିତୀୟ ମ୍ୟାଚରେ ବି କୋହଲି ଶୂନରେ ଆଉଟ ହୋଇଥିଲେ । ଏହାପରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ତୃତୀୟ ସ୍ବିକେଟରେ ୧୧୮ ରନର ପାର୍ଟନରସିପ କରି ଭାରତୀୟ ଟିମକୁ ସମ୍ଭାଳି ଥିଲେ । ରୋହିତ ୭ ଚୌକା ଓ ଦୁଇ ଛକା ସହ ୯୭ ବଲରୁ ୭୩ ରନ କରି ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଏହା ପରେ ପରେ ଆୟର ମଧ୍ୟ ଆଉଟ ହୋଇ ଯାଇଥିଲେ । ସେ ୭୭ ବଳରେ ୬୧ ରନ କରିଥିଲେ । ଯେଉଁଥିରେ ୭ ଚୌକା ସାମିଲ ଥିଲା ।  ଭାରତ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇବାରୁ ବଡ଼ ସ୍କୋର କରିପାରିନଥିଲା । କେଏଲ ରାହୁଲ ୧୧, ଓ୍ବାସିଂଟନ ସୁନ୍ଦର ୧୨ ଏବଂ ନୀତୀଶ କୁମାର ରେଡ୍ଡି ୮ ରନ୍ କରି ଆଉଟ ହୋଇଯାଇଥିଲେ । ତେବେ ଶେଷ ଆଡକୁ ଅକ୍ଷର ପଟେଲଙ୍କ ୪୪ ରନ ବଳରେ ଭାରତ ୨୦୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା । ହର୍ଷିତ ରାଣା ୨୪ ଏବଂ ଅର୍ଶଦୀପ ସିଂ ୧୩ ରନ କରିଥିଲେ ।

୨୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଦଳର ଆରମ୍ଭ ଏତେ ଭଲ ହୋଇ ନଥିଲା । ଅର୍ଶଦୀପ ସିଂ ଅଧିନାୟକ ମିଚେଲ ମାର୍ଶଙ୍କୁ ୧୧ ରନରେ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ । ସେପଟେ ହର୍ଷିତ ରାଣା ଟ୍ରିବ୍ସ ହେଡଙ୍କୁ ୨୮ ରନରେ ଆଉଟ କରି ଭାରତର ବିଜୟ ଆଶା ବଢ଼ାଇ ଦେଇଥିଲେ । ଏହାପରେ ମ୍ୟାଥୁ ରେନସ ଏବଂ ମ୍ୟାଥୁ ସର୍ଟ ତୃତୀୟ ଓ୍ବିକେଟରେ ୫୫ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆ ଟିମକୁ ସଙ୍କଟରୁ ଉଦ୍ଧାର କରିଥିଲେ ।  ରେନସ ୩୦ ରନ୍ କରି ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ । ଓ୍ବାସିଂଟନ ସୁନ୍ଦର ଏଲେକ୍ସ କ୍ୟାରୀଙ୍କୁ ୯ ରନରେ ଆଉଟ କରିବା ପରେ ମ୍ୟାଚ୍ ପୁଣି ଭାରତ ସପକ୍ଷକୁ ଚାଲି ଆସିଥିଲା । ଏଲେକ୍ସ ଆଉଟ୍ ହେବା ପରେ ସର୍ଟ ଏବଂ କୁପର କୋନୋଲି ୫ମ ଓ୍ବିକେଟରେ ୫୫ ରନର ପାର୍ଟନରସିପ କରିଥିଲେ ।  ସର୍ଟ ୭୮ ବଲରେ ୭୪ ରନ କରିଥିଲେ । ଯେଉଁଥିରେ ୪ଟି ଚୌକା ଏବଂ ଦୁଇଟି ଛକା ଥିଲା । ୫ମ ଓ୍ବିକେଟ ପତନ ପରେ ମିଚେଲ ଓଓ୍ବେନ ଏବଂ କୁପର ଷଷ୍ଠ ଓ୍ବିକେଟରେ ୫୯ ରନର ପାର୍ଟନରସିପ କରି ଅଷ୍ଟ୍ରେଲିଆର ବିଜୟକୁ ସହଜ କରି ଦେଇଥିଲେ । ଜାମ୍ବା ଚାରିଟି ଉଇକେଟ ନେଇଥିବାରୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

Share197Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 4:53 AM
 
N
Fog
13°C
0.8 m/s
Apparent: 16°C
Pressure: 1015 mb
Humidity: 91%
Winds: 0.8 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom