• Latest
  • Trending
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

Oct-29-2025 06:09 PM IST
ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…

ନବୀନ ନିବାସରେ କଟକ କର୍ପୋରେଟର, ଖୁବ ଶୀଘ୍ର ବଡ଼ ନିଷ୍ପତ୍ତି…

Mar-30-2026 02:14 PM IST
odisha.newsroom.in

ଭାରତୀୟ ବଜାରରେ ଚୀନ CCTV ବ୍ୟାନ…କଣ ରହିଛି କାରଣ ?

Mar-30-2026 01:33 PM IST
odisha.newsroom.in

ବିଧାୟକ ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ରାଜନୈତିକ ବୟାନବାଜି ଜୋର

Mar-30-2026 01:03 PM IST
odisha.newsroom.in

ବିଜୁ ବିରୋଧୀ ବୟାନକୁ ନବୀନଙ୍କ କଡ଼ା ନିନ୍ଦା, କହିଲେ ନିଶିକାନ୍ତଙ୍କ ମୁଣ୍ଡ କାମ କରୁନି, ମେଣ୍ଟାଲ ଡାକ୍ତର ଦେଖାନ୍ତୁ

Mar-30-2026 12:28 PM IST
odisha.newsroom.in

ଟ୍ରମ୍ପଙ୍କ ବିବାଦୀୟ ବୟାନ..ଇରାନର ଖାର୍ଗ ଦ୍ବୀପ ଦଖଲ କରିବୁ, ତେଲ ନବୁ

Mar-30-2026 12:06 PM IST
odisha.newsroom.in

ଆମେରିକାରେ ତୀବ୍ର ହେଉଛି NO KING ନାରା, କଣ କରିବେ ଟ୍ରମ୍ପ ?

Mar-30-2026 11:42 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-30-2026 10:41 AM IST
ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

Mar-29-2026 10:55 PM IST
ପାକିସ୍ତାନରେ ଦୁଇଦିନ ଲକଡାଉନ!

ପାକିସ୍ତାନରେ ଦୁଇଦିନ ଲକଡାଉନ!

Mar-29-2026 10:52 PM IST
ଆମେ ରାଜତନ୍ତ୍ର ସହିବୁନୁ 

ଆମେ ରାଜତନ୍ତ୍ର ସହିବୁନୁ 

Mar-29-2026 10:50 PM IST
  • About
  • Careers
  • Contact Us
Monday, March 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର

ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୋଟରଙ୍କୁ ସିଧାସଳଖ ଭେଟି କହିଲେ ବିଜେପିକୁ ଭୋଟ ଦିଅ

by M M
Oct-29-2025 06:09 PM IST
in ରାଜନୀତି, ରାଜ୍ୟ
0
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଜୋରଦାର ପ୍ରଚାର
491
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରଚାରକୁ ଅଧିକ ଜୋରଦାର କରିଛି। ରାଜ୍ୟର ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଏଠାରେ ଜୋରଦାର କ୍ୟାମ୍ପେନ୍ କରୁଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ପ୍ରଥମେ ସାଧାରଣ ସଭା କରିବା ଏବଂ ପରେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି।

ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଥମେ ଏକ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ। ବିଶେଷକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ନୂଆପଡ଼ା ପାଇଁ ଘୋଷଣା କରାଯାଇଥିବା ବିକାଶମୂଳକ ପ୍ରକଳ୍ପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସାଧାରଣ ସଭା ପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଦଳୀୟ କର୍ମୀଙ୍କ ସହ ସ୍ଥାନୀୟ ଗ୍ରାମ ଓ ସାହିଗୁଡ଼ିକରେ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ। ଭୋଟରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରି, ସେମାନଙ୍କର ସ୍ଥାନୀୟ ସମସ୍ୟା ଶୁଣିବା ଏବଂ ‘ଡବଲ ଇଞ୍ଜିନ୍ ସରକାର’ର ଲାଭ ବିଷୟରେ ବୁଝାଉଥିବା ଦେଖାଯାଇଥିଲା ।

ନୂଆପଡ଼ା ଉପ-ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରକୁ ମଜବୁତ କରିବା ପାଇଁ ଏକ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି। ରାଜ୍ୟରୁ ମୋଟ ୮ ଜଣ ମନ୍ତ୍ରୀଙ୍କୁ ନୂଆପଡ଼ାର ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ଏହି ସାମୂହିକ ପ୍ରଚାର ଯୋଗୁଁ ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ପାର୍ଟିର ଉପସ୍ଥିତି ଓ ସଂଗଠନ ଶକ୍ତି ବୃଦ୍ଧି ପାଉଛି।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଦଳୀୟ ନେତା ଓ କର୍ମୀମାନଙ୍କ ସହ କୋମନା ବ୍ଲକ୍ ସମେତ ଅନ୍ୟାନ୍ୟ ସ୍ଥାନରେ ଘନ ଘନ ପ୍ରଚାର କରି ଭୋଟରଙ୍କ ସମର୍ଥନ ଲୋଡୁଛନ୍ତି। ନିଜ ପିତାଙ୍କ ନୂଆପଡ଼ାକୁ ଓଡ଼ିଶାର ଶ୍ରେଷ୍ଠ ଜିଲ୍ଲା କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଜୟ ଢ଼ୋଲକିଆ।

ସମସ୍ତ ପ୍ରମୁଖ ରାଜନୈତିକ ଦଳ ନୂଆପଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରୁଥିବାରୁ ଏହି ଉପ-ନିର୍ବାଚନକୁ ରାଜ୍ୟରେ ବିଜେପି ସରକାର ଗଠନ ପରେ ଏକ ପ୍ରମୁଖ ରାଜନୈତିକ ପରୀକ୍ଷା ଭାବେ ଦେଖାଯାଉଛି।

ଏହା ସହ ଆଜି ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁମ୍ଭାର ମାନଙ୍କ ସହିତ ତାଙ୍କର ପାରିବାରିକ ସାମାଜିକ ଆର୍ଥିକ ସ୍ଥିତି ପରିସ୍ଥିତି ବିଷୟ ରେ ଆଲୋଚନା କରିଥିଲେ । ଏଥିରେ ଉପସ୍ଥିତ କୁମ୍ଭାର ମାନେ ମାଟିକଳା ବୋର୍ଡ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।
ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଧଲ ସାମନ୍ତ ଆହ୍ୱାନ କରିଥିଲେ ।
ଏହି ସମାବେଶ ରେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ବିଜେପି ନୂଆପଡ଼ା ଉପ-ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି  ।  ସମଗ୍ର ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନିୟୋଜିତ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରକାଶିତ ଷ୍ଟାର ପ୍ରଚାରକ ତାଲିକାରେ ୪୦ରୁ ଅଧିକ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ପ୍ରଭାତୀ ପରିଡ଼ା (ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ),କନକ ବର୍ଦ୍ଧନ ସିଂ ଦେଓ (ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ),ବିଷ୍ଣୁଦେବ ସାଏ (ଛତିଶଗଡ଼ ମୁଖ୍ୟମନ୍ତ୍ରୀ) , ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ର ଶିକ୍ଷା ମନ୍ତ୍ରୀ), ଅଶ୍ୱିନୀ ବୈଷ୍ଣବ (କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ),ଜୁଏଲ୍ ଓରାମ (କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ),ମନମୋହନ ସାମଲ (ବିଜେପି ରାଜ୍ୟ ସଭାପତି) ,ବୈଜୟନ୍ତ ପଣ୍ଡା (ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ) ପ୍ରମୁଖ ଏହି ସମସ୍ତ ବରିଷ୍ଠ ନେତାମାନେ ବିଜେପି ପ୍ରାର୍ଥୀ  ଜୟ ଢୋଲକିଆଙ୍କ ପାଇଁ ସାଧାରଣ ସଭା, ଘରକୁ ଘର ବୁଲି ପ୍ରଚାର ଏବଂ କର୍ମୀ ସମ୍ମିଳନୀ ମାଧ୍ୟମରେ ଦଳର ସଂଗଠନକୁ ମଜବୁତ କରୁଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
March 30, 2026, 2:45 PM
 

S
Partly cloudy
33°C
4.6 m/s
Apparent: 32°C
Pressure: 1007 mb
Humidity: 86%
Winds: 4.6 m/s S
Windgusts: 10.8 m/s
UV-Index: 0
Precip.: 0mm /5% / Rain
Sunrise: 5:41 AM
Sunset: 6:00 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom