• Latest
  • Trending
ରେଭେନ୍ସାରେ ନ୍ୟୁଜରୁମର ବଡ଼ ବିତର୍କ…ଗୋଟିଏ ମଞ୍ଚରେ ଏକାଠି ହେଲେ ମନମୋହନ, ଭକ୍ତ ଓ ସଂତୃପ୍ତ

ରେଭେନ୍ସାରେ ନ୍ୟୁଜରୁମର ବଡ଼ ବିତର୍କ…ଗୋଟିଏ ମଞ୍ଚରେ ଏକାଠି ହେଲେ ମନମୋହନ, ଭକ୍ତ ଓ ସଂତୃପ୍ତ

Apr-08-2026 01:03 PM IST
ଇରାନର ୧୦ ସର୍ତ୍ତ, ମୁଣ୍ଡରେ ହାତ ଦେଲେ ଟ୍ରମ୍ପ

ଇରାନର ୧୦ ସର୍ତ୍ତ, ମୁଣ୍ଡରେ ହାତ ଦେଲେ ଟ୍ରମ୍ପ

Apr-08-2026 08:17 PM IST
BJDକୁ ମିଳିଗଲା ପାଣ୍ଡିଆନଙ୍କ ବିକଳ୍ପ ?

BJDକୁ ମିଳିଗଲା ପାଣ୍ଡିଆନଙ୍କ ବିକଳ୍ପ ?

Apr-08-2026 08:15 PM IST
odisha.newsroom.in

ଏପଟେ ଯୁଦ୍ଧ ବିରତି, ସେପଟେ ଇରାନର ତୈଳ ଭଣ୍ଡାର ଉପରେ ଭୟଙ୍କର ହମଲା

Apr-08-2026 05:52 PM IST
odisha.newsroom.in

ରାଉରକେଲା ବିମାନ ଦୁର୍ଘଟଣା…ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ

Apr-08-2026 05:09 PM IST
odisha.newsroom.in

ଯୁଦ୍ଧବିରତି ଦୁର୍ବଳ…ଲେବାନନ ଏବେ ଉଭୟଙ୍କ ପାଇଁ ଅଗ୍ନି ପରୀକ୍ଷା

Apr-08-2026 04:02 PM IST
odisha.newsroom.in

RBI ମନିଟାରି ପଲିସି କମିଟିର ବଡ଼ ବୈଠକ…EMI ବଢ଼ିବ ନା କମିବ ?

Apr-08-2026 03:37 PM IST
odisha.newsroom.in

ପାକିସ୍ତାନ ଭକୁଆ…ଆମେରିକା-ଇରାନ ମଧ୍ୟରେ ଅସଲ ଖେଳ କରୁଛି ଚୀନ

Apr-08-2026 01:35 PM IST
ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପରିସରରେ ନ୍ୟୁଜରୁମର ବଡ଼ ବିତର୍କ…Barabati Dialogue

ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପରିସରରେ ନ୍ୟୁଜରୁମର ବଡ଼ ବିତର୍କ…Barabati Dialogue

Apr-08-2026 11:41 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Apr-08-2026 10:15 AM IST
ସଞ୍ଜମତା ଓ ଶାନ୍ତି ପାଇଁ ଭାରତର ଅପିଲ

ସଞ୍ଜମତା ଓ ଶାନ୍ତି ପାଇଁ ଭାରତର ଅପିଲ

Apr-07-2026 11:33 PM IST
  • About
  • Careers
  • Contact Us
Thursday, April 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ରେଭେନ୍ସାରେ ନ୍ୟୁଜରୁମର ବଡ଼ ବିତର୍କ…ଗୋଟିଏ ମଞ୍ଚରେ ଏକାଠି ହେଲେ ମନମୋହନ, ଭକ୍ତ ଓ ସଂତୃପ୍ତ

by M M
Apr-08-2026 01:03 PM IST
in ବିଶେଷ, ରାଜ୍ୟ
0
ରେଭେନ୍ସାରେ ନ୍ୟୁଜରୁମର ବଡ଼ ବିତର୍କ…ଗୋଟିଏ ମଞ୍ଚରେ ଏକାଠି ହେଲେ ମନମୋହନ, ଭକ୍ତ ଓ ସଂତୃପ୍ତ
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶାରେ ଓଡ଼ିଆ ଅସ୍ମିତାର ନାରା ଦେଇ ଶାସନକୁ ଆସିଥିବା ବିଜେପି ସରକାର ଏଇ ଦୁଇ ବର୍ଷ ଭିତରେ ଅନେକ ଲୋକାଭିମୁଖୀ ଯୋଜନା ହାତକୁ ନେଇଛି I ତେବେ ମେଟ୍ରୋ ପ୍ରକଳ୍ପ ନେଇ ଲୋକଙ୍କ ଭିତରେ ଯେଉଁ ସନ୍ଦେହ ଅଛି, ତାହା ଅମୂଳକ I ଭବିଷ୍ୟତରେ ଏହି ସ୍ବପ୍ନ ନିଶ୍ଚୟ ସାକାର ହେବ I ଭୁବନେଶ୍ୱର, କଟକ , ପୁରୀ ଓ ପାରାଦୀପକୁ ନେଇ ସରକାର ଯେଉଁ ନୂଆ ଯୋଜନା ଆରମ୍ଭ କରିଛନ୍ତି, ତାହା ମଧ୍ୟ ସାକାର ହେବ I

ବାରବାଟୀ ଅର୍ଗାନାଇଜିଙ୍ଗ କମିଟି ଓ ନ୍ୟୁଜରୁମର ମିଳିତ ପ୍ରଚେଷ୍ଟାରେ ଆୟୋଜିତ ବିତର୍କ ବାରବାଟୀ ଡାଇଲଗରେ ଯୋଗଦେଇ ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି I ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଅନିଷ୍ଠିତ ଏହି ବିତର୍କରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଗଦେଇପାରିନଥିବାରୁ ଏକ ଭିଡ଼ିଓ ବାର୍ତା ପଠାଇଥିଲେ I

ପ୍ରଥମ ଅଧିବେଶନର ଶୀର୍ଷକ ଥିଲା, ଆଇନର ଶାସନ…କହିବା ସହଜ , କରିବା କଠିନ I ଆଇନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ରହି ଏହାକୁ ସଂଚାଳନ କରିଥିଲେ ନ୍ୟୁଜରୁମର ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର I ପ୍ରାରମ୍ଭରେ ନ୍ୟୁଜରୁମର ପ୍ରତିଷ୍ଠାତା ସିଇଓ ପ୍ରିୟଦର୍ଶୀ ବଳ ସ୍ୱାଗତ ଅଭିଭାଷଣ ରଖିଥିଲେ I

ଦ୍ଵିତୀୟ ଅଧିବେଶନରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ଓ ସାଂସଦ ସଂତୃପ୍ତ ମିଶ୍ର I ଏହି ଅଧିବେଶନର ଶୀର୍ଷକ ଥିଲା ଓଡ଼ିଆ ଅସ୍ମିତା…କଥାରେ ନା କାମରେ I ରାଜ୍ୟ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାମଲ କହିଥିବା ବେଳେ ଭକ୍ତ ଦାସ କହିଥିଲେ ସରକାର ଯାହା କହୁଛନ୍ତି ତାକୁ କାମରେ କରି ଦେଖାନ୍ତୁ I ସାଂସଦ ସଂତୃପ୍ତ ମିଶ୍ର କହିଲେ,ରାଜନୈତିକ ବୟାନବାଜି ବନ୍ଦ କରି ଏବେ ଆମକୁ ଓଡ଼ିଶାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡିବ I ବାରବାଟୀ ଉଭୟ ବିକାଶ ଓ ବିଲୟର ପ୍ରତୀକ ବୋଲି ସାଂସଦ ଶ୍ରୀ ମିଶ୍ର ମତ ଦେଇଥିଲେ I

ପରେ ପରେ ତୃତୀୟ ଅଧିବେଶନ ଆରମ୍ଭ ହୋଇଥିଲା I ଏହାର ଶୀର୍ଷକ ଥିଲା କଟକ…ଇତିହାସରୁ ଅସ୍ମିତା I ଏହି ଆଲୋଚନାରେ ଭାଗ ନେଇଥିଲେ ରେଭେନ୍ସାର ପୂର୍ବତନ କୁଳପତି ଦେବଦାସ ଛୋଟରାୟ, ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥ, ରେଭେନ୍ସା ପିଜି କାଉନ୍ସିଲ ଅଧ୍ୟକ୍ଷ ଧର୍ମବ୍ରତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଓ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ I ଓଡିଶା ଲାଇଭର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ ଏହାର ସଂଚାଳନ କରିଥିଲେ I

ଚତୁର୍ଥ ଅଧିବେଶନର ଶୀର୍ଷକ ଥିଲା VOICE OF VISION 2036..I ଏଥିରେ ଯୋଗଦେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ କିଭଳି ଲୋକାଭିମୁଖୀ କରାଯିବ, ସେ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ ଡାକ୍ତର ମାୟା ଗନ୍ତାୟତ ଓ ବରିଷ୍ଠ ପ୍ରଶାସକ ଡ.ପାର୍ଥସାରଥୀ ମିଶ୍ର I ମଂଚରେ ଉପସ୍ଥାପନା ଦାୟିତ୍ୱ ନିଭାଇଥିଲେ ଅଭିନ୍ନ ଆଶୁତୋଷ ଶତପଥୀ I

Tags: barabati dialoguenewsroom conclaveRavenshaw University
Share196Tweet123
M M

M M

ଆଜିର ପାଗ

Bhubaneswar
April 9, 2026, 2:23 AM
 

SSE
Partly cloudy
26°C
1.8 m/s
Apparent: 32°C
Pressure: 1007 mb
Humidity: 93%
Winds: 1.8 m/s SSE
Windgusts: 8.3 m/s
UV-Index: 0
Precip.: 0mm /48% / Rain
Sunrise: 5:33 AM
Sunset: 6:02 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom