ପେଟ୍ରୋଲ ଏବଂ ଡିଜେଲ ପରେ CNG ଦରରେ ବୃଦ୍ଧି ହୋଇଛି। କିଲୋ ପିଛା ୨ ଟଙ୍କା ବୃଦ୍ଧି ହେଲା ସିଏନଜି । ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି । ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି । ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି । ବେଙ୍ଗାଳୁରୁରେ ଦର ୯୦ ଟଙ୍କା ଛୁଇଁଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସମଗ୍ର ବିଶ୍ବରେ ତେଲ ସଙ୍କଟ ଦେଖାଯାଇଛି। ବିଗତ ୧୦ ଦିନରେ ଦେଶରେ ପେଟ୍ରୋଲ ଦର ୭ ଟଙ୍କା ବଢ଼ିଛି। ଏବେ ଦିଲ୍ଲୀ-ଏନସିଆରରେ ମୁଦ୍ରାସ୍ଫୀତିର ଦ୍ୱିଗୁଣିତ ଆକ୍ରମଣ ଦେଖାଯାଇଛି। ମହଙ୍ଗା ମାଡରେ ସାଧାରଣ ଲୋକେ ଏବେ ଅସ୍ତବ୍ୟସ୍ତ ହେଲେଣି । କେବଳ ତେଲ ନୁହେଁ, ଅତ୍ୟାବଶକୀୟ ସାମଗ୍ରୀ ଉପରେ ମଧ୍ୟ ଦର ବୃଦ୍ଧି ହେଉଛି ।
