ଇପିଏଫଓ (EPFO) ପେନସନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା EPF ପେନସନଧାରୀଙ୍କ ମାସିକ ପେନସନରେ ବଡ଼ ଧରଣର ବୃଦ୍ଧି ହୋଇପାରେ। ବର୍ତ୍ତମାନ ମିଳୁଥିବା ସର୍ବନିମ୍ନ ପେନସନକୁ ପ୍ରାୟ ୭.୫ ଗୁଣା ବଢ଼ାଇବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି।
୭୫୦୦ ଟଙ୍କା ହୋଇପାରେ ସର୍ବନିମ୍ନ ପେନସନ୍
ବର୍ତ୍ତମାନ EPFO ଅଧୀନରେ ପେନସନଧାରୀଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ୍ ମିଳୁଛି। ଦୀର୍ଘ ଦିନରୁ ପେନସନଧାରୀମାନେ ଏହି ଅଳ୍ପ ଟଙ୍କାରେ ଗୁଜରାଣ ମେଣ୍ଟାଇବା କଷ୍ଟକର ହେଉଥିବା ଦର୍ଶାଇ ଏହାକୁ ବୃଦ୍ଧି କରିବାକୁ ଦାବି କରିଆସୁଥିଲେ। ଏହି ନୂଆ ପ୍ରସ୍ତାବ ଅନୁଯାୟୀ, ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ପେନସନଧାରୀଙ୍କୁ ମାସିକ ୭୫୦୦ ଟଙ୍କା ମିଳିବାର ସମ୍ଭାବନା ରହିଛି।
ପେନସନଧାରୀଙ୍କ ମଧ୍ୟରେ ଖୁସିର ଲହର
ଏହି ପ୍ରସ୍ତାବ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ କୋଟି କୋଟି କର୍ମଚାରୀ ଓ ପେନସନଧାରୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ବିଶେଷ କରି ମହଙ୍ଗା ମାଡ଼ ସମୟରେ ଏହି ପେନସନ୍ ବୃଦ୍ଧି ସେମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ।
ତେବେ ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର କେବେ ଲାଗୁଛି ଏବଂ ସରକାର ଏହାକୁ କେଉଁ ସମୟରୁ ଲାଗୁ କରିବେ, ସେ ନେଇ ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।











