ଦୁନିଆର ଏକମାତ୍ର ଦେଶ, ଯେଉଁଠି ସୁନାକୁ ଘୃଣା କରନ୍ତି ଲୋକେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

by newsroom MAY-19-2026 4:28 AM IST in ଦେଶ ବିଦେଶ

ଦୁନିଆର ଅନେକ ଦେଶରେ ସୁନା ଓ ହୀରାକୁ ଧନୀ ଏବଂ ଉଚ୍ଚ ସାମାଜିକ ପଦମର୍ଯ୍ୟାଦାର ପ୍ରତୀକ ଭାବେ ଦେଖାଯାଏ। ଭାରତରେ ବିଶେଷକରି ବିବାହ ଓ ପର୍ବପର୍ବାଣୀରେ ସୁନାର ଗହଣା ପିନ୍ଧିବା ଏକ ପୁରୁଣା ପରମ୍ପରା। କିନ୍ତୁ ୟୁରୋପର କିଛି ଦେଶରେ ଏହାର ପୂରା ବିପରୀତ ଚିତ୍ର ଦେଖିବାକୁ ମିଳେ। ଅର୍ଥାତ୍ ଏମିତି ଦେଶ ଅଛି, ଯେଉଁଠି ଲୋକେ ସୁନାକୁ ଘୃଣା କରନ୍ତି।

ସ୍ୱିଡେନ, ନରୱେ ଓ ଡେନମାର୍କ ଭଳି ସ୍କାଣ୍ଡିନେଭିଆ ଦେଶଗୁଡ଼ିକରେ ଅତ୍ୟଧିକ ସୁନା ବା ମହଙ୍ଗା ଗହଣା ପିନ୍ଧି ଦେଖେଇ ହେବାକୁ ଲୋକେ ପସନ୍ଦ କରନ୍ତି ନାହିଁ। ସେଠାରେ ଲୋକମାନେ ଏପରି ବ୍ୟବହାରକୁ ଅହଂକାର ଭାବେ ଦେଖନ୍ତି।

ଏହି ଚିନ୍ତାଧାରା ପଛରେ କୌଣସି ସରକାରୀ ଆଇନ ନଥିଲେ ମଧ୍ୟ ସମାଜରେ ଦୀର୍ଘଦିନ ଧରି ଚାଲିଆସୁଥିବା ଏକ ଅଲିଖିତ ନିୟମ କାମ କରେ। ଏହାକୁ “ଲୋ ଅଫ ଜାଣ୍ଟେ” ବା “ଜାଣ୍ଟେଲୋଭେନ” ବୋଲି କୁହାଯାଏ। ଏହି ଧାରଣା 1933 ମସିହାରେ ଲେଖକ ଏକ୍ସେଲ ସାଣ୍ଡେମୋସଙ୍କ ଗୋଟିଏ ପୁସ୍ତକ ମାଧ୍ୟମରେ ଲୋକପ୍ରିୟ ହୋଇଥିଲା।

ଏହି ସାମାଜିକ ନିୟମର ମୂଳ ଭାବନା ହେଉଛି – କେହି ମଧ୍ୟ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ଧନୀ, ଭଲ ବା ବିଶେଷ ବୋଲି ପ୍ରମାଣ କରିବା ଉଚିତ୍ ନୁହେଁ। ସମାଜରେ ସମସ୍ତଙ୍କୁ ସମାନ ମର୍ଯ୍ୟାଦା ଦିଆଯାଏ।

ସେଥିପାଇଁ ଏହି ଦେଶଗୁଡ଼ିକରେ ଅନେକ ଧନୀ ଲୋକ ମଧ୍ୟ ସାଧାରଣ ଜୀବନ ଯାପନ କରନ୍ତି। ସେମାନେ ସାଧାରଣ ଗାଡ଼ି ବ୍ୟବହାର କରନ୍ତି ଓ ସରଳ ପୋଷାକ ପିନ୍ଧନ୍ତି। ଅଧିକ ସୁନା ବା ମହଙ୍ଗା ଗହଣା ଦେଖିଲେ ଲୋକମାନେ ସେଥିରୁ ଦୂରେଇ ଯାଆନ୍ତି।

ଏହି କାରଣରୁ ସ୍କାଣ୍ଡିନେଭିଆ ଦେଶଗୁଡ଼ିକୁ ସରଳ ଓ ସମାନତାଭିତ୍ତିକ ସମାଜର ଉଦାହରଣ ଭାବେ ଦେଖାଯାଏ।