ମୋହନଙ୍କୁ ଚିଠି ଲେଖିଲେ ନବୀନ। ଆଠଗଡ଼ ବିଧାୟକ ରାଜା ସ୍ଵାଇଁଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହା ଆମର ଗଣତନ୍ତ୍ର ଉପରେ ଏକ ସିଧାସଳଖ ଆକ୍ରମଣ ବୋଲି ପଟ୍ଟନାୟକ କହିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
କହିରଖୁଛୁ ଯେ, କଟକ ଜିଲ୍ଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ଯାଉଥିବାବେଳେ ତାଙ୍କୁ ବିରୋଧ କରିବା ସହ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରାଯାଇଥିଲା । ଏପରିକି ଠେଙ୍ଗା ଧରି ବିରୋଧ କରାଯାଇଥିଲା । ଏନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।
