କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ୍‌ କଲା OPTCL, ହେଡକ୍ୱାର୍ଟର୍ସ ନ ଛାଡିବାକୁ ନିର୍ଦ୍ଦେଶ

by newsroom MAY-23-2026 12:53 PM IST in ବଡ଼ ଖବର
ସାରା ରାଜ୍ୟରେ ତାତି ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଏହାରିଭିତରେ ବିଦ୍ୟୁତକାଟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେବେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ OPTCL ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।
ବିଦ୍ୟୁତ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି OPTCL କଡ଼ା ପଦକ୍ଷେପ ନେଇଛି । କର୍ମଚାରୀଙ୍କ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ତତ୍‌କ୍ଷଣାତ ବାତିଲ କରାଯାଇଛି ।
 
ଛୁଟି ବାତିଲ ସହ କର୍ମଚାରୀମାନେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୂର୍ବ ଅନୁମତି ବିନା କେହି ହେଡକ୍ୱାର୍ଟର୍ସ ଛାଡ଼ି ପାରିବେ ନାହିଁ । ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଥିବାରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ OPTCL ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।