ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

by newsroom JUL-10-2025 10:59 AM IST in ବଡ଼ ଖବର

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୪-୨୫ର ତୃତୀୟ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦେଶ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ରେ ଆୟୋଜକ ଦଳ ୫ୱିକେଟରେ ବିଜୟୀ ହୋଇଥିଲା। ଏହା ପରେ, ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରି ଏଜବାଷ୍ଟନ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡକୁ ୩୩୬ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ସମାନ କରିଥିଲା।