• Latest
  • Trending
ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ

ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ

Aug-25-2025 07:39 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-28-2025 11:37 PM IST

କିମିଆ କରିଛି ‘ହେ କଳା ବାନ୍ଧବ’

Dec-28-2025 03:27 PM IST
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

Dec-28-2025 09:31 AM IST
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

Dec-28-2025 09:24 AM IST
ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

Dec-28-2025 09:21 AM IST

କ’ଣ କହୁଛି ଆଜିର ରାଶିଫଳ

Dec-28-2025 08:58 AM IST
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

Dec-27-2025 05:10 PM IST
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Dec-27-2025 03:48 PM IST
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Dec-27-2025 03:25 PM IST

ପ୍ରତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ…

Dec-27-2025 03:02 PM IST
  • About
  • Careers
  • Contact Us
Monday, December 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ

ଯୋଗଦେବେ ୫୦ରୁ ଅଧିକ ବିଦେଶୀ ଦୂତାବାସର ବରିଷ୍ଠ ଅଧିକାରୀ

by M M
Aug-25-2025 07:39 AM IST
in ଦେଶ ବିଦେଶ, ବଡ଼ ଖବର
0
ଆସନ୍ତାକାଲିଠୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସଂଘର ତିନିଦିନିଆ ଅଧିବେଶନ
513
SHARES
1.5k
VIEWS
Share on FacebookShare on Twitter

ନୂଆଦିଲ୍ଲୀ: “୧୦୦ ବର୍ଷର ସଂଘ ଯାତ୍ରା – ନୂତନ ଦିଗନ୍ତ” ନାମକ ବକ୍ତୃତା ଶୃଙ୍ଖଳା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତାକାଲିଠୁ ଆୟୋଜନ କରାଯିବ । ଅଗଷ୍ଟ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି  ତିନି ଦିନିଆ ଅଧିବେଶନରେ ସଂଘର ସରସଂଘଚାଳକ ମୋହନ ଭାଗବତ ଅଭିଭାଷଣ ରଖିବେ ।

ଏହି ଶତବାର୍ଷିକୀ ବକ୍ତୃତା ଶୃଙ୍ଖଳାରେ ଭାଗ ନେବା ପାଇଁ ୫୦ରୁ ଅଧିକ ବିଦେଶୀ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି।  ଆମେରିକା, ବ୍ରିଟେନ, ଜର୍ମାନୀ, ଜାପାନ, ନେପାଳ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ ଆଫ୍ରିକା ଏବଂ ମୁସଲିମ ବହୁଳ ଦେଶ ତଥା ବିଶ୍ୱର ଅନ୍ୟାନ୍ୟ ଦେଶର ବିଶିଷ୍ଟ ଅଧିକାରୀ ଏଥିରେ ଯୋଗଦେବେ ।  ଆର୍‌ଏସ୍‌ଏସ୍‌ର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଏହି ପଦକ୍ଷେପ ସଂଘର ବୌଦ୍ଧିକ ଓ ସାଂସ୍କୃତିକ ଦିଗକୁ ବିଶ୍ୱ ସମୁଦାୟ ଆଗରେ ପ୍ରଚାର ପ୍ରସାର କରିବ । ଏହି କାର୍ଯ୍ୟକ୍ରମରେ କୂଟନୀତିଜ୍ଞ, ବିରୋଧୀ ଦଳର ନେତା, ଶିଳ୍ପପତି, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ପ୍ରତିରକ୍ଷା ବିଶେଷଜ୍ଞ ଏବଂ ମୁସଲିମ, ଖ୍ରୀଷ୍ଟିଆନ ଓ ବୌଦ୍ଧ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ସାମିଲ ହେବାର  କାର୍ଯ୍ୟକ୍ରମ ରହିଛି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରାୟ ୨,୦୦୦ ଜଣ ଅଂଶଗ୍ରହଣକାରୀ ଉପସ୍ଥିତ ରହିବେ । ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେବ ।  ସଂଘର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ସଂଘ ବିଷୟରେ ସମ୍ୟକ ଧାରଣା ଥିବା ଏବଂ ନଥିବା ଅନେକ ବୁଦ୍ଧିଜୀବୀଙ୍କୁ  ନିମନ୍ତ୍ରଣ କରାଯାଇଛି। ବିଭିନ୍ନ ରାଜନୈତିକ ପ୍ରତିନିଧିତ୍ୱ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଂଘ ବିଷୟରେ ଧାରଣା ପାଇବେ ।

ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରୀୟ ମନ୍ତ୍ରୀ ଅନୁପ୍ରିୟା ପଟେଲ, (ଅପନା ଦଳ -ସୋନେଲାଲ) ଏବଂ ଜେଡି-ୟୁର କେ.ସି. ତ୍ୟାଗୀ ଏବଂ ସଞ୍ଜୟ ଝା,  କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ (ଟିଡିପି) ଅତିଥି ତାଲିକାରେ ରହିଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଏବଂ ସଂଘର ପାରମ୍ପରିକ ଯୋଗାଯୋଗ ବାହାରେ ସମ୍ପର୍କ ବିସ୍ତାର କରିବାର ପ୍ରୟାସ କରାଯାଉଛି । କଂଗ୍ରେସ ସମେତ ପ୍ରତ୍ୟେକ ରାଜନୈତିକ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବରିଷ୍ଠ ସଂଘ କାର୍ଯ୍ୟକର୍ତ୍ତା କହିଛନ୍ତି। “୧୦୦ ବର୍ଷର ସଂଘ ଯାତ୍ରା – ନୂତନ ଦିଗନ୍ତ” ନାମକ ବକ୍ତୃତା ଶୃଙ୍ଖଳା ବିଜ୍ଞାନ ଭବନରେ ଆସନ୍ତାକାଲିଠୁ ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତତି ଶେଷ ହୋଇଛି । ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ବେଙ୍ଗାଲୁରୁରେ (ନଭେମ୍ବର), କୋଲକାତାରେ (ଡିସେମ୍ବର) ଏବଂ ଆଗାମୀ ବର୍ଷ ଫେବୃଆରୀରେ ମୁମ୍ବାଇରେ ଆୟୋଜିତ ହେବାପାଇଁ ସ୍ଥିର ହୋଇଛି।

ଏହି କାର୍ଯ୍ୟକ୍ରମରେ ୧୭ଟି ବିଷୟବସ୍ତୁ ଶ୍ରେଣୀ ଏବଂ ୧୩୮ଟି ଉପ-ଶ୍ରେଣୀକୁ ଅନ୍ତର୍ଭୁକ୍ତ କରାଯାଇଛି । ସମସ୍ତ ଅଧିବେଶନରେ ସଂଘର  ସାମାଜିକ, ବୃତ୍ତିଗତ ଏବଂ ସାଂସ୍କୃତିକ ଅବଦାନ ଉପରେ ଗୁରୁତ୍ୱ ଦିଆଯିବ । ଆର୍‌ଏସ୍‌ଏସ୍‌ର ଅଖିଲ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଅମ୍ବେକର କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ଆଲୋକପାତ କରିଥିଲେ । ବିଷୟବସ୍ତୁଗୁଡ଼ିକରେ ଯୁବ ଓ ଉଦ୍ୟୋଗୀ, ମହିଳା ନେତୃତ୍ୱ, ଜାତୀୟ ସୁରକ୍ଷା, ସାଂସ୍କୃତିକ ପରିଚୟ, ପ୍ରତିଷ୍ଠାନିକ ଉପନିବେଶୀକରଣ ଏବଂ ସାମାଜିକ ସମନ୍ୱୟ ଅନ୍ତର୍ଭୁକ୍ତ ହେବ।

ବିଦେଶୀ କୂଟନୀତିଜ୍ଞଙ୍କ ଉପସ୍ଥିତି ଭାରତର ବୈଚାରିକ ଓ ସାଂସ୍କୃତିକ ସ୍ରୋତ ପ୍ରତି ଆନ୍ତର୍ଜାତୀୟ କୌତୁହଳକୁ ଜାଗ୍ରତ କରିବ । ଯୁବ ପ୍ରଭାବଶାଳୀ, ପ୍ରଯୁକ୍ତି ନବଉନ୍ମେଷକାରୀ ଏବଂ ସମାଜ ସୁଧାରକଙ୍କୁ  ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ଆର୍‌ଏସ୍‌ଏସ୍‌ “ଯୁବ ଭାରତ” ସହିତ ନିଜର ସମ୍ପୃକ୍ତିକୁ ପ୍ରଦର୍ଶନ କରିବାକୁ ଆଶା ରଖିଛି। ଶତବାର୍ଷିକୀ କାର୍ଯ୍ୟକ୍ରମ ସଂଗଠନ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଭାବେ ଦେଖାଯାଉଛି । ଯାହା ସଂଘର ବିଶ୍ୱବ୍ୟାପୀ ଧାରଣା ‘କଟ୍ଟର ଦକ୍ଷିଣପନ୍ଥୀ’  ସାଂସ୍କୃତିକ ସଂଗଠନରୁ ବୌଦ୍ଧିକ ଓ ସାମାଜିକ ସମରସତା ବିଶିଷ୍ଟ  ସଂଗଠନ ଭାବେ ପୁନର୍ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି।

Tags: RSS
Share205Tweet128
M M

M M

ଆଜିର ପାଗ

Bhubaneswar
December 29, 2025, 6:40 AM
 

NE
Mainly clear
15°C
1.2 m/s
Apparent: 17°C
Pressure: 1016 mb
Humidity: 95%
Winds: 1.2 m/s NE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

December 28, 2025

କିମିଆ କରିଛି ‘ହେ କଳା ବାନ୍ଧବ’

December 28, 2025
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

December 28, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom