• Latest
  • Trending
ଯେଉଁଦିନ ମୁଁ ସଚେତନତା ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେବି, ହୁଏତ’ ମୁଁ ଅଭିନୟ ଛାଡ଼ିଦେବି

ଯେଉଁଦିନ ମୁଁ ସଚେତନତା ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେବି, ହୁଏତ’ ମୁଁ ଅଭିନୟ ଛାଡ଼ିଦେବି

Nov-29-2025 08:29 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ଯେଉଁଦିନ ମୁଁ ସଚେତନତା ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେବି, ହୁଏତ’ ମୁଁ ଅଭିନୟ ଛାଡ଼ିଦେବି

by M M
Nov-29-2025 08:29 AM IST
in ମନୋରଞ୍ଜନ
0
ଯେଉଁଦିନ ମୁଁ ସଚେତନତା ସହିତ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେବି, ହୁଏତ’ ମୁଁ ଅଭିନୟ ଛାଡ଼ିଦେବି
491
SHARES
1.4k
VIEWS
Share on FacebookShare on Twitter

56ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ଅନ୍ତିମ ଫାୟାରସାଇଡ୍‌ ଚାଟରେ ସାରଗର୍ଭକ ଆଲୋଚନା କରିଛନ୍ତି ବିଶିଷ୍ଟ ଅଭିନେତା ଓ ନିର୍ମାତା ଅମିର ଖାନ୍‌। କଳା ଏକାଡେମୀ ଠାରେ ଅନୁଷ୍ଠିତ ‘‘ଦ ନ୍ୟାରେଟିଭ୍‌ ଆର୍କିଟେକ୍ଟ ଅଫ୍‌ ସୋସିଆଲ ଟ୍ରାନ୍ସଫର୍ମେସନ୍‌ ଏଣ୍ଡ ଇନକ୍ଲୁସିଭିଟି’’ ବା ସାମାଜିକ ପରିବର୍ତ୍ତନ ଏବଂ ଅନ୍ତର୍ଭୂକ୍ତିକରଣର ବର୍ଣ୍ଣନାତ୍ମକ ସ୍ଥପତି ଶୀର୍ଷକ ଏହି ଆଲୋଚନାରେ ଅମିର୍‌ ନିଜର ବିଚକ୍ଷଣତା, ବିଜ୍ଞତା ଏବଂ ଦକ୍ଷତା ବଳରେ ବେଶ୍‌ ଫଳପ୍ରଦ ଚର୍ଚ୍ଚା କରିଥିଲେ। ଏହି ଅଧିବେଶନକୁ ପରିଚାଳନା କରିଥିଲେ ଚଳଚ୍ଚିତ୍ର ସମାଲୋଚକ ଭରଦ୍ୱାଜ ରଙ୍ଗନ।

ପ୍ରଥମେ କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅମିର ଖାନ୍‌ ଏହି ଦିବଙ୍ଗତ ଅଭିନେତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ସେ ବଲିଉଡର ପ୍ରକୃତ ହି ମ୍ୟାନ୍‌ ଥିଲେ। ସେ ରୋମାନ୍ସ, କମେଡ଼ି ଏବଂ ଚରିତ୍ର ଅଭିନୟ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିଥିଲେ।

ପରବର୍ତ୍ତୀ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅମିର୍‌ ଖାନ ଅତ୍ୟନ୍ତ ଫଳପ୍ରଦ ଆଲୋଚନା କରିଥିଲେ। ଅମିର୍‌ କହିଥିଲେ, ଆଜୀବନ ତାଙ୍କର କାହାଣୀ ପ୍ରତି ରୁଚି ଏବଂ ଆଗ୍ରହ ରହିଛି । ପିଲାଦିନୁ ସେ ନିଜ ଜେଜେମା’ଙ୍କ କାହାଣୀ ଏବଂ ରେଡିଓରେ ହୱା ମହଲର ଯାଦୁ କଥା ଶୁଣି ଆମୋଦିତ ହୋଇଥିଲେ। ପ୍ରାରମ୍ଭିକ ଜୀବନରେ ଏହି ମୁହୂର୍ତ୍ତ ତାଙ୍କୁ ଅଧିକ ସୃଜନଶୀଳ କରିଥିଲା ବୋଲି ସେ କହିଛନ୍ତି। ଅମିର୍‌ କହିଥିଲେ, ଅନ୍ୟ ନିର୍ମାତାଙ୍କ ବିପରୀତ ସେ ସବୁବେଳେ ଅଭିନବ କାହାଣୀ ସନ୍ଧାନରେ ଥାଆନ୍ତି। ନିଜର ଭାବନା ଏବଂ ହୃଦୟକୁ ପ୍ରଭାବିତ କରୁଥିବା କାହାଣୀ ସବୁବେଳେ ତାଙ୍କୁ ଆକୃଷ୍ଟ କରିଥାଏ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ଲଗାନ୍‌ ଭଳି ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ। ଏହି ଅଣପାରମ୍ପରିକ ନିଷ୍ପତ୍ତି ତାଙ୍କୁ ଦର୍ଶକଙ୍କ ସହ ଯୋଡ଼ି ହେବା ଲାଗି ଅଧିକ ସୁଯୋଗ ଦେଇଥିଲା ବୋଲି ଅମିର୍‌ କହିଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 11:49 PM
 

SSW
Thunderstorm
27°C
3.9 m/s
Apparent: 32°C
Pressure: 1006 mb
Humidity: 89%
Winds: 3.9 m/s SSW
Windgusts: 13.1 m/s
UV-Index: 0
Precip.: 2.5mm /36% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom