• Latest
  • Trending
ମୋଦୀଙ୍କ ସ୍ୱଦେଶୀ ମନ୍ତ୍ର-  ଟ୍ରମ୍ପଙ୍କ ଟାରିଫ

ମୋଦୀଙ୍କ ସ୍ୱଦେଶୀ ମନ୍ତ୍ର- ଟ୍ରମ୍ପଙ୍କ ଟାରିଫ

Aug-26-2025 04:45 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମୋଦୀଙ୍କ ସ୍ୱଦେଶୀ ମନ୍ତ୍ର- ଟ୍ରମ୍ପଙ୍କ ଟାରିଫ

by M M
Aug-26-2025 04:45 PM IST
in ଦେଶ ବିଦେଶ, ବଡ଼ ଖବର, ବିଶେଷ
0
ମୋଦୀଙ୍କ ସ୍ୱଦେଶୀ ମନ୍ତ୍ର-  ଟ୍ରମ୍ପଙ୍କ ଟାରିଫ
491
SHARES
1.4k
VIEWS
Share on FacebookShare on Twitter

 

୨୦୦୪ ରେ ଏକ  ହିନ୍ଦୀ ଫିଲ୍ମ ଆସିଥିଲା । ତାହାର ନାମ ଥିଲା ସ୍ବଦେଶ । ଏଥିରେ ନାୟକ ଥିଲେ ଶାହରୁଖ ଖାନ ।  ଯିଏ ମୋହନ ଭାର୍ଗବ  ନାମକ ଚରିତ୍ରରେ ଅଭିନୟ କରିଥିଲେ ।  ମୋହନ ଆମେରିକାରେ ସଫଳ ଜୀବନ ଯାପନ କରୁଥିବା ସତ୍ତ୍ୱେ ତାଙ୍କୁ ବିଦେଶ ଭଲ ଲାଗିନାହିଁ । ସେ  ଭାରତକୁ ଫେରି ଆସିଛନ୍ତି । ଏହି ଫିଲ୍ମରେ ମୋହନଙ୍କ ଆମେରିକାର ଆଧୁନିକ ଜୀବନ ଓ ଭାରତର ଗ୍ରାମ୍ୟ ବାସ୍ତବତା ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି ।  ଶାହରୁଖଙ୍କ ଚରିତ୍ର କହେ ଯେ “ଯେହେତୁ ଦେଶ ହେଉଛି ଆମର ମାତୃଭୂମି, ଆମେ ଏହାର ଚିନ୍ତା କରିବା ଉଚିତ । ଗାଁ ଲୋକଙ୍କ ମଙ୍ଗଳ କାମନା କରିବା ଉଚିତ । ସେମାନଙ୍କ ଆର୍ଥିକ ଅବସ୍ଥା, ଶିକ୍ଷା,  ଦାରିଦ୍ର୍ୟ ଓ ବିଦ୍ୟୁତ୍ ଅଭାବ ପରି ସମସ୍ୟାଗୁଡ଼ିକୁ ସମାଧାନ କରିବା ଆବଶ୍ୟକ । ଏହି ଫିଲ୍ମରେ ଆଜିର ଆତ୍ମନିର୍ଭର ଭାରତ ଚିନ୍ତାଧାରା ଦର୍ଶକ ଦେଖିବାକୁ ପାଇଥିଲେ ।

ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ ଏବେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଉପରେ ଜୋର ଦେଉଛନ୍ତି ।  ଦେଶୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ମୋଦି ସ୍ବଦେଶୀ ସାମଗ୍ରୀ କିଣା ବିକା  କରିବାକୁ ଆହ୍ବାନ ଦେଉଛନ୍ତି ।   ଆମେରିକା ସହ ବାଣିଜ୍ୟିକ ଉତ୍ତେଜନା ସମୟରେ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ 50 ପ୍ରତିଶତ ଟାରିଫ ଲଗାଇଛନ୍ତି । ଏଭଳି ସମୟରେ ଭାରତୀୟ ସାମଗ୍ରୀ ଆମେରିକାକୁ ରପ୍ତାନୀ କମିଛି । ଯାହାଦ୍ବାରା ଭାରତର ଶ୍ରମିକ, ଚାଷୀ, ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ପଡ଼ିପାରେ ।  ତେଣୁ ମୋଦି  ସ୍ବଦେଶୀ ସାମଗ୍ରୀ କିଣିବା ଉପରେ ବାରମ୍ବାର  କହୁଛନ୍ତି । ଯାହାଦ୍ବାରା ଭାରତୀୟ ବଜାର ମାନ୍ଦା ହେବ ନାହିଁ ।

ମୋଦିଙ୍କ ସ୍ବଦେଶୀ ସାମଗ୍ରୀ କିଣିବା କଥା ସ୍ବାଧୀନତା ପୂର୍ବର ବଙ୍ଗଭଙ୍ଗ ଆନ୍ଦୋଳନ କଥା ମନେପକାଇଦେଉଛି । କଟକ, ପୁରୀ, ବାଲେଶ୍ୱର ଓ ସମ୍ବଲପୁରରେ ବଙ୍ଗ ବିଭାଜନ ବେଳେ ପ୍ରବଳ  ବିରୋଧ କରିଥିଲେ ସାଧାରଣ ଲୋକ ।  ଆଜି ଏହି ସବୁ ଅଞ୍ଚଳରେ ସ୍ବଦେଶୀ ଦ୍ରବ୍ୟ ଓ ସେବାର ପ୍ରଚାର କରାଯାଇପାରେ ।

ଭାରତରେ ପ୍ରଥମେ ସ୍ୱଦେଶୀ ଆନ୍ଦୋଳନ ୧୯୦୫ରୁ ୧୯୧୧ ପର୍ଯ୍ୟନ୍ତ ଚାଲିଥିଲା ।  ସେତେବେଳେ ବ୍ରିଟିଶ ସାମଗ୍ରୀ ବର୍ଜନ କରାଯାଉଥିଲା । ଖଦୀ ଏବଂ ହାତବୁଣା ପରି ଭାରତୀୟ ଶିଳ୍ପକୁ ପ୍ରୋତ୍ସାହନ ମିଳିଥିଲା।  ଅର୍ଥନୈତିକ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେଇଥିଲା ।  ମୋଦୀଙ୍କ ଆଧୁନିକ ସ୍ୱଦେଶୀ ଏହାକୁ ମେକ୍ ଇନ୍ ଇଣ୍ଡିଆ ପରି ବ୍ରାଣ୍ଡ କରିଛି ।  ମୋଦୀ ସୁଜୁକିର ହାଇବ୍ରିଡ୍ ବ୍ୟାଟେରୀ ଉତ୍ପାଦନ କାର ଉଦଘାଟନ ବେଳେ ସ୍ବଦେଶୀ ସାମଗ୍ରୀର ପ୍ରଚାର ପ୍ରସାର କରିବାକୁ ଜୋର ଦେଇଛନ୍ତି ।

୧୯୦୫ ଅଗଷ୍ଟ ୨୦ରେ କଟକ ମ୍ୟୁନିସିପାଲ ହଲରେ ଜାନକୀ ନାଥ ବୋଷ ସ୍ବଦେଶୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଏହି ସଭାରେ ମଧୁସୂଦନ ଦାସ ବ୍ରିଟିଶ ଦ୍ରବ୍ୟ, ଯଥା ମାଞ୍ଚେଷ୍ଟର ଲୁଗା ଓ ଲିଭରପୁଲ ଲୁଣ ବର୍ଜନ  କରିବାକୁ  ଆହ୍ୱାନ ଦେଇଥିଲେ।

୧୯୦୭ରେ ସ୍ୱଦେଶୀ ଆନ୍ଦୋଳନ ଓଡ଼ିଶାରେ ଆତ୍ମନିର୍ଭରତା ଓ ସ୍ଥାନୀୟ ଶିଳ୍ପ ପ୍ରୋତ୍ସାହନର ଚେତନା ସାଜିଥିଲା  । ଯାହା  ଆଜି ମଧ୍ୟ ପ୍ରାସଙ୍ଗିକ ହୋଇପାରେ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୈତିକ ସମ୍ଭାବନାକୁ ପୁଣି ସ୍ବେଦେଶୀ ଡାକରା ମାଧ୍ୟମରେ ଜାଗ୍ରତ କରାଯାଇପାରେ

୧୯୦୭ ଅଗଷ୍ଟ ୭ରେ କଟକ ଟାଉନ ହଲରେ ସ୍ୱଦେଶୀ ଦ୍ରବ୍ୟର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ଯାହା ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିଥିଲା। ସମ୍ବଲପୁରବାସୀ  ଉନ୍ନତ ବସ୍ତ୍ର ଉତ୍ପାଦନ କରିଥିଲେ, ଏବଂ ବ୍ରହ୍ମପୁର ପାଟ୍ଟ  ଓ ମାଣିଆବନ୍ଧା ଶାଢ଼ୀ ସମାଜର ଧନୀ ଲୋକଙ୍କର ବିଶେଷ ପ୍ରିୟ ହୋଇଥିଲା।

ଗୋପବନ୍ଧୁ ଦାସ ସ୍ୱଦେଶୀ ଆନ୍ଦୋଳନରେ ଜାତୀୟ ଶିକ୍ଷାକୁ ସାମିଲ କରିଥିଲେ ।  ୧୯୦୯ ଅଗଷ୍ଟ ୧୨ରେ ପୁରୀର ସାଖୀଗୋପାଳରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହି ବିଦ୍ୟାଳୟ ବିଭିନ୍ନ ସମାଜର ଛାତ୍ରମାନଙ୍କୁ ଏକତ୍ର କରି ଜାତୀୟ ଚେତନା ଜାଗ୍ରତ କରିଥିଲା। ଜାନକୀ ନାଥ ବୋଷ, ବିଶ୍ୱନାଥ କର ଓ ଧୀରେନ୍ଦ୍ର ନାଥ ଚୌଧୁରୀ ପରି ନେତା କଟକରେ ସ୍ୱଦେଶୀ ବାର୍ତ୍ତା ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଆଜି ଓଡ଼ିଶାର ପୁରୀ, କୋଣାର୍କ ଓ ଭୁବନେଶ୍ୱର ପରି ସାଂସ୍କୃତିକ ସହରରେ  ସ୍ୱଦେଶୀ ସାମଗ୍ରୀ କିଣା ବିକାର ବଜାର କରାଯାଇପାରେ ।  ପର୍ଯ୍ୟଟନ କ୍ଷେତ୍ରରେ ସ୍ବଦେଶୀ ବସ୍ତୁକୁ ପ୍ରୋତ୍ସାହିତ କରାଯାଇପାରେ । ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ସହ  ଅର୍ଥନୀତିକୁ ସୁଦୃଢ଼ କରାଯାଇପାରେ। ଓଡ଼ିଶାର ଜୈବିକ କୃଷିର ପ୍ରଚାର ପ୍ରସାର ସହ  ଅରୁଆ ଚାଉଳ, ମାଣ୍ଡିଆ ଓ କନ୍ଧମାଳ ହଳଦୀ ପରି ଉତ୍ପାଦକୁ ଜୈବିକ ସାର୍ଟିଫିକେସନ ସହ ବ୍ରାଣ୍ଡିଂ କରି ଇ-କମର୍ସ ପ୍ଲାଟଫର୍ମ ଯେପରିକି ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ବିକ୍ରି କରାଯାଇପାରେ। ସମ୍ବଲପୁରୀ ଶାଢ଼ୀ, ବ୍ରହ୍ମପୁର ରେଶମ ଶାଢ଼ୀ ଇ-କମର୍ସ ପ୍ଲାଟଫର୍ମ ସାହାଯ୍ୟରେ ବହୁଳ ବିକ୍ରି ହେବାର ସଂଭାବନା ସୃଷ୍ଟିକରାଯାଇପାରେ । ସ୍ଥାନୀୟ ଉତ୍ପାଦକୁ ଇ କମର୍ସ ସାହାଯ୍ୟରେ ଦେଶର ବିଭିନ୍ନ ବଜାରରେ ପହଞ୍ଚାଯାଇପାରେ।

ମହିଳାମାନଙ୍କ ରୋଜଗାର ବୃଦ୍ଧି ପାଇଁ ପାମ୍ପଡ, ଧୂପକାଠୀ,  ଆରିସା,  ଚୁଡ଼ା,ମୁଡ଼ି, ନଡ଼ିଆ କୋରା, ରାଶି କୋରା, ପୁରୀ ଖଜା, ଛେନାପୋଡ଼ ଭଳି ପାରମ୍ପାରିକ ଖାଦ୍ୟର ନୂଆ ବଜାର ତିଆର କରି ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇପାରେ ।

ଏସବୁର ବ୍ରାଣ୍ଡିଂ ଓ ପ୍ୟାକେଜିଂ ମାଧ୍ୟମରେ ବିଭିନ୍ନ ସହରର ମଲ୍ ରେ , ମେଗା ଷ୍ଟୋରରେ  ବିକ୍ରିପାଇଁ ସୁଯୋଗ ସୃଷ୍ଟି କରାଯାଇପାରେ ।  ମହିଳା ଉଦ୍ୟୋଗୀଙ୍କୁ ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ସହାୟତା ବୃଦ୍ଧି କରାଯାଇପାରେ।

ସ୍ୱଦେଶୀ—ଯାହା ଭାରତର ସ୍ୱାଧୀନତା ସଂଗ୍ରାମର ମୂଳ ବାର୍ତ୍ତା ଥିଲା । ମୋଦିଙ୍କ ମେକ ଇନ ଇଣ୍ଡିଆ ଡାକରା ଟ୍ରମ୍ପଙ୍କ ଅର୍ଥନୈତିକ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ କି ? ଆମେ ଆମର ସ୍ଥାନୀୟ ସାମଗ୍ରୀକୁ ବ୍ରାଣ୍ଡ କରି ସଫଳତା ପାଇବା କି ?

ଏବେ ମୋଦି ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଭାରତ ଉପରେ ଜୋର ଦେଉଛନ୍ତି । ଭାରତୀୟମାନେ ଏହାକୁ କିପରି ଦୃଷ୍ଟିରେ ଦେଖୁଛନ୍ତି ତାହା କହିହେବ ନାହିଁ । କାରଣ ଆମ ବଜାରରେ ବିଦେଶୀ ସାମଗ୍ରୀ ଏବଂ ବସ୍ତୁର ଚାହିଦା ଢ଼େର ବେଶୀ । ଆମେ ଏବେ କେଏଫସି ପିଜା, ବର୍ଗର, କୋକାକୋଲା, ପେପସି, ବିଭିନ୍ନ ବ୍ରାଣ୍ଡର ଫ୍ୟାସନ ସାମଗ୍ରୀକୁ ଜୀବନ ସହ ଯୋଡ଼ି ଦେଇଛୁ ।  ଆମେରିକାର 50 ପ୍ରତିଶତ ଟାରିଫ ଘୋଷଣା ପରେ ତାକୁ ନେଇ ଅର୍ଥନୈତିକ ଉପରେ ଚାପ ନପଡ଼ିବା ପାଇଁ ମୋଦି ଏପରି କହିଛନ୍ତି । ଭାରତୀୟମାନେ ତାଙ୍କର ଅଭ୍ୟାସ ଛାଡିବାକୁ କେତେ ପ୍ରସ୍ତୁତ ତାହା କହିବା ସହଜ ନୁହେଁ ।

ଏକ ରିପୋର୍ଟ ଅନୁସାରେ ଆମେରିକାକୁ ବାର୍ଷିକ $୮୬.୫ ବିଲିୟନ ମୂଲ୍ୟର ସାମଗ୍ରୀ ରପ୍ତାନି ହୁଏ । ଯାହା ଦ୍ବାରା ଭାରତର ଅର୍ଥନୀତିରେ ଏହା ଏକ ବଡ଼ ପ୍ରଭାବ ପକାଇଥାଏ  । ଏବେ ଭାରତର ବସ୍ତ୍ର, ଅଳଙ୍କାର, ଇଲେକ୍ଟ୍ରୋନିକ୍ସ, ଔଷଧ, ଶକ୍ତି ଉତ୍ପାଦ ରପ୍ତାନୀ କମିବ । ଦରବୃଦ୍ଧି ଯୋଗୁ ଆମେରିକାରେ ଏହାର ଚାହିଦା କମିବ । ଯାହା ଭାରତର ଅଭିବୃଦ୍ଧିକୁ ସୀମିତ କରିପାରେ। ଭାରତରୁ କମ ରପ୍ତାନି ହୋଇପାରେ । ଏଭଳି ସମୟରେ ଉତ୍ପାଦନ କ୍ଷେତ୍ରରେ ପ୍ରଭାବ କମ କରିବା ପାଇଁ ମୋଦି ଏପରି ସ୍ବଦେଶୀ ନାରା ଦେଇଛନ୍ତି । ଯାହା ଦ୍ବାରା ଭାରତ ନିଜ ବଜାରରେ ରପ୍ତାନୀ ହେଉଥିବା ସାମଗ୍ରୀକୁ ବିକ୍ରି କରିପାରିବ । ଭାରତର ଜିଡିପି ହ୍ରାସ ପାଇବ ନାହିଁ । ଯଦି ଏଭଳି ନହୁଏ ଭାରତର ଅଭିବୃଦ୍ଧି ୬% ତଳକୁ ହ୍ରାସ ପାଇପାରେ।

ସ୍ୱଦେଶୀ ସାମଗ୍ରୀ ପ୍ରଚାର ପ୍ରସାର ବେଳେ ବିଦେଶୀ ନିବେଶକମାନେ ଦୂରେଇ ଯାଇପାରନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ତେବେ ଏହାଦ୍ବାରା  ପୋଷାକ ଶିଳ୍ପ ଏବଂ ହସ୍ତଶିଳ୍ପରେ ଦେଶୀୟ ବିକ୍ରୟ ବୃଦ୍ଧି ପାଇବାର ସଂଭାବନା ରହିଛି ।

ମୋଦୀ ଦୋକାନୀମାନଙ୍କୁ “କେବଳ ସ୍ୱଦେଶୀ” ବୋର୍ଡ ପ୍ରଦର୍ଶନ କରିବାକୁ କହିଛନ୍ତି ।  ବ୍ୟବସାୟୀମାନଙ୍କୁ ଦେଶୀ ସାମଗ୍ରୀ କିଣା ବିକା ବୃଦ୍ଧି ପାଇଁ ଆହ୍ୱାନ ଦେଇଛନ୍ତି । ସେ  ଗାନ୍ଧୀଙ୍କ ଚରଖା କୁ ପ୍ରତୀକ ଭାବେ ଉଲ୍ଲେଖ କରି କିଣା କିଣି କରିବାକୁ କହିଛନ୍ତି ।

ଆଜିର ସମୟରେ ବିଶ୍ବ ଏକ ବଜାର । ଏଥିରେ କେବଳ ସ୍ବଦେଶୀ ନାରା ଦେଲେ ତାହା ଘାତକ ହୋଇପାରେ । ବିଶେଷତଃ ଟେକ୍ ଏବଂ ଫାର୍ମା କ୍ଷେତ୍ରରେ ଆମେ ଅଧିକ ରପ୍ତାନୀ କରୁଛୁ । ଯଦି ରପ୍ତାନୀ ବନ୍ଦ ହୁଏ ତେବେ ଭାରତ କ୍ଷତିରେ ପଡ଼ିବ । ଭାରତ ରୁଷିଆରୁ ୪୦% ତୈଳ ରିହାତି ହାରରେ ଆମଦାନି କରେ । କାରଣ ଆମ ପାଖରେ ତେଲ ନାହିଁ । ଆମଦାନୀ କରିବାକୁ ପଡ଼ିବ । କିନ୍ତୁ ଆମେରିକା ଭାରତର ତୃତୀୟ ବୃହତ୍ତମ ନିବେଶକ । ସବୁଠୁ ଅଧିକ ନିବେଶ ଭାରତରେ  $୬୭.୭୬ ବିଲିୟନ ଡଲାର  ଆମେରିକା କରିଛି । ତେଣୁ ଯେଉଁମାନେ ନିବେଶ କରିଛନ୍ତି ତାଙ୍କୁ ବି ନିରୁତ୍ସାହ କରିହେବ ନାହିଁ । ସେମାନଙ୍କର ଯଦି ବିକ୍ରି ନହେଲା ତେବେ ସେମାନେ ଆଉ କେଉଁ ଦେଶକୁ ଯାଇପାରନ୍ତି ।

ଭାରତର ଦେଶୀୟ ବଜାର ଜିଡିପିର ୭୦%  ରହିଛି ।  ଆଗାମୀ ଦିନରେ ଭାରତର ଅର୍ଥନୀତି ୬.୭% ଜିଡିପି ଅଭିବୃଦ୍ଧି ଅନୁମାନ କରାଯାଇଛି । ଏଭଳି କ୍ଷେତ୍ରରେ ବୁଝିବିଚାରି ବେପାର କରିବାର ସମୟ ଆସିଛି । ରପ୍ତାନିକାରୀମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । ଆମେରିକାର ଶୁଳ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ନୂଆ ପଦକ୍ଷେପ ନିଆଯିବା ଆବଶ୍ୟକ । ଭାରତକୁ ଆମେରିକା ଅପେକ୍ଷା ବିକଳ୍ପ ବଜାର—ଉପରେ ନିର୍ଭର କରିବାକୁ ପଡ଼ିବ । ଯାହାକୁ ବେଶୀ ଭରଣା କରିବ ଦେଶୀୟ ବଜାର । ଆମେ ଯେତେ ସ୍ବଦେଶୀ ବସ୍ତୁ କିଣିବା ଆଉ ବିକିବା ସେତିକି ଭାରତ ସମୃଦ୍ଧ ହେବ ।  ଭାରତର ଦେଶୀ ବଜାରକୁ ସମୃଦ୍ଧ କରିବାପାଇଁ ମୋଦି ବାରମ୍ବାର ଜୋର ଦେଉଛନ୍ତି ।  ଏହାରି ଭିତରେ ନିୟମ ଅନୁସାରେ ମଧ୍ୟ ବିଭିନ୍ନ ଦେଶ ସହ ନ୍ୟାୟପୂର୍ଣ ବାଣିଜ୍ୟ ବୁଝାମଣା କରିବା ଆବଶ୍ୟକ । ତେବେ ଭାରତ  ଆମେରିକାର ଏହି ଟାରିଫ ସଙ୍କଟକୁ କିପରି  ଆତ୍ମନିର୍ଭରରେ ପରିଣତ କରୁଛି ତାହା ସମୟ ହିଁ କହିବ  ।

 

 

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 10:24 PM
 

SSW
Clear sky
27°C
3.1 m/s
Apparent: 32°C
Pressure: 1009 mb
Humidity: 89%
Winds: 3.1 m/s SSW
Windgusts: 9.1 m/s
UV-Index: 0
Precip.: 0mm /55% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom