ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

by newsroom OCT-23-2025 9:49 AM IST in ଖେଳ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଗୁରୁବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଶୁଭମନ ଗିଲ, ବିରାଟ କୋହଲି ଆଉଟ ହୋଇଛନ୍ତି । ବିରାଟ ଶୂନରେ ଆଉଟ ହୋଇଛନ୍ତି । ଗିଲ 9 ରନ କରି ଆଉଟ ହୋଇଥିଲେ ।

ପର୍ଥରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୭ ୱିକେଟ୍‌ରେ ସହଜରେ ପରାସ୍ତ କରିଥିଲା। ଭାରତ ମାତ୍ର ୧୩୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ଏବଂ ଅଷ୍ଟ୍ରେଲିଆ ସହଜରେ ୨୧.୧ ଓଭରରେ ୩ ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।