• Latest
  • Trending
ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

Oct-27-2025 07:38 PM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

by M M
Oct-27-2025 07:38 PM IST
in ରାଜନୀତି, ରାଜ୍ୟ
0
ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !
492
SHARES
1.4k
VIEWS
Share on FacebookShare on Twitter

ବିଜେପି ସରକାରକୁ ଆସିବା ପରେ ନବୀନ ଏବେ ବିଶ୍ରାମ ନେଇଛନ୍ତି । ତାଙ୍କ ନିର୍ବାଚନମଣ୍ଡଳୀକୁ ବି ଅନେକ ଦିନ ଧରି ଯାଇନାହାଁନ୍ତି । ଗଂଜାମରେ ନବୀନଙ୍କ ରଥୀ, ମହାରଥୀ ଏଥର ନିର୍ବାଚନରେ ପରାସ୍ତ ହୋଇଛନ୍ତି । ଗଂଜାମ ଜିଲ୍ଲାର ତିନୋଟି ଲୋକସଭାମଣ୍ଡଳୀ ଏଥର ବିଜେପି ହାତକୁ ଚାଲିଯାଇଛି । ବ୍ରହ୍ମପୁର,ଆସ୍କା,କନ୍ଧମାଳ ଲୋକସଭା ଆସନରେ ବିଜେଡି ଏଥର ପରାସ୍ତ ହୋଇଛି । ଜିଲ୍ଲାର 13ଟି ବିଧାନସଭାରେ ବିଜେଡି ନେତାଙ୍କ ହାଲ ଏବେ ବେହାଲ ହୋଇଛି । ଭଞ୍ଜନଗର ,ପୋଲସରା ,କବିସୂର୍ଯ୍ୟନଗର ,ଖଲିକୋଟ ,ଛତ୍ରପୁର ,ଆସ୍କା ,ସୋରଡ଼ା, ସାନଖେମୁଣ୍ଡି ,ହିଞ୍ଜିଳି, ଗୋପାଳପୁର,ବ୍ରହ୍ମପୁର,ଦିଗପହଣ୍ଡି,ଚିକିଟି ରେ ବିଜେଡିର ଆଉ ଦମ୍ଭ ନାହିଁ । ନବୀନ ଗୋଟିଏ ଆସନରେ ଜିତିଥିଲେ ମଧ୍ୟ ସେ ଲୋକଙ୍କ ସହ ମିଶିପାରୁନାହାଁନ୍ତି । କର୍ମୀମାନେ ଏବେ ଛଟପଟ ହେଉଛନ୍ତି । ନେତାମାନେ ଆଉ କାମ ପାଉନାହାଁନ୍ତି ।

ବିଜେଡି ମୁଖିଆଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଦିନେ ଏପରି ଅବସ୍ଥାକୁ ଆସିବ ଏହା କେବେ ଭାବିନଥିବେ ନବୀନ ପଟ୍ଟନାୟକ । ଦିନେ ବିଜେଡିର ବଡ଼ ଗଡ଼ ଥିବା ଗଞ୍ଜାମ ଏବେ ସଂପୂର୍ଣ୍ଣ ଭାବେ ଧୂଳି ଝଡ଼ରେ କ୍ଷତିଗ୍ରସ୍ତ ହୋଇ ବିଜେଡି ହାତରୁ ଚାଲିଯାଇଛି  । ଆଉ ଲୋକେ ବିଜେଡି କଥା ଚର୍ଚା କରୁନାହାଁନ୍ତି । ସବୁଠି ବିଜେପି ଚର୍ଚ୍ଚା ଦେଖିବାକୁ ମିଳୁଛି । ନବୀନଙ୍କ ପରେ ଏବେ ଗଂଜାମରେ ବିଜେଡି ପାଇଁ ନେତୃତ୍ବ ନେବାକୁ କେହି ନାହାଁନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ବା ଗୃହ ଜିଲ୍ଲାର ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଏବେ ଜେଲରେ । ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ସେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଅନେକ ଦିନ ଧରି ଚାଲିପାରେ । ଏହାରି ଭିତରେ ଦଳ କାହାକୁ ଜିଲ୍ଲା ଦାୟିତ୍ବ ନେବ ନିଷ୍ପତ୍ତି ନେଇପାରୁନାହିଁ । ଏପର୍ଯ୍ୟନ୍ତ  ଅନ୍ୟ ନେତାଙ୍କୁ ଜିଲ୍ଲା ଦାୟିତ୍ବ ଦେଇପାରିନାହିଁ ।

ଗଂଜାମରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ନିରବ ରହିଛନ୍ତି ।  ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଶ୍ରାମ ନେଇଛନ୍ତି ।  ଗଞ୍ଜାମ ଜିଲ୍ଲାରେ ଯେଉଁ ବିଜେଡି ନେତାମାନେ ନବୀନ ସରକାର ଥିବା ସମୟରେ କ୍ଷମତା ଉପଭୋଗ କରୁଥିଲେ ଏବେ ସେମାନେ ସମସ୍ତେ ବିଶ୍ରାମ ନେଇଯାଇଛନ୍ତି । ସେମାନଙ୍କୁ ଆଉ ସଭାରେ ଦେଖିବାକୁ ମିଳୁନାହିଁ ।

ଗଞ୍ଜାମ ରାଜନୀତିରେ ନବୀନଙ୍କୁ ପ୍ରଥମେ ସହାୟତା କରୁଥିଲେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ, ପରେ  ସୂର୍ଯ୍ୟ ପାତ୍ର ଆସିଥିଲେ । ସେମାନେ ଆଉ ନାହାଁନ୍ତି ।  ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି ଏବେ ବିଜେପି ସାଂସଦ ହୋଇଛନ୍ତି ।  ବିକ୍ରମ ଆରୁଖଙ୍କ ଦେଖାମିଳୁନି। କଂଗ୍ରେସରୁ ଆସି ମଙ୍ଗ ଧରିଥିବା ବିକ୍ରମ ପଣ୍ଡା ଏବେ ଜେଲରେ ।  ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଆସିଛନ୍ତି, କିନ୍ତୁ ତାଙ୍କୁ ଦଳ ସେତେଟା ଗୁରୁତ୍ବ ଦେଉନି ।  ଚିକିଟିରେ ଉଷାଦେବୀ ନିରବ ରହିଛନ୍ତି । ଦଳ ଏଥର ତାଙ୍କ ପୁଅ ଶ୍ରୀରୂପଦେବଙ୍କୁ ଟିକେଟ ଦେଇଥିଲେ ବି ୬୫୨୨ ଭୋଟ୍‌ରେ ସେ ପରାସ୍ତ ହେଲେ। ସେପଟେ ପୋଲସରା‌ରେ ଶ୍ରୀକାନ୍ତ ସାହୁଙ୍କ ଇମେଜ ଖରାପ, ସେ ବିବାଦୀୟ ହୋଇ ରହିଛନ୍ତି। ଛତ୍ରପୁରରେ ସୁବାସ ବେହେରା, ଦିଗପହଣ୍ଡିରେ ବିପ୍ଲବ ପାତ୍ରଙ୍କୁ ବି ୨୪ ନିର୍ବାଚନରେ ଭୋଟର ଗ୍ରହଣ କଲେନି। ଲତିକାଙ୍କ ଦଳବିରୋଧୀ ବୟାନକୁ ନେଇ ବିଜେଡି ଅସନ୍ତୋଷ ପ୍ରକାଶ କରିଛି ।  ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ଖଲ୍ଲିକୋଟରେ ମଧ୍ୟ ଦଳର ସ୍ଥିତି ଭଲ ନାହିଁ। ଗଂଜାମରୁ ଏଥର ଏକମାତ୍ର ବିଧାୟକ ଭାବେ ନବୀନ ଜିତିଛନ୍ତି, ଯିଏ ନିର୍ବାଚନମଣ୍ଡଳିକୁ ଯାଉନାହାନ୍ତି। କେବଳ ଅଦିନିଆ ବର୍ଷାବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ ନିଜ ଜିଲ୍ଲାକୁ ଯାଇଥିଲେ । ସେବେଠୁ ତାଙ୍କୁ ଦେଖିବାକୁ ପାଉନାହାଁନ୍ତି ଲୋକେ । ତେଣୁ ଗଂଜାମ ଜିଲ୍ଲାରେ ଆଗାମୀ ଦିନରେ ବିଜେଡି କିପରି ସଂଗଠନକୁ ସୁଦୃଢ଼ କରିବ ତାହାକୁ ନେଇ ଚର୍ଚା ଲାଗି ରହିଛି । ଯାହା ଆଲୋଚନା ହେଉଛି ପଂଚାୟତ ନିର୍ବାଚନରେ ମଧ୍ୟ ଏଥର ବିଜେପି ଭଲ କରିବ । କାରଣ ପଂଚାୟତରେ ପୂର୍ବରୁ ଜିତିଥିବା ବିଜେଡି ନେତାମାନେ ଏବେ ବିଜେପି ପାଇଁ କାମ କରୁଛନ୍ତି । ତେଣୁ ଆଗାମୀ ଦିନରେ ନବୀନଙ୍କୁ ନିଜ ଜିଲ୍ଲା ସଜାଡ଼ିବାକୁ ଝାଳ ବୁହାଇବାକୁ ପଡ଼ିପାରେ । ନଚେତ ଜିଲ୍ଲା ସବୁଦିନ ପାଇଁ ବିଜେପି ହାତକୁ ଚାଲିଯିବାର ସମ୍ଭାବନା ରହିଛି ।

Share197Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 4:17 AM
 
N
Fog
13°C
0.9 m/s
Apparent: 13°C
Pressure: 1014 mb
Humidity: 100%
Winds: 0.9 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom