• Latest
  • Trending
କଂଗ୍ରେସର ପ୍ରାର୍ଥୀ ଘୋଷଣା, ବିଜେପି -ବିଜେଡ଼ି କାହାକୁୁ କରିବେ ପ୍ରାର୍ଥୀ ?

କଂଗ୍ରେସର ପ୍ରାର୍ଥୀ ଘୋଷଣା, ବିଜେପି -ବିଜେଡ଼ି କାହାକୁୁ କରିବେ ପ୍ରାର୍ଥୀ ?

Oct-08-2025 07:47 AM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କଂଗ୍ରେସର ପ୍ରାର୍ଥୀ ଘୋଷଣା, ବିଜେପି -ବିଜେଡ଼ି କାହାକୁୁ କରିବେ ପ୍ରାର୍ଥୀ ?

by M M
Oct-08-2025 07:47 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
କଂଗ୍ରେସର ପ୍ରାର୍ଥୀ ଘୋଷଣା, ବିଜେପି -ବିଜେଡ଼ି କାହାକୁୁ କରିବେ ପ୍ରାର୍ଥୀ ?
493
SHARES
1.4k
VIEWS
Share on FacebookShare on Twitter

ନୂଆପଡ଼ା ବିଧାନସଭା କ୍ଷେତ୍ର ( ଆସନ ନମ୍ବର ୭୧) ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତାଙ୍କ ପୁଅ ଜୟ ଢ଼ୋଲକିଆ ବିଜେଡିରୁ ଟିକେଟ ଆଶାୟୀ ରହିଛନ୍ତି ।  ୨୦୨୪ ନିର୍ବାଚନରେ ଜୟଙ୍କ ବାପା ରାଜେନ୍ଦ୍ର ୫୨% ଭୋଟରେ ବିଜୟୀ ହୋଇଥିଲେ। ଏହି ବିଧାନସଭା କ୍ଷେତ୍ର ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଉଭୟ ବିଜେପି ଓ ବିପକ୍ଷ ବିଜେଡି ପାଇଁ ଏକ ପରୀକ୍ଷାର ସମୟ । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଏଆଇସିସି ୭ ଅକ୍ଟୋବରରେ ଘାସିରାମ ମାଝିଙ୍କୁ ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ଅନୁମୋଦନ ଦେଇଛନ୍ତି। ସେହି ଅଞ୍ଚଳରେ ଘାସିରାମ ମାଝି ଏକ ଅନୁଭବୀ ଆଦିବାସୀ ନେତା  ।  ୨୦୨୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ  ୫୦,୯୪୧ ଭୋଟ ପାଇଥିଲେ । ତେଣୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଏହି ଆସନରେ ବିଜୟ ଲାଭ କରିବାକୁ ଆଶା ରଖିଛି ।

ଏହି ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ। ପାର୍ଟି ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୪ ଅକ୍ଟୋବରରେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି  ନଡ଼ାଙ୍କୁ ଭେଟି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ଚର୍ଚ୍ଚା କରିଛନ୍ତି। ୨୦୨୪ରେ ବିଜେପିର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ( ବସନ୍ତ ପଣ୍ଡାଙ୍କ ପୁତ୍ର) ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କୁ ୪୪,୮୧୪ ଭୋଟ ମିଳିଥିଲା।  ତେଣୁ ଦଳ ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିବ  କିମ୍ବା ନୂଆ ମୁହଁ ଆଣିବ , ସେ ବିଷୟରେ ପାର୍ଟି ଶୀଘ୍ର ଘୋଷଣା କରିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ପ୍ରାର୍ଥୀ ଚୟନ ନେଇ ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଏହି ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି  ବୈଠକରେ ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର।

ନୂଆପଡ଼ା ପାଇଁ ଖୁଵଶୀଘ୍ର ପ୍ରାର୍ଥୀ ଘୋଷଣା କରିବା ନେଇ  ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କୋର କମିଟି ବୈଠକରେ ସେ ନେଇ ହେବ ଆଲୋଚନା। ତେବେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ପ୍ରଭାରୀ କହିଛନ୍ତି ମୋ ପାଖେ ସେମିତି କିଛି ସୂଚନା ନାହିଁ। କିନ୍ତୁ ବହୁତ ଆଶାୟୀଙ୍କ ନାମ ରହିଛି। ବୈଠକରେ ଆଲୋଚନା ହେବ।

ଅନ୍ୟପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଜନଜାତି ବିଧାୟକ ଏବଂ ସାଂସଦଙ୍କ ପ୍ରଶିକ୍ଷଣ ଶିବିର। ଯେଉଁଥିରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ। ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ଯୋଗ ଦେଇ  ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଜନଜାତି ବିଧାୟକ, ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁ  ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ। ଜନଜାତି ବିଧାୟକ ଏବଂ ସାଂସଦ ୨୦ ରୁ ୨୫ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ। ଏନେଇ ପ୍ରଶିକ୍ଷଣ ଶିବିରରେ ବିଧାୟକ ଏବଂ ସାଂସଦ ମାନଙ୍କୁ ତାଲିମ ଦିଆଯିବ। ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ବସିବ କୋର କମିଟି ବୈଠକ।

ସେପଟେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)  ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ  ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି, ସର୍ବପ୍ରଥମେ ଏଆଇସିସି, ପିସିସି ସଭାପତି ଭକ୍ତଚରଣ ଦାସ ଓ ବରି‌ଷ୍ଠ ନେତାଙ୍କୁ ଧନ୍ୟବାଦ ଜଣାଉଛି। ଲୋକେ ଚର୍ଚ୍ଚା କରୁଥିଲେ ଯେ, ମୋତେ ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ମିଳିବ। ଗଣମାଧ୍ୟମ ଜରିଆରେ ମୋତେ ଟିକେଟ ମିଳିଥିବା ଜାଣିଲି। ଟିକେଟ ମିଳିବା ନେଇ ମନରେ ସଂଶୟ ଥିଲା। ଯେହେତୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ଏବଂ ଭକ୍ତ ଦାସ ଆମ ଅଞ୍ଚଳର, ସେଥି ପାଇଁ ଟିକେଟ ମିଳିବାର ଆଶା ମଧ୍ୟ ରଖିଥିଲି।

ଶ୍ରୀମ ମାଝୀ କହିଛନ୍ତି, ଏହି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହୋଇସାରିଛୁ। ମୁଁ ଏହି ନିର୍ବାଚନରେ ନିଶ୍ଚିତ ଭାବେ ଜିତିବି। ଗାଁ ଗହଳିରେ ବୁଲିଛି। ଲୋକଙ୍କୁ ଭେଟିଛି। ନୂଆପଡ଼ାରେ କଂଗ୍ରେସର ସଂଗଠନ ଭଲ ରହିଛି। ଢୋଲକିଆଙ୍କୁ ଲୋକେ ଗ୍ରହଣ କରିବେ ନାହିଁ।

ନୂଆପଡ଼ା ଲଢ଼େଇରେ ବିଜେଡି ମଧ୍ୟ ଏହି ରେସ୍‌ରେ ପାଦେ ଆଗେଇଛି । ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବେ ବୋଲି ସଙ୍କେତ ଦେଇଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ଦିବଂଗତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରର ଜଣଙ୍କୁ ଟିକେଟ୍ ଦେବା ପାଇଁ  ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି । ସବୁ ଦଳ ଯେତେ ଦମ୍ଭ ଦେଖାଇଲେ ମଧ୍ୟ ସମସ୍ତେ ଜାଣନ୍ତି ନୂଆପଡ଼ା ଜିଲ୍ଲାକୁ ବିଜୁ ବାବୁ ସୃଷ୍ଟି କରିଥିଲେ । ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି । ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱ ନେବାରେ ବେଶ୍ ପାରଙ୍ଗମ ଥିଲେ । ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆ ଜିତିଥିବା ସେହି ଆସନରେ ପୁଣି ଜିତିବେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାରର କାହାକୁ ଟିକେଟ୍ ଦେବା ପାଇଁ । କିଏ ଦଳୀୟ ପ୍ରାର୍ଥୀ ହେବ ଦଳ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରିବ । ସବୁ ଦିଗକୁ ଅନୁଶୀଳନ କରି ଦଳର ସଭାପତି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ । ଗୁରୁବାର ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ । ଲୋକଙ୍କ ପାଖକୁ ଦଳ ଯିବ ବୋଲି ଦେବୀ ମିଶ୍ର କହିଛନ୍ତି ।

Tags: bjdbjpcongress
Share197Tweet123
M M

M M

ଆଜିର ପାଗ

Bhubaneswar
February 8, 2026, 1:18 AM
 

ESE
Partly cloudy
19°C
0.8 m/s
Apparent: 23°C
Pressure: 1015 mb
Humidity: 95%
Winds: 0.8 m/s ESE
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom