• Latest
  • Trending
ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ

ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ

Oct-07-2025 07:27 AM IST
ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଲା ସରକାରୀ ଯୋଜନା ଜାଣନ୍ତୁ କେଉଁମାନେ ଯୋଗ୍ୟ

ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଲା ସରକାରୀ ଯୋଜନା ଜାଣନ୍ତୁ କେଉଁମାନେ ଯୋଗ୍ୟ

Feb-13-2026 10:07 PM IST
ସାର୍ଥକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍! ପୁଅ ପାଇଁ ସିଙ୍ଗାପୁର ଯାଉଛନ୍ତି ମା’

ସାର୍ଥକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍! ପୁଅ ପାଇଁ ସିଙ୍ଗାପୁର ଯାଉଛନ୍ତି ମା’

Feb-13-2026 10:03 PM IST
ଖାଲିଦା ବନାମ ବାଜପେୟୀ ,ତାରିକ ବନାମ ମୋଦି

ଖାଲିଦା ବନାମ ବାଜପେୟୀ ,ତାରିକ ବନାମ ମୋଦି

Feb-13-2026 09:59 PM IST
ରେଳ ବିକାଶରେ କାହ୍ନୁଙ୍କ ବଡ଼ ଅବଦାନ ଥିଲା

ରେଳ ବିକାଶରେ କାହ୍ନୁଙ୍କ ବଡ଼ ଅବଦାନ ଥିଲା

Feb-13-2026 06:13 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-13-2026 04:16 PM IST
ହସାଉଥିବା ନାୟକ ଆଜି ଜେଲରେ! କୋର୍ଟରେ ରାଜପାଲଙ୍କ ଭାଗ୍ୟ ପରୀକ୍ଷା

ହସାଉଥିବା ନାୟକ ଆଜି ଜେଲରେ! କୋର୍ଟରେ ରାଜପାଲଙ୍କ ଭାଗ୍ୟ ପରୀକ୍ଷା

Feb-13-2026 05:04 PM IST
ରାଜଧାନୀରେ ବନ୍ଦ ପ୍ରଭାବ, ଅଖଚକ ସବୁ ଅଚଳ

ରାଜଧାନୀରେ ବନ୍ଦ ପ୍ରଭାବ, ଅଖଚକ ସବୁ ଅଚଳ

Feb-12-2026 10:56 PM IST
ଜମିପଟ୍ଟାରେ କାହିଁକି ଲାଗିବ QR CODE, ବୁଝାଇଲେ ରାଜସ୍ୱମନ୍ତ୍ରୀ

ଜମିପଟ୍ଟାରେ କାହିଁକି ଲାଗିବ QR CODE, ବୁଝାଇଲେ ରାଜସ୍ୱମନ୍ତ୍ରୀ

Feb-12-2026 10:54 PM IST
ଆମେରିକା ତେଲ vs ଋଷ: ତେଲ ଦୋ-ଛକିରେ ଭାରତ, ଗିଳିଲେ ମଲ, କାଢ଼ିଲେ ମଲ..

ଆମେରିକା ତେଲ vs ଋଷ: ତେଲ ଦୋ-ଛକିରେ ଭାରତ, ଗିଳିଲେ ମଲ, କାଢ଼ିଲେ ମଲ..

Feb-12-2026 10:51 PM IST
ନରବଣେଙ୍କ ରହସ୍ୟମୟ ବହି, ରାହୁଲଙ୍କ ରହସ୍ୟମୟ କାହାଣୀ, ସତ କଣ…ମିଛ କଣ ?

ନରବଣେଙ୍କ ରହସ୍ୟମୟ ବହି, ରାହୁଲଙ୍କ ରହସ୍ୟମୟ କାହାଣୀ, ସତ କଣ…ମିଛ କଣ ?

Feb-13-2026 05:23 PM IST
  • About
  • Careers
  • Contact Us
Saturday, February 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ

by M M
Oct-07-2025 07:27 AM IST
in ଅପରାଧ, ବଡ଼ ଖବର
0
ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ
491
SHARES
1.4k
VIEWS
Share on FacebookShare on Twitter

କଟକରେ ଆଜି ଶାନ୍ତି ଫେରୁଛି। ସହରରେ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ ଗଣ୍ଡଗୋଳ ହୋଇନାହିଁ । ହାଇକୋର୍ଟ ସମେତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିଛି। ରବିବାରର ଘଟଣା ପରେ ଆଉ କିଛି ଅଘଟଣ ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ପୋଲିସ କହିଛିଏହି ଘଟଣା ଘଟାଇବାରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏକ ଶାନ୍ତିପ୍ରିୟ ସ୍ଥାନ, ଶାନ୍ତି ନିଶ୍ଚିତ ଫେରିବ ବୋଲି ଆଇନ ଶୃଙ୍ଖଳା ଡିଜିପି ସଞ୍ଜୟ କୁମାର କହିଛନ୍ତି।

କଟକ ଦୁର୍ଗା ପୂଜା ଭସାଣି ସମୟରେ ସୃଷ୍ଟ ବିବାଦ ରବିବାର ଉଗ୍ରରୂପ ଧାରଣ କରିବା ପରେ ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ସୋମବାର ସମ୍ପୂର୍ଣ୍ଣ ସହର ପୋଲିସ ଛାଉଣି ଭିତରେ ରହିଥିଲା। କର୍ଫ୍ୟୁ ଲାଗୁ ଫଳରେ କେବଳ ଜରୁରୀ ସେବା ବ୍ୟତୀତ ଦୋକାନବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ୧୦୦ ପ୍ଲାଟୁନ୍‌ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ଲୋକମାନଙ୍କୁ ଘର ଭିତରେ ସୁରକ୍ଷିତଭାବେ ରହିବାକୁ ପରାମର୍ଶ ଦେଇଥିଲେ।

ସହରରେ ଉତ୍ତେଜନା ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ କରାଯାଇଛି। ସେପଟେ ସ୍ଥିତିକୁ ଦେଖି ରବିବାର ରାତିରୁ ୨୪ ଘଣ୍ଟା ପାଇଁ ଲାଗିଥିବା ଇଣ୍ଟରନେଟ ଏବଂ ସୋସିଆଲ୍‌ ମିଡିଆ କଟକଣାକୁ ଆଉ ୨୪ ଘଣ୍ଟା ଅର୍ଥାତ ଆଜି ରାତି ୭ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଏମ୍‌ସି, ସିଡିଏ, ବୟାଳିଶ ମୌଜାରେ ହ୍ବାଟ୍ସ ଆପ୍‌, ଫେସବୁକ୍‌, ଏକ୍ସ, ସ୍ନାପ୍‌ଚାଟ୍‌, ଇନ୍‌ଷ୍ଟାଗ୍ରାମ୍‌ ସେବା ବନ୍ଦ ରହିବ। କମିଶନରେଟ ପୋଲିସ ଦ୍ୱାରା ରବିବାର ରାତି ୧୦ଟାରୁ ଜାରି ହୋଇଥିବା କର୍ଫ୍ୟୁ ସହରରେ ବଳବତ୍ତର ରହିଛି। କର୍ଫ୍ୟୁ ହେତୁ ସୋମବାର ସରକାରୀ କାର୍ଯ୍ୟାଳୟ, ଔଷଧ ଓ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ବ୍ୟାଙ୍କ, ବେସରକାରୀ କାର୍ଯ୍ୟାଳୟ, ମାଲଗୋଦାମ ସମେତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି।

ପୂରା ସହରକୁ ୧୦୦ ପ୍ଲାଟୁନ୍‌ ଫୋର୍ସ ସହ ୮ କମ୍ପାନୀ ସିଆର୍‌ପିଏଫ୍‌ ଯବାନ ଓ ୧ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି। ସହରର ଗଳି, କନ୍ଦିରେ ପୋଲିସ ଫୋର୍ସ ପଇଁତରା ମାରୁଛନ୍ତି। କେବଳ ଜରୁରୀ କାର୍ଯ୍ୟ ପାଇଁ ଯାଉଥିବା ଲୋକଙ୍କୁ ପୋଲିସ ରାସ୍ତାରେ ଯିବା ପାଇଁ ଅନୁମତି ଦେଉଛି। ଚଳଚଞ୍ଚଳ ଥିବା ବାଦାମବାଡ଼ି, ଚାତ୍ନ୍ଦିନୀଚୌକ, ମାଲଗୋଦାମ, ବାଲୁବଜାର ପୂରା ଶୂନଶାନ୍‌ ହୋଇଛି। ଲିଙ୍କ୍‌ ରୋଡ୍‌ ଦେଇ କଟକ ନେତାଜୀ ବସ୍‌ ଟର୍ମିନାଲକୁ ସ୍ବଳ୍ପସଂଖ୍ୟକ ବସ୍‌ ଚଳାଚଳ କରୁଥିବା ଦେଖାଯାଇଛି।  ୨୪ ଘଣ୍ଟିଆ ଇଣ୍ଟରନେଟ କଟକଣାକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଗୃହ ବିଭାଗକୁ ଅନୁମତି ମଗାଯାଇଥିଲା। ଗୃହ ବିଭାଗ ଏହାକୁ ଗ୍ରହଣ କରି ମଙ୍ଗଳବାର ରାତି ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କଟକଣାକୁ ଅନୁମତି ଦେଇଛନ୍ତି।

ଗଣ୍ଡଗୋଳ ସଂଘଟିତ ସ୍ଥଳ ଦରଘାବଜାରର କଦମରସୁଲ ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଉଛି। ସହରର ପ୍ରବେଶ ପଥଗୁଡ଼ିକୁ ପୋଲିସ ଛାଉଣି ଦ୍ୱାରା ବ୍ଲକିଂ କରାଯାଇଛି। ଅବାଧ ଯାତାୟାତକୁ ପ୍ରତିହତ କରିବା ପାଇଁ ପୋଲିସ୍‌ ଫୋର୍ସ ସବୁଠି ମୂତୟନ ରହିଛନ୍ତି। ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି। କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିଜିପି ଆଇନଶୃଙ୍ଖଳା ସଞ୍ଜୟ କୁମାର ପ୍ରମୁଖ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।

କର୍ଫ୍ୟୁ ଅବଧି ବଢ଼ିବ କି ନାହିଁ ସେ ନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯିବ। ସହରର ପରିସ୍ଥିତିକୁ ତର୍ଜମା କରାଯାଉଛି। କର୍ଫ୍ୟୁ ଅବଧି ସରିବା ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଦରଘାବଜାରଠାରେ ରବିବାର ଘଟିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ୩ଟି ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଯାଞ୍ଚ କରି ଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ପୋଲିସ ନେଇଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
February 14, 2026, 9:35 AM
 

S
Mainly clear
25°C
1.2 m/s
Apparent: 23°C
Pressure: 1015 mb
Humidity: 85%
Winds: 1.2 m/s S
Windgusts: 8.5 m/s
UV-Index: 0
Precip.: 0mm /0% / Rain
Sunrise: 6:16 AM
Sunset: 5:44 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଲା ସରକାରୀ ଯୋଜନା ଜାଣନ୍ତୁ କେଉଁମାନେ ଯୋଗ୍ୟ

ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଲା ସରକାରୀ ଯୋଜନା ଜାଣନ୍ତୁ କେଉଁମାନେ ଯୋଗ୍ୟ

February 13, 2026
ସାର୍ଥକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍! ପୁଅ ପାଇଁ ସିଙ୍ଗାପୁର ଯାଉଛନ୍ତି ମା’

ସାର୍ଥକଙ୍କୁ ନେଇ ଆସିଲା ବଡ଼ ଅପଡେଟ୍! ପୁଅ ପାଇଁ ସିଙ୍ଗାପୁର ଯାଉଛନ୍ତି ମା’

February 13, 2026
ଖାଲିଦା ବନାମ ବାଜପେୟୀ ,ତାରିକ ବନାମ ମୋଦି

ଖାଲିଦା ବନାମ ବାଜପେୟୀ ,ତାରିକ ବନାମ ମୋଦି

February 13, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom