• Latest
  • Trending
ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ

ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ

Dec-19-2025 06:13 PM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ

by M M
Dec-19-2025 06:13 PM IST
in ରାଜ୍ୟ
0
ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ନିଯୁକ୍ତ
491
SHARES
1.4k
VIEWS
Share on FacebookShare on Twitter

ପ୍ୟାରିସ / ଭୁବନେଶ୍ୱର, ଡିସେମ୍ବର 2025: ଭାରତ ତଥା ଓଡ଼ିଶାର ସୁଖ୍ୟାତ ଇଞ୍ଜିନିୟର ଅଶୋକ ବସା ୱାର୍ଲ୍ଡ ଫେଡେରେସନ୍ ଅଫ୍ ଇଞ୍ଜିନିୟରିଂ ଓର୍ଗାନାଇଜେସନ୍ସ (ଡବ୍ଲ୍ୟୁ.ଏଫ.ଇ.ଓ.) ର ଆଭ୍ୟନ୍ତରୀଣ ଅଡିଟର ଭାବେ ୨୦୨୫-୨୦୨୭ ଅବଧି ପାଇଁ ନିଯୁକ୍ତ ହୋଇଛନ୍ତି। ଡବ୍ଲ୍ୟୁ.ଏଫ.ଇ.ଓ. ର କାର୍ଯ୍ୟକାରି ବୋର୍ଡ ଦ୍ୱାରା ସଂସ୍ଥାର କାର୍ଯ୍ୟପଦ୍ଧତି ନିୟମାବଳୀ ଅନୁସାରେ ଏହି ସମ୍ମାନନୀୟ ପଦବୀରେ ଇଞ୍ଜିନିୟର ଅଶୋକ ବସାଙ୍କ ନିଯୁକ୍ତି କରାଯାଇଛି । ଇଞ୍ଜିନିୟର ଅଶୋକ ବସା ଆର୍‌.ଇ.ସି. (ବର୍ତ୍ତମାନ ଏନ୍‌.ଆଇ.ଟି.) ରାଉରକେଲାର ପୂର୍ବତନ ଛାତ୍ର ଏବଂ ପୂର୍ବରୁ ଇନ୍‌ସ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ଭଳି ସୁପ୍ରତିଷ୍ଠିତ ଅନୁଷ୍ଠାନର ଅଧ୍ୟକ୍ଷ ପଦରେ ମଧ୍ୟ ରହି ଆସିଛନ୍ତି ।

ନିଯୁକ୍ତି ସଂପର୍କିତ ଯୋଗାଯୋଗରେ ଡବ୍ଲ୍ୟୁ.ଏଫ.ଇ.ଓ. ର କାର୍ଯ୍ୟକାରି ବୋର୍ଡ ମତ ପ୍ରକାଶ କରିଛି ଯେ, ଇଞ୍ଜିନିୟର ଅଶୋକ ବସାଙ୍କର ଦୀର୍ଘ ବର୍ଷର ଅନୁଭବ, ପେଶାଦାରିତା ଏବଂ ଇଞ୍ଜିନିୟରିଂ ସମୁଦାୟ ପ୍ରତି ତାଙ୍କର ନିଷ୍ଠା ଯୋଗୁଁ ସେ ଏହି ଦାୟିତ୍ୱ ନେବା ଅତ୍ୟନ୍ତ ଉପଯୁକ୍ତ । ଏହି ନିଯୁକ୍ତିର କାର୍ଯ୍ୟକାଳ ୧୨ ଡିସେମ୍ବର ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଛି ଏବଂ ଡବ୍ଲ୍ୟୁ.ଏଫ.ଇ.ଓ. ର ସଂବିଧାନ ଅନୁଯାୟୀ ପୁନଃନବୀକରଣ ଯୋଗ୍ୟ ରହିବ।

୧୯୬୮ ମସିହାରେ ୟୁନେସ୍କୋ ର ପ୍ରେରଣାରେ ଗଠିତ ଡବ୍ଲ୍ୟୁ.ଏଫ.ଇ.ଓ. ବିଶ୍ୱର ସବୁଠାରୁ ବଡ଼ ଆନ୍ତର୍ଜାତୀୟ ପେଶାଦାର ଇଞ୍ଜିନିୟରିଂ ସଂସ୍ଥା, ଯାହାର ସଦସ୍ୟତା ବିଶ୍ୱର ପ୍ରାୟ ଶତାଧିକ ଦେଶକୁ ବ୍ୟାପ୍ତ କରିଛି।  ବିକାଶ, ସୁଶାସନ ଏବଂ ବିଶ୍ୱ ସହଯୋଗର ମୂଳ ଚାଳକ ଭାବେ ଇଞ୍ଜିନିୟରିଂକୁ ପ୍ରୋତ୍ସାହିତ କରିବାରେ ଡବ୍ଲ୍ୟୁ.ଏଫ.ଇ.ଓ. ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ବିଶେଷ ଭାବେ ଉଲ୍ଲେଖନୀୟ ଯେ, ୧୯୬୮ ମସିହାରେ ଡବ୍ଲ୍ୟୁ.ଏଫ.ଇ.ଓ. ଗଠନ ହେବା ପରେ ଇଞ୍ଜିନିୟର ଅଶୋକ ବସା ପ୍ରଥମ ଭାରତୀୟ ଭାବେ ଏହାର ଆଭ୍ୟନ୍ତରୀଣ ଅଡିଟର ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୨୨–୨୦୨୫ ଅବଧିରେ WFEO ର କାର୍ଯ୍ୟକାରି ଉପାଧ୍ୟକ୍ଷ (Executive Vice President) ଭାବେ ସଫଳତାର ସହିତ କାର୍ଯ୍ୟନିର୍ବାହ କରିଥିଲେ ଏବଂ ଏହି ମର୍ଯ୍ୟାଦାପୂର୍ଣ୍ଣ ବିଶ୍ୱସ୍ତରୀୟ ନେତୃତ୍ୱ ପଦବୀକୁ ନିର୍ବାଚିତ ହେବାରେ ଦ୍ୱିତୀୟ ଭାରତୀୟ ଥିଲେ। ସେ 2022–2023 ଏବଂ 2023–2025 ଅବଧିରେ WFEO ର ଷ୍ଟ୍ରାଟେଜିକ ପ୍ଲାନିଂ କମିଟି (SPC) ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଆନ୍ତରିକ ଅଡିଟର ଭାବେ, ଇଞ୍ଜିନିୟର ବସା ଡବ୍ଲ୍ୟୁ.ଏଫ.ଇ.ଓ. ର ଆନ୍ତରିକ କାର୍ଯ୍ୟପ୍ରଣାଳୀର ସ୍ୱାଧୀନ ସମୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଦାୟିତ୍ୱବାହନ କରିବେ। ଏଥିରେ ଆର୍ଥିକ ପ୍ରକ୍ରିୟା, ନିୟମାନୁଗତତା ବ୍ୟବସ୍ଥା ଓ ଶାସନ ପ୍ରଣାଳୀ ଆଦି ସମିଲିତ ରହିବ। ସେ କାର୍ଯ୍ୟକାରି ବୋର୍ଡ ପାଇଁ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ଭୋଟ ଅଧିକାର ବିନା କାର୍ଯ୍ୟକାରି ବୋର୍ଡ ଓ କାର୍ଯ୍ୟକାରି ପରିଷଦର ସଦସ୍ୟ ଭାବେ ଅଂଶଗ୍ରହଣ କରି, ସଂସ୍ଥାର ପାରଦର୍ଶିତା, ଦାୟିତ୍ୱବୋଧ ଓ ସୁଦୃଢ଼ ସଂସ୍ଥାଗତ ଶାସନ ପ୍ରତି ପ୍ରତିବଦ୍ଧତାକୁ ସମର୍ଥନ କରିବେ।

ଏହି ନିଯୁକ୍ତିକୁ ଭାରତୀୟ ଇଞ୍ଜିନିୟରିଂ ସମୁଦାୟ ପାଇଁ ଗର୍ବର ବିଷୟ ଭାବେ ଦେଖାଯାଉଛି ଏବଂ ଜାତୀୟ ଓ ବିଶ୍ୱସ୍ତରରେ ଇଞ୍ଜିନିୟରିଂ ନେତୃତ୍ୱକ୍ଷେତ୍ରରେ ଇଞ୍ଜିନିୟର ଅଶୋକ ବସାଙ୍କର ଦୀର୍ଘସ୍ଥାୟୀ ଅବଦାନର ସ୍ୱୀକୃତି ରୂପେ ଏହାକୁ ଗଣାଯାଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 9:15 AM
 
SSW
Clear sky
31°C
2 m/s
Apparent: 32°C
Pressure: 1006 mb
Humidity: 85%
Winds: 2 m/s SSW
Windgusts: 11.3 m/s
UV-Index: 0
Precip.: 0mm /8% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom