• Latest
  • Trending
ଜନ ଅସନ୍ତୋଷ ଆଗରେ ନଇଁଲା ଶାସକ ଦଳ: ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର ହେବ ପୁନର୍ବିଚାର

ଜନ ଅସନ୍ତୋଷ ଆଗରେ ନଇଁଲା ଶାସକ ଦଳ: ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର ହେବ ପୁନର୍ବିଚାର

Dec-18-2025 05:08 PM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

May-11-2026 07:19 PM IST
  • About
  • Careers
  • Contact Us
Tuesday, May 12, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଜନ ଅସନ୍ତୋଷ ଆଗରେ ନଇଁଲା ଶାସକ ଦଳ: ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର ହେବ ପୁନର୍ବିଚାର

by M M
Dec-18-2025 05:08 PM IST
in ରାଜନୀତି, ରାଜ୍ୟ
0
ଜନ ଅସନ୍ତୋଷ ଆଗରେ ନଇଁଲା ଶାସକ ଦଳ: ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର ହେବ ପୁନର୍ବିଚାର
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ବିଧାୟକଙ୍କ ବର୍ଧିତ ଦରମାକୁ ନେଇ ଏକ ଅଭାବନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦେଖି ଶାସକ ବିଜେପି ଏବେ ନିଜ ନିଷ୍ପତ୍ତି ବଦଳାଇଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବିଧାୟକ ଏକ ସ୍ୱରରେ ବର୍ଦ୍ଧିତ ଦରମାର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, “ବିଜେପି ସବୁବେଳେ ଲୋକଙ୍କ ମତାମତକୁ ସମ୍ମାନ ଦିଏ। ବିଧାୟକମାନଙ୍କ ଦରମା ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି, ତାକୁ ଆମେ ଗ୍ରହଣ କରିଛୁ।”

ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବର ୯ ତାରିଖରେ ୧୭ତମ ବିଧାନସଭା ଅଧିବେଶନରେ ଏହି ବିଧେୟକ ପାରିତ ହୋଇଥିଲା, ଯେଉଁଥିରେ ସବୁ ଦଳର ସମର୍ଥନ ରହିଥିଲା। ମାତ୍ର ବର୍ତ୍ତମାନର ପରିସ୍ଥିତିରେ ନିଜ ସୁବିଧାକୁ ତ୍ୟାଗ କରି ଲୋକଙ୍କ ସହ ଛିଡ଼ା ହେବାର ଏହି ପ୍ରୟାସକୁ ରାଜନୈତିକ ମହଲରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି। ଏହି ନିଷ୍ପତ୍ତି ଓଡ଼ିଶା ରାଜନୀତିର ଭବିଷ୍ୟତ ଉପରେ କି ପ୍ରଭାବ ପକାଉଛି, ତାହା ଆଗାମୀ ସମୟ କହିବ। ବୈଠକରେ ବିଜେପି ବିଧାୟକମାନେ ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧିର ପୁନର୍ବିଚାର କରିବାକୁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଦଳର ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ବୈଠକରେ ବି ଆଲୋଚନା ହୋଇଛି ।  ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଦଳକୁ ପ୍ରସ୍ତୁତ କରିବା, ନିଗମ ଅଧ୍ୟକ୍ଷ ପଦବୀ ପୂରଣ ଆଦି ନେଇ ବି ଏଥିରେ ଆଲୋଚନା ହେଉଥିବା କୁହାଯାଉଛି। ଦଳ ସଂଗଠନ ଓ ସରକାର ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ନେଇବି ଏଥିରେ ଆଲୋଚନା ହେଉଥିବାର ସୂଚନା ରହିଛି। ତେଣୁ ଆଜି ବୈଠକରେ କଣ ଆଲୋଚନା ହେଉଛି ତାଉପରେ ରହିଛି ନଜର।

Share196Tweet123
M M

M M

ଆଜିର ପାଗ

Bhubaneswar
May 12, 2026, 11:53 PM
 
S
Clear sky
27°C
2.7 m/s
Apparent: 32°C
Pressure: 1008 mb
Humidity: 82%
Winds: 2.7 m/s S
Windgusts: 10.4 m/s
UV-Index: 0
Precip.: 0mm /32% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom