• Latest
  • Trending
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

Nov-02-2025 11:21 AM IST
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Nov-17-2025 09:04 AM IST
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

Nov-16-2025 11:51 AM IST
ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକକୁ ନେଇ ଚର୍ଚ୍ଚା

Nov-16-2025 11:13 AM IST
ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

ନାୟକର ନାଁ ନୀତିଶ କୁମାର; ଦଶ ହଜାରିଆ ଜିତିବାର ଫର୍ମୁଲା

Nov-16-2025 11:04 AM IST
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

Nov-16-2025 10:06 AM IST

କ’ଣ କହୁଛି ଆଜିର ରାଶିଫଳ

Nov-16-2025 10:01 AM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
  • About
  • Careers
  • Contact Us
Tuesday, November 18, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ହଜାର କୋଟିର ସ୍କାମ କହିଲେ ଶଙ୍କର

by M M
Nov-02-2025 11:21 AM IST
in ଅପରାଧ, ରାଜ୍ୟ
0
ଓଡ଼ିଶା ପୁଲିସ SI ସ୍କାମ୍, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
495
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ସ୍କାମ୍ ର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ନେପାଳ ସୀମାନ୍ତ ଅଞ୍ଚଳରୁ କାବୁ କରାଯାଇଛି। ମାମଲା ପଦାକୁ ଆସିବା ପରେ ଶଙ୍କର ଫେରାର ହୋଇଯାଇଥିଲେ।

ଗାଜିଆବାଦରେ ଥିବା ତାଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ସେ ସେଠାରୁ ନେପାଳ ପଳାଇଥିଲେ। ନିକଟରେ ସେ ନେପାଳରୁ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗରେ ଥିଲେ। ଶଙ୍କର ଓ ତାଙ୍କ ପତ୍ନୀଙ୍କ ଆଗୁଆ ଜାମିନ ଆବେଦନକୁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ।

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB) ଦ୍ବାରା ପରିଚାଳିତ ଏହି SI ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ପରୀକ୍ଷାର୍ଥୀଙ୍କୁ ଜାମିନି ମିଳିଛି ।  ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ପରେ ଏହି ମାମଲାରେ ଆହୁରି ଅନେକ ଗୁମର ଖୋଲିବାର ସମ୍ଭାବନା ରହିଛି।

ଗିରଫ ସମୟରେ ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହା ସହିତ ଗାଜିଆବାଦସ୍ଥିତ ତାଙ୍କ ଘରୁ ଗୋଟିଏ ଫର୍ଚୁନର୍‌ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଅନ୍ୟ ଏକ କ୍ରାଇମବ୍ରାଞ୍ଚ ଟିମ୍ ଗାଜିଆବାଦରେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଜେରା କରୁଥିବା ବେଳେ ଗିରଫ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କୁ ନେଇ ଟିମ୍ ଓଡ଼ିଶା ଅଭିମୁଖେ ଆସି ଭୁବନେଶ୍ବରରେ ପହଁଚିଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟିର ବଡ଼ ଖୁଲାସା କରିଛି। ପୂର୍ବ ସରକାରରେ SI ପରୀକ୍ଷାରେ ହଜାରେ କୋଟିର ଡିଲ୍‌ ହୋଇଥିବା ସେ ଦାବି କରିଛି । ଯାହାକୁ ନେଇ ରାଜନୀତି ଜୋରଧରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୫ ଜାନୁଆରୀରେ ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ୯୩୩ଟି ଏସ୍ଆଇ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏଥିପାଇଁ ୧.୫୩ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ପରୀକ୍ଷା ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବାବେଳେ ସେପ୍ଟେମ୍ବର ୩୦ରେ ଏକ ଅଜ୍ଞାତ ଫୋନ୍ କଲ୍ ଯୋଗୁଁ ବ୍ରହ୍ମପୁର ପୋଲିସ୍ ଓଡ଼ିଶା-ଆନ୍ଧ୍ର ସୀମାରେ ତିନିଟି ଏସି ବସ୍ ଅଟକାଇ ୧୧୭ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରୁ ୧୧୪ ଜଣ ଥିଲେ ଏସ୍ଆଇ ପରୀକ୍ଷାର୍ଥୀ। ଏହି ଘଟଣା ଓଡ଼ିଶାର ସବୁଠାରୁ ବଡ଼ ନିଯୁକ୍ତି ସ୍କାମ୍‌ର ପର୍ଦ୍ଦାଫାସ୍ କରିଛି।
ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ଏକ ଆନ୍ତଃରାଜ୍ୟ ସଂଗଠିତ ଅପରାଧୀ ଗ୍ୟାଙ୍ଗ୍ ଏହି ସ୍କାମ୍‌କୁ ପରିଚାଳନା କରୁଥିଲା। ପ୍ରାର୍ଥୀମାନେ ଆନ୍ଧ୍ରପ୍ରଦେଶର ବିଜୟ ନଗରମ୍‌କୁ ଯାଇ ପ୍ରଶ୍ନପତ୍ର ବିଷୟରେ ସୂଚନା ପାଇଥାନ୍ତେ ।  ପ୍ରତ୍ୟେକ ପ୍ରାର୍ଥୀ ଚାକିରି ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ – ଆଗୁଆ ୧୦ ଲକ୍ଷ ଓ ଚାକିରି ନିଶ୍ଚିତ ହେଲାପରେ ୧୫ ଲକ୍ଷ। ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭୁବନେଶ୍ୱରସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜିଜ୍ କମ୍ପାନୀର ଡାଇରେକ୍ଟର ଶଙ୍କର ପୃଷ୍ଟି। ଯିଏ ଏବେ କ୍ରାଇମବ୍ରାଂଚ କବଜାରେ ।
ସୂଚନାଯୋଗ୍ୟ ଯେ ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ରୀୟ ପିଏସୟୁ ଆଇଟିଆଇ ଲିମିଟେଡ୍‌କୁ ଦାୟିତ୍ୱ ଦିଆଯାଇଥିଲା, ଯାହା ସବ୍-କଣ୍ଟ୍ରାକ୍ଟର ଭାବେ ସିଲିକନ୍ ଟେକ୍‌ଲ୍ୟାବ୍ ଓ ପଞ୍ଚସଫ୍ଟକୁ ନିଯୁକ୍ତି ଦେଇଥିଲା। ଶଙ୍କରଙ୍କ କମ୍ପାନୀ ପ୍ରଶ୍ନପତ୍ର ଲିକ୍ କରି ପ୍ରାର୍ଥୀଙ୍କୁ ଦେଉଥିବା ଅଭିଯୋଗ ହୋଇଛି।

 

Share198Tweet124
M M

M M

ଆଜିର ପାଗ

Bhubaneswar
November 18, 2025, 12:29 AM
 

N
Partly cloudy
17°C
0.8 m/s
Apparent: 17°C
Pressure: 1016 mb
Humidity: 75%
Winds: 0.8 m/s N
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 5:57 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

November 17, 2025
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

November 17, 2025
ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

ପଞ୍ଚମଥର ପାଇଁ ଶପଥ ନେବେ ନୀତୀଶ କୁମାର , କାହିଁକି ଜାଣନ୍ତୁ

November 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom