• Latest
  • Trending
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

by M M
Dec-07-2025 11:07 AM IST
in ବଡ଼ ଖବର, ରାଜ୍ୟ
0
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀଠାରେ ବିଶ୍ୱ ଶକ୍ତି ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ଐତିହାସିକ ସ୍ୱଚ୍ଛ ଶକ୍ତି ବିସ୍ତାର ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, 2025-26 ଆର୍ଥିକ ବର୍ଷରେ ଭାରତ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ 31.25 ଗିଗାୱାଟ୍‌ ଅଣଜୀବାଶ୍ମ ଶକ୍ତି ଉତ୍ପାଦନ କ୍ଷମତା ଯୋଡ଼ିପାରିଛି। ଏଥିରେ 24.28 ଗିଗାୱାଟ୍‌ ସୌର ଶକ୍ତି ଅନ୍ତର୍ଭୂକ୍ତ।

ଓଡ଼ିଶାକୁ ନୂତନ ଉପଯୋଗିତା ଆଧାରିତ ଏକତ୍ରୀକରଣ (ୟୁଏଲଏ) ମଡେଲ ଅଧୀନରେ 1.5 ଲକ୍ଷ ଛାତ ଉପର ସୌର ଶକ୍ତି ବା ରୁଫ୍‌ ଟପ୍‌ ସୋଲାର୍‌ ୟୁନିଟ୍ ମିଳିବ ବୋଲି ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର 7ରୁ 8 ଲକ୍ଷ ନାଗରିକ ଉପକୃତ ହେବେ ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, 2022ରେ 1 ଟେରାୱାଟ୍‌ ଶକ୍ତି କ୍ଷମତା ହାସଲ କରିବା ଲାଗି ପ୍ରାୟ 70 ବର୍ଷ ଲାଗିଥିଲା। କିନ୍ତୁ 2024ରେ ବିଶ୍ୱ 2 ଟେରାୱାଟ୍‌ କ୍ଷମତା ହାସଲ କରିଥିଲା, ଅର୍ଥାତ୍‌ 2 ବର୍ଷରେ ଆଉ ଗୋଟିଏ ଟେରାୱାଟ୍‌ କ୍ଷମତା ହାସଲ କରିନିଆଯାଇଥିଲା। ଅକ୍ଷୟ ଶକ୍ତି କ୍ଷମତାରେ ଏଭଳି ଅପ୍ରତ୍ୟାଶିତ ବୃଦ୍ଧିରେ ଭାରତ ଏକ ପ୍ରମୁଖ ଯୋଗଦାନକାରୀ। ଗତ 11 ବର୍ଷ ମଧ୍ୟରେ, ଦେଶର ସୌର କ୍ଷମତା 2.8 ଗିଗାୱାଟରୁ ପ୍ରାୟ 130 ଗିଗାୱାଟକୁ ବୃଦ୍ଧି ପାଇଛି, ଯାହା 4,500% ରୁ ଅଧିକ ବୃଦ୍ଧି। କେବଳ 2022 ରୁ 2024 ମଧ୍ୟରେ, ଭାରତ ବିଶ୍ୱ ସୌର ଶକ୍ତି ଯୋଗଦାନରେ 46 ଗିଗାୱାଟ ଯୋଗଦାନ କରିଛି, ଯାହାଦ୍ୱାରା ଏହା ତୃତୀୟ ସର୍ବାଧିକ ଯୋଗଦାନକାରୀ ହୋଇପାରିଛି।
ମନ୍ତ୍ରୀ କହିଥିଲେ, ଭାରତରେ ବିଶ୍ୱର ପଞ୍ଚମ ବୃହତ୍ତମ କୋଇଲା ଭଣ୍ଡାର ରହିଛି ଏବଂ ଆମ ଦେଶ କୋଇଲାର ଦ୍ୱିତୀୟ ସର୍ବବୃହତ ଗ୍ରାହକ। ଏହି ପ୍ରଚୁରତା ସତ୍ତ୍ୱେ, ପରିବର୍ତ୍ତନ ଦିଗରେ ଗତି କରୁଥିବାରୁ ଭାରତ କୋଇଲା ସହିତ ଅକ୍ଷୟ ଶକ୍ତିକୁ ସ୍ଥିର ଭାବରେ ସନ୍ତୁଳିତ କରୁଛି। ସେ କହିଛନ୍ତି, ବିଶ୍ୱସ୍ତରୀୟ ବ୍ୟବସ୍ଥା ଏବେ ଶିଳ୍ପ ପ୍ରତିଯୋଗିତାକୁ ଆକାର ଦେବା ସହିତ ଅକ୍ଷୟ ଶକ୍ତି ଆଡକୁ ଭାରତର ପରିବର୍ତ୍ତନ ଆହୁରି ଜରୁରୀ ଏବଂ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

ଅକ୍ଷୟ ଶକ୍ତି ଗ୍ରହଣୀୟତରେ ଓଡ଼ିଶାର ଅଗ୍ରଗତି

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଘୋଷଣା କରିଥିଲେ। ସେ କହିଥିଲେ, ରାଜ୍ୟରେ 1 କିଲୋୱାଟ୍‌ କ୍ଷମତାବିଶିଷ୍ଟ 1.5 ଲକ୍ଷ ରୁଫ ଟପ୍‌ ସୋଲାର୍‌ ୟୁନିଟ୍‌ ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅନ୍ତର୍ଗତ ଉପଭୋକ୍ତାଙ୍କ ମାଲିକାନା ଅଧୀନରେ ଉପଯୋଗିତା ଆଧାରିତ ଏକତ୍ରୀକରଣ (ୟୁଏଲଏ) ମଡେଲରେ ଏସବୁ ୟୁନିଟ୍‌ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ୱାରା ରାଜ୍ୟର 7ରୁ 8 ଲକ୍ଷ ନାଗରିକ, ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରକୁ ଲାଭ ମିଳିବ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଓଡ଼ିଶା ପୂର୍ବରୁ ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ କରୁଛି। 3.1 ଗିଗାୱାଟରୁ ଅଧିକ ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ସହିତ, ସ୍ୱଚ୍ଛ ଶକ୍ତି ବର୍ତ୍ତମାନ ରାଜ୍ୟର ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତାର 34 ପ୍ରତିଶତରୁ ଅଧିକ ହୋଇପାରିଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ, 1.6 ଲକ୍ଷ ପରିବାର ଛାତ ଉପରେ ସୌର ଶକ୍ତି ୟୁନିଟ୍‌ ସ୍ଥାପନ ପାଇଁ ଆବେଦନ କରିଛନ୍ତି । 23,000 ରୁ ଅଧିକ ୟୁନିଟ୍‌ ସଂଯୋଗ ହୋଇସାରିଛି ଏବଂ 19,200 ରୁ ଅଧିକ ପରିବାର ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 147 କୋଟିରୁ ଅଧିକ ସବସିଡି ପାଇଛନ୍ତି।
ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସାମଗ୍ରିକ ଇକୋସିଷ୍ଟମ, ବ୍ୟବସାୟିକ ସୁଗମତା, ନିବେଶକଙ୍କ ବିଶ୍ୱାସ, ଭିତ୍ତିଭୂମି, ଚାହିଦା ଆଧାରିତ ଯୋଜନା ଏବଂ କେନ୍ଦ୍ର-ରାଜ୍ୟ ଦୃଢ଼ ସହଯୋଗ ଭାରତର ଅକ୍ଷୟ ଶକ୍ତି ସମ୍ପ୍ରସାରଣକୁ ଆଗେଇ ନେଉଛି ।
ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶା ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ସେ ଅକ୍ଷୟ ଶକ୍ତି ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ରାଜ୍ୟବାସୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ବିଶ୍ୱ ଶକ୍ତି ନେତୃତ୍ୱ ସମ୍ମିଳନୀ(ଜିଇଏଲଏସ)ର ଉଦ୍ଦେଶ୍ୟ ହେଉଛି, ଏକ ସକ୍ରିୟ ଅଭ୍ୟାସ ଗୋଷ୍ଠୀ ଗଠନ କରିବା ଦିଗରେ ପ୍ରଥମ ପ୍ରୟାସ ଯାହା ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ନିର୍ଦ୍ଧାରକ, ଉଦ୍ଭାବକ ଏବଂ ଶିଳ୍ପ ନେତାମାନଙ୍କୁ ଏକତ୍ରିତ କରିଛି । 5-7 ଡିସେମ୍ବର 2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଇଏଲଏସ 2025 ଶକ୍ତି କ୍ଷେତ୍ରର ଭବିଷ୍ୟତ ଗଠନ ଉପରେ ଆଧାରିତ ଏକ ଶିଖର ସମ୍ମିଳନୀ। ଏଥିରେ ବିଶ୍ୱ ଶକ୍ତି କ୍ଷେତ୍ର ନେତୃବୃନ୍ଦ, ନବସୃଜନକାରୀ ଏବଂ ଏହି କ୍ଷେତ୍ରର ଅଗ୍ରଣୀ ଶିଳ୍ପପତିଙ୍କ ସହିତ କେନ୍ଦ୍ର ଏବଂ ରାଜ୍ୟର ଶକ୍ତି ମନ୍ତ୍ରୀମାନେ ଅଂଶଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଚାରବିର୍ଶ କରୁଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 4:45 AM
 
N
Fog
13°C
0.8 m/s
Apparent: 16°C
Pressure: 1015 mb
Humidity: 91%
Winds: 0.8 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom