ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

by newsroom OCT-23-2025 7:51 PM IST in ରାଜ୍ୟ

ସମ୍ବଲପୁର: ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ଦେବାର ପ୍ରଲୋଭନ ଦେଖାଇ ପଶ୍ଚିମ ଓଡ଼ିଶାରେ ଏକ ବଡ଼ ଠକେଇ ରାକେଟ ଧରା ପଡ଼ିଛି। ବୁର୍ଲା ପୋଲିସ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୬୨ ଲକ୍ଷ ଟଙ୍କା ନଗଦ ଜବତ କରିଛି। ସମ୍ବଲପୁର, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲାରୁ ଶହ ଶହ ଗରିବ ହିତାଧିକାରୀଙ୍କୁ ଝାଡ଼ୁଦାର ଚାକିରି ଦେବାକୁ କହି  ପ୍ରାୟ ୨ କୋଟି ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତମାନେ ନକଲି କାଗଜପତ୍ର ଓ ସୁପାରିଶ ପତ୍ର ଦେଖାଇ ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ ୧୨ ହଜାର ଟଙ୍କା ନେଉଥିଲେ। ଗତ କିଛି ଦିନ ହେଲା ଏହି ଆଲୋଚନା ଚାଲିଥିବାରୁ ସମ୍ବଲପୁର ମହାନଗର ନିଗମ ନକଲି ଚାକିରି ପ୍ରତି ସାବଧାନ ରହିବାକୁ ସୂଚନା ଜାରି କରିଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିଛି। ଗିରଫ ଖବର ପାଇ ଶତାଧିକ ଲୋକ ଥାନାରେ ଯାଇ ଅଭିଯୋଗ କରିଛନ୍ତି ।  ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି  । କାରଣ ଝାଡ଼ୁଦାର ପୋଷ୍ଟ ହେଲେ ବି ସରକାରୀ ଚାକିରି ପାଇଁ ଅହେତୁକ ଆଗ୍ରହ ଦେଖାଇ ଏପରି ଗରିବ ଲୋକଙ୍କୁ କିଛି ଲୋକ ବର୍ଷ ବର୍ଷ ଧରି ଠକି ଚାଲିଛନ୍ତି ।

ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ଦେବାକୁ କହି ଏମିତି ଶହ ଶହ ଲୋକଙ୍କୁ ଠକାଯାଇଛି ।  ସମମ୍ବପୁର, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲାରୁ ଅଭିଯୁକ୍ତମାନେ ଠକେଇ କରିଥିବା ଜଣାପଡିଛି। ତେବେ ପୋଲିସ ଏନେଇ କେତେ ଜଣଙ୍କୁ ଠକାଯାଇଛି ତାହାର ସୂଚନା ଦେଇନାହିଁ ।

ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଗରିବ ଲୋକଙ୍କୁ ଠକାଯାଇଛି ।  ଠକ ଦଳ ବିଭିନ୍ନ ଜିଲାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବୁର୍ଲା ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ପଚରାଉଚରା ପାଇଁ ଆଣିଥିଲା। ସେମାନେ ପଦ୍ମାବତୀ ତଣ୍ଡି ଏବଂ ରାହୁଲ୍ ରାୟ ବୋଲି ସୂଚନା ମିଳିଛି । ଖବର ପାଇ କିଛି ମହିଳା ଥାନା ଆଗରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ ।

ସଚନା ଯୋଗ୍ୟ, ଗତ କିଛି ଦିନ ହେଲା ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଝାଡ଼ୁଦାର ଚାକିରି କରାଇଦେବା ନାଁରେ କିଛି ଲୋକ ଜଣକଠାରୁ ୧୨ ହଜାର ଟଙ୍କା ଆଦାୟ କରାଯାଉଥିବା ଚାରିଆଡେ ଆଲୋଚନା ହୋଇଥିଲା। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ସୂଚନା ଜାରି କରାଯାଇଥିଲା । ନକଲି ଚାକିରି ପ୍ରତି ସାବଧାନ ରହିବାକୁ ସୂଚନା ଦିଆଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ନଗଦ ୬୨ ଲକ୍ଷ ଟଙ୍କା ଜବତ କରିଛି।