• Latest
  • Trending

ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Nov-15-2024 07:45 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Saturday, May 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

by M M
Nov-15-2024 07:45 AM IST
in ବଡ଼ ଖବର, ମନୋରଞ୍ଜନ
0
491
SHARES
1.4k
VIEWS
Share on FacebookShare on Twitter

ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର। ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋଦନ ସୁନ୍ଦର ଦେବ ଗୋଗୋମୀ’ ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା, କ୍ରିଡ଼ା, ଯୁବ ବ୍ୟାପାର, ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି।

୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ ମହାପାତ୍ର ଜୀବନବ୍ୟାପୀ ସାଧନା ପାଇଁ ପାଇବେ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’।

କରାଯାଇଛି। ଠିକ୍‌ ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ(ରୋମିଓ ରାଜା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଦେବାଶିଷ ପାତ୍ର(ସହିଦ ରଘୁ ସର୍ଦ୍ଦାର) ଓ ଅମ୍ଳାନ ଦାସ(ରୋମିଓ ରାଜା); ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟାକିରଣ ଶୁକ୍ଳା(ସହିଦ୍‌ ରଘୁ ସର୍ଦ୍ଦାର), ଶ୍ରେଷ୍ଠ କାହାଣୀକାର ଡକ୍ଟର ବିଶ୍ୱନାଥ ପଟ୍ଟନାୟକ(ସହିଦ୍‌ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ(ବାଳକୃଷ୍ଣ ଦାଶ ସମ୍ମାନ) ବୈଦ୍ୟନାଥ ଦାସ(ରୋମିଓ ରାଜା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସରୋଜ କୁମାର(ରୋମିଓ ରାଜା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡା(ରୋମିଓ ରାଜା), ଶ୍ରେଷ୍ଠ ଗୀତିକାର ପଞ୍ଚାନନ ନାୟକ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଜ୍ଞାନେନ୍ଦ୍ର କୁମାର ପଲାଇ(ରୋମିଓ ରାଜା), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ପୁଷ୍ପା ପଣ୍ଡା(ସହିଦ୍‌ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ଶିଶୁ ଅଭିନେତା ଅଜୟ କୁମାର ଚୌଧୁରୀ, ଶ୍ରେଷ୍ଠ କଳା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସେଠୀ(ସହିଦ୍‌ ରଘୁ ସର୍ଦ୍ଦାର), ସ୍ୱତନ୍ତ୍ର ଜୁରି ପୁରସ୍କାର ବର୍ଷା ପ୍ରିୟଦର୍ଶିନୀ, ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବେ ନୀଳା ମହାପାତ୍ରଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ, ଶ୍ରେଷ୍ଠ ଖଳ ଅଭିନେତା ରାଜିବ ମହାନ୍ତି(ସହିଦ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ଖଳ ଅଭିନେତ୍ରୀ ଭାବେ ଲିପ୍ସା ମିଶ୍ର(କ୍ୱିନ୍‌), ଶ୍ରେଷ୍ଠ ସଂଳାପକାର ଭାବେ ଡକ୍ଟର ରଜନୀ ରଞ୍ଜନ ଦାସ(ସହିଦ୍‌ ରଘୁ ସର୍ଦ୍ଦାର)ଙ୍କୁ ଓଡ଼ିଶା ଚଳଚ୍ଚିତ୍ର ସମ୍ମାନ ପ୍ରଦାନ କରାଯିବ।

୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯିବ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’।

୨୦୨୧ ମସିହା ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲ୍‌ଚିନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ(ତୃଷ୍ଣା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଅଙ୍କିତ କୁମାର ଓ ଦୀପନ୍ୱିତ ଦାଶ ମହାପାତ୍ରଙ୍କୁ ପ୍ରଦାନ କରାଯିବ। ଠିକ୍‌ସେହି ପରି ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର(ଡାଲ୍‌ଚିନି), ଶ୍ରେଷ୍ଠ କାହାଣୀକାର ରଞ୍ଜନ ଦାସ(ଭୋକ) ଓ ଗୌରହରୀ ଦାସ(ପ୍ରତୀକ୍ଷା); ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିଦ ମଜୁମଦାର(ତୃଷ୍ଣା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ୱୟପ୍ରଭାସ ପାଢ଼ୀ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ସୋହିନୀ ମିଶ୍ର, ଶ୍ରେଷ୍ଠ ଗୀତିକାର ଚିନ୍ମୟ ଦାସ ପଟ୍ଟନାୟକ(ବିଶ୍ୱାସ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ସମରେଶ ରାଉତରାୟ(ତୃଷ୍ଣ ଓ ଅଜାତି), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସାଧନା ମାଳି ଓ ଏଲିନା ସାମନ୍ତରାୟ; ଶ୍ରେଷ୍ଠ ହାତ୍ୟ କଳାକାର ଭାବେ ଶଙ୍କର ପ୍ରଧାନ, ଶ୍ରେଷ୍ଠ ଶିଶୁ ଅଭିନେତା ନଭନିତ ମହାନ୍ତି, ଶ୍ରେଷ୍ଠ ଖଳ ଅଭିନେତା କୁନା ତ୍ରିପାଠୀ(ଭୋକ), ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଷାନୀ ସେନ୍‌ ଗୁପ୍ତା(ଚକ୍ଷୁବନ୍ଧନ), ଶ୍ରେଷ୍ଠ ସଂଳାପକାର ପ୍ରଣବ ଦାସ(ଅଜାତି) ଓ ଚିନ୍ମୟଦାସ ପଟ୍ଟନାୟକ(ବିଶ୍ୱାସ)ଙ୍କୁ ପୁରସ୍କୃତ କରାଯିବ।

୨୦୨୧ ମସିହା ପାଇଁ ବିଶିଷ୍ଟ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’ ପ୍ରଦାନ କରାଯିବ।

୨୦୨୨ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଦମନ’ ମନୋନୀତ ହୋଇଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ପତି(ମାୟାବୀ), ଶ୍ରେଷ୍ଠ ଅଭିନେତା ବାବୁଶାନ ମହାନ୍ତି(ଦମନ), ଶ୍ରେଷ୍ଠ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର(ବୋଉର ହାତବାକ୍ସ), ଶ୍ରେଷ୍ଠ କାହାଣୀକାର ମିହିର ରଞ୍ଜନ ଆଚାର୍ଯ୍ୟ(ବାଘ ବଜାରୀ), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶ(ବାଳକୃଷ୍ଣ ଦେଶ ସମ୍ମାନ) ପଙ୍କଜ ଜାଲ(ଖରା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ମାଧବ ଦାସ(ଶତ୍ରୁ), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଦୀପ୍ତିରେଖା ପାଢୀ(ମହାବାହୁ), ଶ୍ରେଷ୍ଠ ଗୀତିକାର ଚୂଡ଼ାମଣି ଚନ୍ଦନ(ଖରା) ଓ କପିଳେଶ୍ୱର ଖମାରୀ(ଶତ୍ରୁ), ଶ୍ରେଷ୍ଠ ଚିତ୍ରନାଟ୍ୟ ଡକ୍ଟର ଲିଙ୍ଗରାଜ ନାଥ(ମନସ୍କ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା କୁନାଲ୍‌ ପଟ୍ଟନାୟକ(ମାୟାବୀ) ଓ ଗଦାଧର ବାରିକ(ଖରା), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ସୁଶୀଲା ନାୟାର(ଖରା), ଶ୍ରେଷ୍ଠ ହାସ୍ୟ ଅଭିନେତା ହରିହର ମହାପାତ୍ର(ମହାବାହୁ), ଶ୍ରେଷ୍ଠ ଖଳ ଅଭିନେତା କୌଶିକ ମହାପାତ୍ର, ଶ୍ରେଷ୍ଠ ଖଳ ଅଭିନେତ୍ରୀ ମଉବାଣୀ ସରକାର(ମାୟାବୀ) ପାଇବେ ପୁରସ୍କାର।

୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।

Share196Tweet123
M M

M M

ଆଜିର ପାଗ

Bhubaneswar
May 2, 2026, 1:56 AM
 

SSW
Clear sky
25°C
3.2 m/s
Apparent: 30°C
Pressure: 1005 mb
Humidity: 89%
Winds: 3.2 m/s SSW
Windgusts: 12.8 m/s
UV-Index: 0
Precip.: 0mm /35% / Rain
Sunrise: 5:16 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom