• Latest
  • Trending
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

by M M
Dec-11-2025 07:08 AM IST
in ଦେଶ ବିଦେଶ, ରାଜନୀତି
0
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ
513
SHARES
1.5k
VIEWS
Share on FacebookShare on Twitter

ନୂଆଦିଲ୍ଲୀ : ଲୋକସଭାରେ ରାହୁଲଙ୍କ ଖୋଲା ବିତର୍କ ଆହ୍ବାନଙ୍କୁ ଶାହଙ୍କ ପ୍ରତ୍ୟାଖ୍ୟାନ ।  ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR) ଏବଂ ନିର୍ବାଚନୀ ସଂସ୍କାର ଉପରେ ଚାଲିଥିବା ଆଲୋଚନା ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ  ‘ଭୋଟ ଚୋରି’ ଅଭିଯୋଗ ଉପରେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ଆହ୍ୱାନକୁ ଅମିତ ଶାହ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହ କଡ଼ା ଜବାବ ଦେଇଥିଲେ। ଶାହ ଉଚ୍ଚ ସ୍ବରରେ କହିଥିଲେ “ମୁଁ କ’ଣ କହିବି ତାହା ମୁଁ ନିଜେ ନିଷ୍ପତ୍ତି ନେବି, ତାହା ଆପଣ ନେଇପାରିବେ ନାହିଁ। ମୋର ଭାଷଣର କ୍ରମ ଆପଣ ଧାର୍ଯ୍ୟ କରିପାରିବେ ନାହିଁ। ଆପଣ ଧୈର୍ଯ୍ୟ ଧରିବା ଶିଖନ୍ତୁ,” ବୋଲି ଶାହ କହିଥିଲେ।

ଦେଶରେ ଅନୁପ୍ରବେଶ ରୋକିବା ପାଇଁ SIR ଜରୁରୀ । ଏହି ପ୍ରକ୍ରିୟାର ଆବଶ୍ୟକତା ଉପରେ ଆଲୋକପାତ କରି ଶାହ କହିଥିଲେ ଯେ SIR ରେ ଅନୁପ୍ରବେଶକାରୀ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଉଥିବାରୁ ଏହା ବିରୋଧୀ ଦଳର କିଛି ନେତାଙ୍କୁ ସହ୍ୟ ହେଉନାହିଁ। ବିରୋଧୀ ଦଳମାନେ କେବଳ ଭୋଟ ବ୍ୟାଙ୍କ ହ୍ରାସ ପାଇବା ଭୟରେ SIR କୁ ବିରୋଧ କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ। ଏହା ଦେଶ ପାଇଁ ମଙ୍ଗଳ ହେବ ନାହିଁ ।

ଏହାପରେ ରାହୁଲ ଗାନ୍ଧୀ ଉଠି ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ବିଜେପି ଓ ନିର୍ବାଚନ କମିସନଙ୍କ ମିଳିତ ଷଡ୍‌ଯନ୍ତ୍ରରେ ‘ଭୋଟ ଚୋରି’ ହୋଇଛି ବୋଲି ଅଭିଯୋଗ କରିଥିଲେ ।  ତାଙ୍କର ‘ଭୋଟ୍‌ ଚୋରି ସାମ୍ବାଦିକ ସମ୍ମିଳନୀ’ ଉପରେ ବିତର୍କ କରିବାକୁ ଶାହଙ୍କୁ ଆହ୍ୱାନ ଦେଇଥିଲେ। ଯାହାକୁ ନେଇ କିଛି ସମୟ ହଟ୍ଟଗୋଳ ହୋଇଥିଲା ।

ରାହୁଲଙ୍କ ଆକ୍ଷେପର ଜବାବ ଦେବା ଅବସରରେ ଶାହ କଂଗ୍ରେସର ପୂର୍ବ ନେତୃତ୍ୱକୁ ନିଶାଣ କରିଥିଲେ। ସେ କହିଥିଲେ ଯେ ରାହୁଲଙ୍କ ‘ହାଇଡ୍ରୋଜେନ୍‌ ବୋମା’ ଓ ‘ଭୋଟ ଚୋରି’ କଥା କେବଳ ଦେଶରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ କହୁଛନ୍ତି ।  ଏହି ସମୟରେ ଶାହ କଂଗ୍ରେସ ଦଳର ଐତିହାସିକ ‘ଭୋଟ ଚୋରି’ର ତିନୋଟି ଉଦାହରଣ ଉପସ୍ଥାପନ କରିଥିଲେ।

ଅମିତ ଶାହ ଲୋକସଭାରେ  କଂଗ୍ରେସର ପୂର୍ବତନ ନେତୃତ୍ୱକୁ ନିଶାଣ କରିଥିଲେ ।  ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି କୁ ନେଇ ଶାହ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଇନ୍ଦିରା ଗାନ୍ଧୀ ସରକାର ସମସ୍ତ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିଥିଲେ। ଶାହଙ୍କ ଅନୁଯାୟୀ, ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଏକପ୍ରକାର ନିଲମ୍ବିତ କରିବା ଏବଂ ବିରୋଧୀଙ୍କୁ ବନ୍ଦୀ କରି ରଖିବା ‘ଭୋଟ୍ ଚୋରି’ର ସବୁଠୁ ବଡ଼ ଐତିହାସିକ ଉଦାହରଣ। କାରଣ ଏହା ମାଧ୍ୟମରେ ସେତେବେଳେ ଜନମତକୁ ଦମନ କରାଯାଇଥିଲା।

ଏହା ପରେ ଶାହ କହିଥିଲେ ଯେ ୧୯୮୭ ଜାମ୍ମୁ ଓ କାଶ୍ମୀର ନିର୍ବାଚନରେ ଅନିୟମିତତା ହୋଇଥିଲା । ୧୯୮୭ ମସିହାରେ ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମିଳିତ ଭାବେ କ୍ଷମତାକୁ ଆସିଥିଲେ। କିନ୍ତୁ ଏହି ନିର୍ବାଚନରେ ବ୍ୟାପକ ରିଗିଂ ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଶାହଙ୍କ ଯୁକ୍ତି ହେଉଛି, ଏହି ନିର୍ବାଚନ ମାଧ୍ୟମରେ କାଶ୍ମୀର ଲୋକଙ୍କର ଗଣତନ୍ତ୍ର ଉପରୁ ବିଶ୍ୱାସ ତୁଟିଗଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ରବାଦକୁ ଜନ୍ମ ଦେବାରେ ସହାୟକ ହେଲା। ଏହା କଂଗ୍ରେସ ସମୟର ‘ଭୋଟ ଚୋରି’ର ଏକ ବଡ଼ ଉଦାହରଣ।

ତୃତୀୟ ଉଦାହରଣ ଦେଇ ଶାହ କହିଥିଲେ, ୧୯୫୦ ଦଶକରେ ନିର୍ବାଚନ କମିସନରଙ୍କ ନିଯୁକ୍ତିରେ କ୍ଷମତାର ଅପବ୍ୟବହାର ନେହରୁଙ୍କ ସମୟରେ କରାଯାଉଥିଲା ।  ଶାହ ଇସାରା ଦେଇ କହିଥିଲେ ଯେ ସ୍ୱାଧୀନତା ପରବର୍ତ୍ତୀ ପ୍ରାରମ୍ଭିକ ବର୍ଷଗୁଡ଼ିକରେ , ନେହରୁଙ୍କ ସମୟରେ କଂଗ୍ରେସ ନିର୍ବାଚନ କମିସନଙ୍କ ନିଯୁକ୍ତିରେ କ୍ଷମତାର ଅପବ୍ୟବହାର କରିଥିଲା ।  ଯାହା ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ କବ୍‌ଜା କରିବା ଦିଗରେ ପ୍ରଥମ ପଦକ୍ଷେପ ଥିଲା। ଯଦିଓ ଏହି ଉଦାହରଣ ନିର୍ଦ୍ଦିଷ୍ଟ ନିର୍ବାଚନର ‘ଭୋଟ୍ ଚୋରି’ ନୁହେଁ, ଏହା ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଉଦାହରଣ ଥିଲା।

ଶାହ ଏହି ତିନୋଟି ଉଦାହରଣ ଦେଇ ଯୁକ୍ତି ବାଢ଼ିଥିଲେ ଯେ ବିଜେପି ଉପରେ ‘ଭୋଟ୍ ଚୋରି’ର ଅଭିଯୋଗ ଆଣିବା ପୂର୍ବରୁ କଂଗ୍ରେସକୁ ନିଜ ଦଳର ଐତିହାସିକ ଭୁଲ୍ ଗୁଡ଼ିକୁ ମନେ ପକାଇବା ଉଚିତ। ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ ଓ ପରସ୍ପର ଉପରେ ଐତିହାସିକ ତଥ୍ୟ ଆଧାରରେ ଆକ୍ଷେପ ଯୋଗୁଁ  ଗୃହରେ ସରଗରମ ପରିବେଶ ସୃଷ୍ଟି ହୋଇଥିଲା।

Share205Tweet128
M M

M M

ଆଜିର ପାଗ

Bhubaneswar
January 15, 2026, 4:41 AM
 
N
Fog
13°C
0.9 m/s
Apparent: 13°C
Pressure: 1014 mb
Humidity: 100%
Winds: 0.9 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom