ବୁଲା କୁକୁରଙ୍କୁ ନେଇ ବଡ ରାୟ ଦେଲେ ସୁପ୍ରିମକୋର୍ଟ, କହିଲେ ସାର୍ବଜନୀନ ସ୍ଥାନରୁ..

by newsroom MAY-19-2026 6:59 AM IST in ଦେଶ ବିଦେଶ

ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୂର୍ବରୁ ନଭେମ୍ବର ମାସରେ ଦିଆଯାଇଥିବା ଆଦେଶକୁ ସର୍ବୋଚ୍ଚ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ, ସହରର ସାର୍ବଜନୀନ ସ୍ଥାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବୁଲା କୁକୁର ମୁକ୍ତ କରିବା ପାଇଁ ପ୍ରକ୍ରିୟା ଜୋରଦାର ହେବ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ଜନତା ସ୍ୱାଗତ କରୁଥିବା ବେଳେ, ପଶୁପ୍ରେମୀମାନେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି।

ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ, କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବୃଦ୍ଧି ପାଇବ । ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି । ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଏଭଳି ସ୍ଥିତିକୁ କୋର୍ଟ ଉଦବେଗଜନକ ବୋଲି କହିଛନ୍ତି ।

୨୦୨୫, ନଭେମ୍ବର ରାୟ ଅନୁଯାୟୀ, ସର୍ବସାଧାରଣ ସ୍ଥାନରୁ ବୁଲାକୁକୁରଙ୍କୁ ହଟାଇ ସ୍ବତନ୍ତ୍ର ଆଶ୍ରୟ ସ୍ଥଳିରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ସ୍କୁଲ୍ , କଲେଜ, ରେଳ ଷ୍ଟେସନ୍, ବଜାର ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବୁଲା କୁକୁରଙ୍କୁ ହଟାଇବା ଉପରେ ଗୁରୁତ୍ବାରୋପ କରିଥିଲେ ଅଦାଲତ । ଯଦି ସାର୍ବଜନୀନ ସ୍ଥାନରେ ହିଁ କୁକୁରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି ଏହି ଦିଗରେ ତୁରନ୍ତ ପଦକ୍ଷେପର ଆବଶ୍ୟକତା ରହଛି । ଏଣୁ ସର୍ବସାଧାରଣ ସ୍ଥାନରୁ କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲ ତ।