ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପୁଣି ବାଜି ମାରିନେଲେ ଝିଅ

by newsroom MAY-20-2026 12:35 PM IST in ବଡ଼ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% ।

ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର ୮୬.୬୭% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୪୩% । ବାଣିଜ୍ୟରେ ମୋଟ ପାସହାର ୮୮.୦୭% । ବିଜ୍ଞାନରେ ଛାତ୍ରଙ୍କ ପାସହାର ୮୭.୪୧% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୨୪% । ବିଜ୍ଞାନରେ ମୋଟ ପାସହାର ରହିଛି ୮୮.୮୦% । ଅପରାହ୍ନ ୩ଟାରେ ସାମସ୍ କଲେଜ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ । results.odisha.gov.in, chseodisha.nic.in, orissaresults.nic.inରେ ଲିଙ୍କ୍ ଆକ୍ଟିଭ୍ ହେବା ପରେ ଫଳାଫଳ ମିଳିବ । digilocker.gov.inରେ ଡିଜିଟାଲ୍ ମାର୍କସିଟ୍ ଉପଲବ୍ଧ ହେବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷାରେ ପାସ୍ କରିଥିବା ପିଲାମାନେ କେବଳ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ।

ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ।