• Latest
  • Trending
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

Oct-24-2025 03:29 PM IST
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

Jan-14-2026 03:12 PM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
  • About
  • Careers
  • Contact Us
Thursday, January 15, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

by M M
Oct-24-2025 03:29 PM IST
in ରାଜନୀତି, ରାଜ୍ୟ
0
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?
491
SHARES
1.4k
VIEWS
Share on FacebookShare on Twitter

ଜେଲରୁ ବାହାରିବା ପରେ ଅମରେଶ ଜେନାଙ୍କୁ ସ୍ବାଗତ କରି, ପାଛୋଟି ନେଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଅମରେଶ ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଜେଲ ଗଲାବେଳେ ଅମରେଶ ବିଜେଡିରେ ଥିଲେ । ଏବେ ଜଗନ୍ନାଥ ପ୍ରଧାନ ଏବଂ ତାଙ୍କ ସମର୍ଥକମାନେ ଅମରେଶ ଜେନାଙ୍କୁ ସମର୍ଥନ କରିଛନ୍ତି ।  ବିଏମ୍‌ସି ୪୫ ନଂ. ୱାର୍ଡ କର୍ପୋରେଟର ଅମରେଶ ଜେନା ଓରଫ ବାଇଆଁ ପ୍ରାୟ ୩ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ଏଭଳି ସମୟରେ ଜଗନ୍ନାଥ ଜେନାଙ୍କ  ସମର୍ଥକମାନେ ଅମରେଶଙ୍କୁ ସ୍ବାଗତ କରି ଭବ୍ୟ ପଟୁଆରରେ ପାଛୋଟି ନେଇଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ରାଜନୀତିରେ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଜଗନ୍ନାଥ ପ୍ରଧାନ ଏଭଳି କରିଥାଇପାରନ୍ତି । କିନ୍ତୁ ଚର୍ଚା ହେଉଛି ଅମରେଶ ଜେନାଙ୍କର ଭୁବନେଶ୍ବର ମଧ୍ୟରୁ ଟିକେଟ ପାଇବା ପାଇଁ ଆଗରୁ ଇଚ୍ଛା ଥିଲା  । ସେଥିପାଇଁ ଅନେକ ସମୟରେ ତାଙ୍କୁ ଦଳ ବିରୋଧରେ ସ୍ବର ଉଠାଉଥିବା ଦେଖାଯାଉଥିଲା । ଏବେ ଅମରେଶ ଜେନା ଯଦି ବିଜେପିରେ ମିଶନ୍ତି ତେବେ ଆଗକୁ ସେ ଜଗନ୍ନାଥଙ୍କ ପାଇଁ କିଛି ସମସ୍ୟା ଆଣିପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି । ସେପଟେ  ଅମରେଶ କହିଥିଲେ, ତାଙ୍କୁ ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଭୁ ଜଗନ୍ନାଥ ଓ ନ୍ୟାୟାଳୟ ଉପରେ ଭରସା ଥିଲା। ପ୍ରାରମ୍ଭିକ ନ୍ୟାୟ ପାଇଥିବାବେଳେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ନ୍ୟାୟ ପାଇବେ ବୋଲି ସେ କହିଛନ୍ତି । ଷଡ଼ଯନ୍ତ୍ରକାରୀମାନଙ୍କୁ ଭଗବାନ କ୍ଷମା କରିଦିଅନ୍ତୁ ବୋଲି ସେ କହିଛନ୍ତି। ଅକ୍ଟୋବର ୧୭ରେ ହାଇକୋର୍ଟ ଅମରେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଅମରେଶଙ୍କୁ କେବଳ ତାଙ୍କ ସମର୍ଥକମାନେ ନୁହେଁ, ଭାଜପା ନେତା ଜଗନ୍ନାଥ ପ୍ରଧାନ ଏବଂ ତାଙ୍କ ସମର୍ଥକମାନେ ଭବ୍ୟ ସ୍ବାଗତ କରିଥିଲେ। ଜେଲ୍‌ରୁ ଫେରିବା ପରେ ଅମରେଶ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଅମରେଶ ଜେନାଙ୍କୁ ପ୍ରଶଂସା କରି ଜଗନ୍ନାଥ କହିଛନ୍ତି, ସେ ଲୋକଙ୍କ ଦୁଃଖ ସୁଖର ସାଥୀ। ତେଣୁ ତାଙ୍କ ଦୁଃଖ ଏବଂ ସୁଖରେ ମୁଁ ଅଛି। ବିଜେଡି ଓ ନବୀନ ବାବୁ ଦୁଃଖ ସମୟରେ ତାଙ୍କ  ହାତ ଛାଡିଦେଇଛନ୍ତି। ଅମରେଶଙ୍କ ସହ ଅନ୍ୟାୟ ହୋଇଛି। ଏବେ ସିଏ ବାହାରକୁ ଆସିଛନ୍ତି, ପୂରା ସତ୍ୟାସତ୍ୟ ସାମ୍ନାକୁ ଆସିବ। ଅମରେଶ ଜେନା ଯଦି ହଁ କହିବେ, ତାହେଲେ ସେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବେ ବୋଲି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ  ବିବାହର ପ୍ରତିଶ୍ରୁତି ଦେଇ ଅମରେଶ ଜେନା ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।  ଗତ ଜୁଲାଇ ୨୩ରେ ଜଣେ ୧୯ ବର୍ଷୀୟା ପୀଡ଼ିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅମରେଶଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତା ନାବାଳିକା ଥିବା ସମୟରୁ ଅମରେଶ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ଏପରିକି ପୀଡ଼ିତାଙ୍କ ଗର୍ଭପାତ କରାଇ ତାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିବା ସହ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅମରେଶଙ୍କୁ ଜୁଲାଇ ୨୭ରେ ବାଲେଶ୍ୱରରୁ ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କୁ ଫେରାର କରାଇବା ଅଭିଯୋଗରେ ୫ଜଣ ସହଯୋଗୀ ଗିରଫ ହୋଇଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
January 15, 2026, 4:13 AM
 
N
Fog
13°C
0.9 m/s
Apparent: 13°C
Pressure: 1014 mb
Humidity: 100%
Winds: 0.9 m/s N
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

“ବିକଶିତ ଗାଁରୁ ବିକଶିତ ଭାରତ: ନୂଆ ରୋଜଗାର ଆଇନକୁ ନେଇ ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା।”

January 14, 2026

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom