• Latest
  • Trending

ଦୁର୍ନୀତି ହଟାଅ ଓ ‘ଗାଦିମଡ଼ା ବାବୁଙ୍କୁ ହଟାଅ’ କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ

Nov-18-2025 06:40 PM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

May-11-2026 07:19 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ଦୁର୍ନୀତି ହଟାଅ ଓ ‘ଗାଦିମଡ଼ା ବାବୁଙ୍କୁ ହଟାଅ’ କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ

by M M
Nov-18-2025 06:40 PM IST
in Uncategorized
0
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର,: ଓଡ଼ିଶାରେ ମୋହନଙ୍କ ସରକାର ଚାଲିଛି । ଦେଢ଼ ବର୍ଷ ହେଲା ସରକାରରେ ଏବେ ବି କିଛି ଅଧିକାରୀ ପୁରୁଣା ଢ଼ାଞ୍ଚାରେ କାମ କରୁଛନ୍ତି । ମୋହନଙ୍କ ନୂତନ ପ୍ରଶାସନିକ ଯୁଗର ଆରମ୍ଭ ହୋଇଥିଲେ ମଧ୍ୟ ସେଭଳି କିଛି ବଦଳିନାହିଁ। ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ଆଜି ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି ।  ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ସେ କହିଛନ୍ତି ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବା ପାଇଁ ସେ ପ୍ରଶାସନିକ ଅଧିକାରୀଙ୍କୁ ସେ କିଛି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦୨୭ ସୁଦ୍ଧା ପାଣି, ରାସ୍ତା ଓ ବିଦ୍ୟୁତ ସଂଯୋଗ ଭଳି ମୌଳିକ ସୁବିଧାକୁ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ସମୟସୀମା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ପ୍ରଦାନ କରି ପ୍ରଶାସନିକ ଅଧିକାରୀମାନଙ୍କୁ ନିଜ କାର୍ଯ୍ୟଧାରା ପରିବର୍ତ୍ତନ କରିବାକୁ ସିଧାସଳଖ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି  ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଅଧିକାରୀମାନେ ଦେବା ଉଚିତ । ଅଧିକାରୀମାନେ ସଚ୍ଚୋଟତା ଓ ସାଧୁତା ରଖିବାକୁ ଉଚିତ ।  ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, ଦୁର୍ନୀତି ଯୋଗୁଁ ସରକାର ବଦନାମ ହେଲେ ତାହା ବରଦାସ୍ତ କରାଯିବ ନାହିଁ। ଜିଲ୍ଲାପାଳ ଏବଂ ଏସପିମାନେ ଅଧିକ ଫିଲ୍ଡ ଭିଜିଟ୍ କରନ୍ତୁ। କେବଳ ଅଫିସରେ ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ନ ବସି ଲୋକଙ୍କ ପାଖକୁ ଯାଇ ତୃଣମୂଳ ସ୍ତରରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ତ୍ତମାନ ସମୟରେ ଶାସନ ପ୍ରଶାସନରେ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ସମସ୍ୟାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ରିୟଲ୍ ଟାଇମ୍ ଡାଟା ବ୍ୟବହାର କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।  ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦିଆଯାଉ।

ପ୍ରଶାସନିକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାରୀ ନୋଟିସ୍ ଓ ବିଜ୍ଞାପନ ଓଡିଆ ଭାଷାରେ ପ୍ରକାଶ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।  ସରକାରୀ କାମର ସଫଳତାକୁ ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।  ରାଜ୍ୟସ୍ତରରେ  ଏବଂ ଜିଲ୍ଲା ସ୍ତରରେ ଚାଲିଥିବା ଆଉଟ୍‌ସୋର୍ସିଂ ଅଭ୍ୟାସକୁ ସମୀକ୍ଷା କରି ଏହାକୁ କମ୍ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି  ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।  ମୁଖ୍ୟମନ୍ତ୍ରୀ କଡ଼ା ଭାଷାରେ ‘ଗାଦିମଡ଼ା ବାବୁ’ଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀଙ୍କ ଏହି ନୂତନ କାର୍ଯ୍ୟସୂଚୀ ଓଡ଼ିଶାର ପ୍ରଶାସନିକ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ବର୍ଷ ବର୍ଷ ଧରି ଲୋକମାନେ ଥାନାରେ ହେଉ କି ବ୍ଲକ୍, ଜିଲ୍ଳା କାର୍ଯ୍ୟାଳୟରେ ଲାଂଚ ଚାଲିଥିବା ଅଭିଯୋଗ କରିଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 12:15 AM
 

S
Clear sky
27°C
2.7 m/s
Apparent: 32°C
Pressure: 1008 mb
Humidity: 82%
Winds: 2.7 m/s S
Windgusts: 10.4 m/s
UV-Index: 0
Precip.: 0mm /32% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom