ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳିମାଡ଼ ପରେ ବାହାରକୁ ଆସିଲା ବିକଳ ଅଡିଓ…ଆପଣ ଆମକୁ ଅନୁମତି ଦେଇଛନ୍ତି, ପ୍ଲିଜ…

by newsroom APR-19-2026 12:41 PM IST in Uncategorized

ଇରାନ୍ ନୌସେନା ଦ୍ୱାରା ସ୍ଟ୍ରେଟ୍ ଅଫ୍ ହର୍ମୁଜରେ ଭାରତୀୟ ଜାହାଜକୁ ଗୁଳି ମାଡ଼ ପରେ ଏକ ଦୁଃଖଭରା ଅଡିଓ ବାହାରକୁ ଆସିଛି। ଏହି ଅଡିଓରେ ଶୁଣିବାକୁ ମିଳୁଛି…ଆପଣ ଆମକୁ ଅନୁମତି ଦେଇଛନ୍ତି, ଗୁଳିମାଡ କାହିଁକି କରୁଛନ୍ତି..।

ଏକ ଭାରତୀୟ ଫ୍ଲାଗ୍ ଯୁକ୍ତ ଟ୍ୟାଙ୍କରରୁ ଏହି କରୁଣ ମେସେଜ୍ ପ୍ରକାଶ ପାଇଛି। ଏହି ଅଡିଓରେ ଜାହାଜର କର୍ମଚାରୀମାନେ ଇରାନୀୟ ନୌସେନାକୁ ସମ୍ବୋଧନ କରି ଏଭଳି ମେସେଜ ଦେବାସହ ଆତଙ୍କ ପ୍ରକାଶ କରିଛନ୍ତି।ଟ୍ୟାଙ୍କର ଟ୍ରାକର୍ସ ନାମକ ଏକ ମାରିଟାଇମ୍ ଇଣ୍ଟେଲିଜେନ୍ସ ଫର୍ମ ଦ୍ୱାରା ଶେୟାର୍ କରାଯାଇଥିବା ପ୍ରାୟ ୩୦ ସେକେଣ୍ଡର ଏହି ଅଡିଓରେ ଜାହାଜ କର୍ମଚାରୀ କହୁଛନ୍ତି, “ସେପାହ୍ ନୌଭି। ସେପାହ୍ ନୌଭି। ଏହା ମୋଟର ଟ୍ୟାଙ୍କର ସାନମାର୍ ହେରାଲ୍ଡ ଅଟେ। ଆପଣ ମୋତେ ଯିବା ପାଇଁ କ୍ଲିୟରେନ୍ସ ଦେଇଥିଲେ। ମୋ ନାମ ଆପଣଙ୍କ ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଅଛି। ଆପଣ ଏବେ ଗୁଳି ଚଳାଉଛନ୍ତି। ମୋତେ ଫେରିଯିବାକୁ ଦିଅନ୍ତୁ।

”ଏହି ଘଟଣା ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୃଷ୍ଟି ହୋଇଥିବା ଅସ୍ଥିରତା ସମୟରେ ଘଟିଛି। ସୂଚନା ଅନୁଯାୟୀ, ଦୁଇଟି ଭାରତୀୟ ଫ୍ଲାଗ୍ ଯୁକ୍ତ ଜାହାଜ ଇରାନୀୟ ଗନ୍ ବୋଟ୍ ଦ୍ୱାରା ଗୁଳିମାଡ଼ର ସମ୍ମୁଖୀନ ହୋଇଥିଲା।

ତେବେ କୌଣସି କ୍ଷୟକ୍ଷତି କିମ୍ବା ଆଘାତ ହୋଇନଥିଲା ଏବଂ କର୍ମଚାରୀମାନେ ନିରାପଦ ଅଛନ୍ତି। ଜାହାଜଗୁଡ଼ିକୁ ଫେରିଯିବାକୁ ପଡ଼ିଥିଲା। ଏହି ଅଡିଓ ପ୍ରକାଶ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଏବଂ ଏନର୍ଜି ପରିବହନରେ ସୃଷ୍ଟି ହୋଇଥିବା ସୁରକ୍ଷା ଚିନ୍ତା ଆହୁରି ବଢ଼ିଛି। ଭାରତ ସରକାର ଏହି ଘଟଣାର ନିରୀକ୍ଷଣ କରୁଛନ୍ତି ଏବଂ ସମ୍ପୃକ୍ତ ପକ୍ଷଙ୍କ ସହ ଯୋଗାଯୋଗ ରଖୁଛନ୍ତି।