୧୮ ଏପ୍ରିଲ ୨୦୨୬, ଶନିବାର। ତିଥି: ବୈଶାଖ ଶୁକ୍ଳ ପ୍ରତିପଦ। ନକ୍ଷତ୍ର: ଅଶ୍ବିନୀ। ଚନ୍ଦ୍ର: ମେଷ। ଦ୍ବିତୀୟା ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ବିଶ୍ବ ଐତିହ୍ୟ ଦିବସ। ସୂର୍ଯ୍ୟୋଦୟ: ୫ଟା୩୦, ସୂର୍ଯ୍ୟାସ୍ତ: ୬ଟା୧। ଘାତଚନ୍ଦ୍ର: ମେଷ। ଘାତବାର: ବୃଷ, ସିଂହ ଓ କନ୍ୟା। ଶୁଭବେଳା: ଦିବା ୧୦ଟା୧୨ରୁ ୧ଟା୧, ରାତ୍ରି ୮ଟା୧୯ରୁ ୧୦ଟା୩୭, ରାତ୍ରି ୧୨ଟା୮ରୁ ୧ଟା୪୦, ରାତ୍ରି ୨ଟା୨୬ରୁ ୩ଟା୫୭ ପର୍ଯ୍ୟନ୍ତ।
ମେଷ:-କାହାରିକୁ କୌଣସି କଥା ବୁଝାଇବାରେ ଭୁଲ ହୋଇପାରେ। ଧ୍ୟାନକେନ୍ଦ୍ରିତ କରି ନିଜର କାମ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ।
ବୃଷ:-ଆପଣଙ୍କ ଧ୍ୟାନ ଆଧ୍ୟତ୍ମିକ ଦିଗକୁ ରହିବ। ବ୍ୟବସାୟରେ ଉନ୍ନତି ହେବ। ସୁସମ୍ବାଦ ପାଇବେ। ଅଫିସରେ ନୂଆ କାମର ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ମିଥୁନ:-ଚାକିରି ବ୍ୟବସାୟରେ ସଫଳତା ପାଇବେ। ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।
କର୍କଟ:-ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ୟ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।
ସିଂହ:-କାମ ପ୍ରତି ଆପଣ ସକ୍ରିୟ ରହିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଅନାବଶ୍ୟକ ଭ୍ରମଣ ବର୍ଜନ କରନ୍ତୁ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।
କନ୍ୟା:-ବାପା ମାଆଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ସମାଜିକ କାର୍ୟ୍ୟରେ ସମୟ ଦେବେ। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। କିଛି ନୂଆ ଶିଖିବାର ମଉକା ପାଇବେ।
ତୁଳା:-କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ବିଛା:-ଜୀବନରେ ନୂଆ ମୁକାମ ହାସଲ କରିବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ସାମାଜିକ କାର୍ୟ୍ୟରେ ସଫଳତା ପାଇବେ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ଧନୁ:-ଭାବିଥିବା ସବୁ କିଛି ଆପଣଙ୍କ ମନ ମୁତାବକ ହୋଇନପାରେ। କୌଣସି ନିକଟ ସଂପର୍କିୟ ଆପଣଙ୍କର ଲକ୍ଷ୍ୟଭ୍ରଷ୍ଟ କରିବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।
ମକର:-ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ଛାତ୍ରଙ୍କୁ ଉତ୍ତମ ପରିଣାମ ହାସଲ ହେବ।
କୁମ୍ଭ:-ଆପଣଙ୍କ ପାଖକୁ ଏଭଳି କାମ ଆସିବ ଯାହା ଦ୍ବାରା ଧନଲାଭ ହେବ। ଜୀବନସାଥୀ ଆପଣଙ୍କର କୌଣସି ଇଚ୍ଛା ପୂରା କରିବେ। ଘର ମରାମତି ପାଇଁ ଦିନଟି ଶୁଭ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସମସ୍ୟା ଅନ୍ତ ହେବ।
ମୀନ:-ବ୍ୟବସାୟରେ ସାହସର ସହ କାମ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ଦାୟିତ୍ବ ବଢ଼ିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ବନାଇ ରଖନ୍ତୁ।








/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)


