ଇରାନ୍ ଏବଂ ଇସ୍ରାଏଲ-ଯୁକ୍ତରାଷ୍ଟ୍ର ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ପକ୍ଷରୁ ଇରାନୀୟ ନାଗରିକଙ୍କ ପାଇଁ ଏକ କଡ଼ା ଚେତାବନୀ ଜାରି କରାଯାଇଛି। ରାତିରେ ଜାରି ହୋଇଥିବା ଏହି ଚେତାବନୀରେ ଇରାନର ଲୋକଙ୍କୁ ପରବର୍ତ୍ତୀ ୧୨ ଘଣ୍ଟା ପାଇଁ ଟ୍ରେନ୍ ଏବଂ ରେଳ ଲାଇନ୍ ବ୍ୟବହାର ନକରିବାକୁ କୁହାଯାଇଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଏହି ଆକସ୍ମିକ ଚେତାବନୀ ଇରାନରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଏହା ସୂଚିତ କରୁଛି ଯେ, ରେଳ ପରିବହନ ବ୍ୟବସ୍ଥା ଉପରେ ସମ୍ଭାବ୍ୟ ଆକ୍ରମଣ ହୋଇପାରେ ବା କୌଣସି ବଡ଼ ଘଟଣା ଘଟିପାରେ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଉତ୍ତେଜନା କ୍ରମଶଃ ବଢ଼ୁଥିବା ବେଳେ ଏହି ଚେତାବନୀ ଆସିଛି।
ଇସ୍ରାଏଲର ଏହି ଚେତାବନୀ ଇରାନର ସାଧାରଣ ନାଗରିକଙ୍କ ପାଇଁ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ କୌଣସି ବି ପରିସ୍ଥିତିରେ ଟ୍ରେନ୍ ଯାତ୍ରା କରନ୍ତୁ ନାହିଁ ଏବଂ ରେଳ ଲାଇନ୍ ନିକଟରେ ରହିବା ଏଡ଼ାନ୍ତୁ। ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ବିଶେଷଜ୍ଞମାନେ ଏହାକୁ ଇରାନର ପରିବହନ ବ୍ୟବସ୍ଥା ଉପରେ ସମ୍ଭାବ୍ୟ ଆକ୍ରମଣର ଇଙ୍ଗିତ ବୋଲି ବ୍ୟାଖ୍ୟା କରୁଛନ୍ତି।
ସମ୍ପ୍ରତି ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ଏହି ଚେତାବନୀ ଆସିଛି। ପୂର୍ବରୁ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଏବଂ ମୋଜତବା ଖାମେନେଇଙ୍କ ଆହତ ହେବା ପରେ ଇରାନର ନେତୃତ୍ୱ ଏବଂ ସୁରକ୍ଷା ବ୍ୟବସ୍ତା ଅସ୍ଥିର ହୋଇପଡ଼ିଛି। ଇସ୍ରାଏଲ-ଯୁକ୍ତରାଷ୍ଟ୍ର ଆକ୍ରମଣର ପ୍ରଭାବ ଇରାନର ବିଭିନ୍ନ କ୍ଷେତ୍ରରେ ପଡ଼ୁଛି।
ଇରାନୀୟ ରେଳ ବ୍ୟବସ୍ଥା ଦେଶର ଅର୍ଥନୀତି ଏବଂ ସାଧାରଣ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ କୌଣସି ପ୍ରଭାବ ପଡ଼ିଲେ ଦେଶର ସାଧାରଣ ଲୋକ ଏବଂ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବ।ବିଶେଷଜ୍ଞମାନେ କହୁଛନ୍ତି ଯେ, ଇସ୍ରାଏଲର ଏହି ଧରଣର ଚେତାବନୀ ସାଧାରଣତଃ ସମ୍ଭାବ୍ୟ ଆକ୍ରମଣ ପୂର୍ବରୁ ଜାରି କରାଯାଏ।
ଏହା ଦ୍ୱାରା ଇରାନର ସାଧାରଣ ନାଗରିକଙ୍କୁ ସତର୍କ କରିବା ସହ ସମ୍ଭାବ୍ୟ କ୍ଷୟକ୍ଷତି କମ୍ କରିବାର ଉଦ୍ଦେଶ୍ୟ ରହିଥାଏ। ତେବେ ଇରାନ ସରକାର ଏହି ଚେତାବନୀ ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ସଙ୍ଘର୍ଷ ଆହୁରି ବଢ଼ିବାର ଆଶଙ୍କା ରହିଛି। ଆନ୍ତର୍ଜାତିକ ସମ୍ପ୍ରଦାୟ ଏହି ଉତ୍ତେଜନା କମ୍ କରିବା ପାଇଁ ପ୍ରୟାସ ଜାରି ରଖିଛି, କିନ୍ତୁ ପରିସ୍ଥିତି ଏବେ ବି ଅସ୍ଥିର ରହିଛି।





/odishatv/media/media_files/2026/04/07/crackdown-on-cattle-mafia-in-bhadrak-2026-04-07-10-00-49.jpg?w=640&resize=640,360&ssl=1)




