ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଜନତା ଦଳ (ବିଜେଡି)କୁ ପୁଣି ଥରେ ତୀବ୍ର ଆକ୍ରମଣ କରିଛନ୍ତି ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ବିଜେଡି ନେତୃତ୍ୱକୁ ତୀକ୍ଷ୍ଣ ସମାଲୋଚନା କରିଛନ୍ତି।
ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ମହିଳାଙ୍କୁ ସମ୍ମାନ ଦେବା କଥା କହୁଥିବା ସତ୍ତ୍ୱେ ଦଳରେ ମହିଳାଙ୍କୁ ସର୍ବୋଚ୍ଚ ପଦବୀ ଦେବାର ସାହସ ଦେଖାଯାଉ ନାହିଁ। “ମହିଳାଙ୍କ ଉନ୍ନତି ଓ ସଶକ୍ତିକରଣ କଥା କହୁଥିବା ବିଜେଡି କାହିଁକି ଓଡ଼ିଆ ମହିଳାଙ୍କୁ ଦଳର ସଭାନେତ୍ରୀ କରିପାରୁନାହିଁ?” ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ।
ସେ ଆହୁରି କହିଛନ୍ତି ଯେ, ବିଜେଡି କେବଳ କଥାରେ ଧୁରନ୍ଧର ହୋଇ ରହିଛି। ମହିଳାଙ୍କୁ ନିଜ ଦଳ ଏବଂ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବାରେ ଦଳ ବିଫଳ ହୋଇଛି। ବିଜୁ ବାବୁଙ୍କ ଆଦର୍ଶରେ ମହିଳା ସଶକ୍ତିକରଣ ଥିଲା ବୋଲି ଉଲ୍ଲେଖ କରି ଶ୍ରୀମୟୀ କହିଛନ୍ତି ଯେ, ବର୍ତ୍ତମାନର ବିଜେଡି ସେହି ଆଦର୍ଶରୁ ବିଚ୍ୟୁତ ହୋଇଛି।ଶ୍ରୀମୟୀ ମିଶ୍ର ପୂର୍ବରୁ ବିଜେଡିର ମହିଳା ଶାଖାର ଜେନେରାଲ ସେକ୍ରେଟାରୀ ଥିଲେ ଏବଂ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ତଥାପି ସେ ବିଜୁ ଲିଗାସୀ ଏବଂ ଓଡ଼ିଶାର ମହିଳା ଅଧିକାର ପାଇଁ ସ୍ୱର ଉଠାଉଛନ୍ତି।
ଏହି ବିବୃତ୍ତି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ଆସିବା ଫଳରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।ବିଜୁ ପଟ୍ଟନାୟକଙ୍କ ସ୍ମୃତି ଓ ଆଦର୍ଶକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଶ୍ରୀମୟୀଙ୍କ ଏହି ଆକ୍ରମଣାତ୍ମକ ଭାଷଣ ବିଜେଡି ଓ ବିଜୁ ଲିଗାସୀ ମଧ୍ୟରେ ଥିବା ମତଭେଦକୁ ଆହୁରି ସ୍ପଷ୍ଟ କରିଛି।
/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)










/odishatv/media/media_files/2025/10/10/shree-2025-10-10-13-26-37.jpg?w=750&resize=750,375&ssl=1)