ରାଜ୍ୟରେ ଅସହ୍ୟ ଗରମ ଜାରି ରହିଛି। ଗତକାଲି ଓଡ଼ିଶାର ଅଧା ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଝାରସୁଗୁଡ଼ା ସହର ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ଗଣା ହେଉଛି। ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩.୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏହା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଥିଲା।
ଟିଟିଲାଗଡ଼ ଦ୍ୱିତୀୟ ସ୍ଥାନରେ ରହି ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି। ରାଜ୍ୟରେ ଗତକାଲି ଅତି କମ୍ ରେ ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଏହି ପ୍ରବଳ ତାତିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ରାସ୍ତାଘାଟ ଦିନ ୧୧ଟା ପରେ ଜନଶୂନ୍ୟ ହୋଇଯାଉଛି ଏବଂ ଲୋକେ ଘର ବାହାରକୁ ବାହାରିବାକୁ ଡରୁଛନ୍ତି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ତାତି ଜାରି ରହିବ। ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି। ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ହିଟ୍ୱେଭ୍ ଚେତାବନୀ ଜାରି କରାଯାଇଛି। ପ୍ରବଳ ଗରମ ଯୋଗୁଁ ଲୋକଙ୍କ ମଧ୍ୟରେ ଅଂଶୁଘାତ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିଛି।
ସରକାରଙ୍କ ପକ୍ଷରୁ ଲୋକଙ୍କୁ ଦିନ ସମୟରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ଓଆରଏସ୍ ସେବନ କରିବା ଏବଂ ହାଲୁକା ପୋଷାକ ପରିଧାନ କରିବା ପାଇଁ ଅନୁରୋଧ କରାଯାଇଛି।ପାଣିପାଗ ବିଭାଗ ଆହୁରି ଚେତାବନୀ ଦେଇଛି ଯେ, ଆଗାମୀ ଦିନଗୁଡ଼ିକରେ ତାତି ଆହୁରି ବଢ଼ିପାରେ। ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=640&resize=640,360&ssl=1)









/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=750&resize=750,375&ssl=1)