୨୦ ଏପ୍ରିଲ ୨୦୨୬, ସୋମବାର। ତିଥି: ବୈଶାଖ ଶୁକ୍ଳ ତୃତୀୟା। ନକ୍ଷତ୍ର: ରୋହିଣୀ। ଚନ୍ଦ୍ର: ବୃଷ। ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ, ଚନ୍ଦନ ଯାତ୍ରା ଆରମ୍ଭ, ରେବତୀ ବିବାହ, ବିନାୟକ ଚତୁର୍ଥୀ। ସୂର୍ଯ୍ୟୋଦୟ: ୫ଟା୨୮, ସୂର୍ଯ୍ୟାସ୍ତ: ୬ଟା୨। ଘାତଚନ୍ଦ୍ର: ବିଛା। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୮ରୁ ୭ଟା୩, ଦିବା ୧୦ଟା୩୦ରୁ ୧ଟା୧, ଦିବା ୪ଟା୨୮ରୁ ୫ଟା୧୨, ସନ୍ଧ୍ୟା ୬ଟା୪୮ରୁ ୯ଟା୫, ରାତ୍ରି ୧୧ଟା୪୫ରୁ ୨ଟା୨୫ ପର୍ଯ୍ୟନ୍ତ।
ମେଷ: ବନ୍ଧୁଙ୍କୁ ଦେଇଥିବା ଧାର ଫେରି ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ। ମିଡିଆରେ କାମ କରୁଥିବା ଲୋକ ଲାଭ ପାଇବେ।
ବୃଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା କରିବେ। ସବୁ ଅଶାନ୍ତିରୁ ମୁକ୍ତି ପାଇବେ। ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟ ବଢ଼ିବ। ରାଜନୀତି କ୍ଷେତ୍ରରେ ଥିଲେ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
ମିଥୁନ: ଅନ୍ଲାଇନ୍ରେ ଆପଣ ବଡ଼ ଅର୍ଡର୍ ପାଇବେ। ସନ୍ତାନ ପକ୍ଷରୁ ଭଲ ଖବର ମିଳିବ। ପାରିବାରିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। କାର୍ଯ୍ୟଦକ୍ଷତା ପାଇଁ ସମାଜରେ ସମ୍ମାନିତ ହେବେ।
କର୍କଟ: କାହାରି ଠାରୁ ନେଇଥବା ଧାର ପରିଶୋଧ କରିବେ। କାର୍ଯ୍ୟରେ ସଫଳତା ପାଇବେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି ବଢ଼ିବ।
ସିଂହ: ଆପଣଙ୍କ ପରାକ୍ରମ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କ ମନୋବଳ ବଢ଼ାଇବେ। ବେପାରରେ ଉନ୍ନତି ହେବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।
କନ୍ୟା: ଆମଦାନି ଅପେକ୍ଷା କରଜ ବୃଦ୍ଧି ହେବ। ଅଫିସ୍ରେ ସ୍ଥିତି ଠିକ୍ ରହିବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।
ତୁଳା: ପୂର୍ବରୁ ଲାଗି ରହିଥିବା ପାରିବାରିକ ବିବାଦ ସମାପ୍ତ ହେବ। କାର୍ କିଣିବାକୁ ସ୍ଥିର କରିପାରନ୍ତି। ରାଜନୀତିରେ ଅଧିକାରୀମାନଙ୍କ ସହ ସମ୍ପର୍କ ବଢ଼ିବ।
ବିଛା: ପାରିବାରିକ ସମ୍ବନ୍ଧରେ ଭଲ ତାଳମେଳ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କମ୍ପ୍ୟୁଟର୍ ସମ୍ପର୍କିତ ସାମଗ୍ରୀ କିଣିବେ। ବନ୍ଧୁ ଆପଣଙ୍କ ପାଇଁ ଉପହାର ନେଇ ଆସିବେ।
ଧନୁ: ସାରାଦିନ ଶକ୍ତିରେ ଭରି ରହିବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସ୍ବାଗତ ସତ୍କାରରେ ବ୍ୟସ୍ତ ରହିବେ। ପ୍ରେମ ସମ୍ବନ୍ଧ ମଧୁର ହେବ।
ମକର: ଆଗକୁ ବଢ଼ିବାରେ ଘରଲୋକଙ୍କ ପରାମର୍ଶ ପାଇବେ। ସରକାରୀ ଚାକିରି ଆଶାୟୀ ଭଲ ଖବର ପାଇବେ। ବେପାର ଭଲ ଚାଲିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
କୁମ୍ଭ: ଧାର୍ମିକ କାର୍ଯ୍ୟରେ ଭାଗନେବେ। କ୍ଷମତା ଠାରୁ ଅଧିକ ଦାୟିତ୍ବ ନେଇ ପାରନ୍ତି। ପରିବହନ ବ୍ୟବସାୟୀଙ୍କର ଭଲ ଲାଭ ହେବ। ବିଦ୍ୟାର୍ଥୀ ପରିଶ୍ରମର ଭଲ ପରିଣାମ ପାଇବେ।
ମୀନ: ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ବେତନ ବୃଦ୍ଧି ହେବ। ଛାତ୍ରଛାତ୍ରୀ ଆହୁରି ଅଧିକ ପରିଶ୍ରମ କରନ୍ତୁ।



/odishatv/media/post_attachments/uploadimage/library/16_9/16_9_0/recent_photo_1742107207.jpg?w=640&resize=640,360&ssl=1)






